ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ବିଭିନ୍ନ ପର୍ବପର୍ବାଣୀ ପାଇଁ ଆସିଲା ନୂଆ ଗାଇଡଲାଇନ୍; ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ

ବିଭିନ୍ନ ପର୍ବପର୍ବାଣୀ ପାଇଁ ଆସିଲା ନୂଆ ଗାଇଡଲାଇନ୍; ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ

ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ସବୁ ବିନା ଭକ୍ତ ଓ ବିନା ସାଜସଜ୍ଜାରେ ହେବ । ଭକ୍ତ ନ ଦେଖିଲା ଭଳି ମୂର୍ତ୍ତିକୁ ତିନି ପାର୍ଶ୍ବରୁ ଆବଦ୍ଧ କରାଯିବ । ପୂଜା କମିଟିଗୁଡି଼କୁ ପୂଜାର ଆୟୋଜନ ପାଇଁ ପ୍ରଶାସନଠାରୁ ଅନୁମତି ନେବାକୁ ପଡି଼ବ ।

ବିଭିନ୍ନ ପର୍ବପର୍ବାଣୀ ପାଇଁ ଆସିଲା ନୂଆ ଗାଇଡଲାଇନ୍; ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ
ଭକ୍ତ ନ ଦେଖିଲା ଭଳି ମୂର୍ତ୍ତିକୁ ତିନି ପାର୍ଶ୍ବରୁ ଆବଦ୍ଧ କରାଯିବ । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 9, 2021, 10:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ସ୍ଥିତି ଏବେ ବି ଜାରି ରହିଥିବାରୁ ବିଭିନ୍ନ ପୂଜା ପର୍ବାଣୀ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଅଗଷ୍ଟରୁ ନଭେମ୍ବର ଯାଏଁ ହେବାକୁ ଥିବା ପୂଜା ଓ ବିଭିନ୍ନ ପର୍ବ ପୂର୍ବ ବର୍ଷ ବିନା ଭକ୍ତରେ କେବଳ ରୀତିନୀତି ସହିତ ପାଳନ ହେବ ବୋଲି ସରକାର କହିଛନ୍ତି । ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ସ୍ଉ ସ୍ପଷ୍ଟ କରିଛନ୍ତି ସରକାର।

ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନାଙ୍କ ତରଫରୁ ସୋମବାର ଦିନ ଏହି ନୂଆ ଏସ୍‌.ଓ.ପି. ଜାରି କରାଯାଇଛି । ପୂଜା କମିଟିଗୁଡି଼କୁ ପୂଜାର ଆୟୋଜନ ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ପ୍ରଶାସନଠାରୁ ଓ ଟ୍ୱିନ୍‌ ସିଟିରେ କମିଶନରେଟ ପୋଲିସଠାରୁ ଅନୁମତି ନେବାକୁ ପଡି଼ବ । ବିନା ଭକ୍ତ ଓ ବିନା ସାଜସଜ୍ଜାରେ ହେବ ପୂଜା । ଭକ୍ତ ନ ଦେଖିଲା ଭଳି ମୂର୍ତ୍ତିକୁ ତିନି ପାର୍ଶ୍ବରୁ ଆବଦ୍ଧ କରାଯିବ । ଚତୁର୍ଥ ପାର୍ଶ୍ଵ କେବଳ ପୂଜା ପରିଚାଳନା ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ପାଇଁ ଖୋଲା ରହିବ। ଭକ୍ତଙ୍କ ପ୍ରବେଶ ନିଷେଧ ରହିବ ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ କମିଲା; ପୁଣି ଥରେ ଆସିଲା ସୁନା କିଣିବା ସୁଯୋଗ; ରୂପା ଦାମ୍ ବି କମିଛି

ମୂର୍ତ୍ତିର ଉଚ୍ଚତା ଚାରି ଫୁଟରୁ ଅଧିକ ହେବ ନାହିଁ । ପୂଜା ବେଳେ ମଣ୍ଡପରେ ସାତ ଜଣରୁ ଅଧିକ ଲୋକ ରହିବା ମନା । ପୂଜକ ଓ ପୂଜା କମିଟି କର୍ମକର୍ତ୍ତାଙ୍କୁ ମିଶାଇ ସର୍ବମୋଟ ସାତ ଜଣ ହିଁ ମଣ୍ଡପରେ ରହିପାରିବେ । ମଣ୍ଡପରେ ଉପସ୍ଥିତ ସମସ୍ତଙ୍କୁ ପାଇଁ କୋଭିଡ ଗାଇଡ଼ଲାଇନ ମାନିବା ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତ୍ୱ ରଖିବା, ମାସ୍କ ବ୍ୟବହାର, ସାନିଟାଇଜେସନକୁ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | ଝିଅ ପ୍ରେମ ବିବାହ କରିବାରୁ ତାବାପା ନିଜେ ତାକୁ ହତ୍ୟା କଲା, ଶବକୁ କେନାଲରେ ଫିଙ୍ଗିଦେଲା

‘‘କୌଣସି ପ୍ରକାର ଭଷାଣ ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ। କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ। ଜିଲ୍ଲା ପ୍ରଶାସନ, ମ୍ୟୁନିସପାଲ୍‌ କମିଶନର, କଟକ ଓ ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ ଏହାର ତଦାରଖ କରାଯିବ,’’ କହିଛନ୍ତି ପ୍ରଦୀପ୍ତ ଜେନା।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପୋଲିସ୍ ରେଡ୍ ଠାରୁ ଗିରଫ ହେବା ଯାଏଁ... ରାଜ କୁନ୍ଦ୍ରା ନିର୍ଭୟରେପ୍ଲାନ୍ ବିପାଇଁ ପ୍ରସ୍ତୁତ ହେଉଥିଲେ

ସ୍କୁଲରେ ପୂଜାକୁ ଅନୁମତି ମିଳିଥିଲେ ବି କମ୍‌ ସଂଖ୍ୟକ ପିଲାଙ୍କୁ ନେଇ ପୂଜା କରିବାକୁ କୁହାଯାଇଛି । କିନ୍ତୁ କୌଣସି ପ୍ରକାର ଭୋଜିଭାତ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିବନି । ଗାଇଡ଼ଲାଇନ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌.ଆର୍‌.ସି. କହିଛନ୍ତି।

ଏହା ବି ପଢ଼ନ୍ତୁ | ଶାହ ନଡ୍ଡାଙ୍କୁ ଭେଟିବା ପରେ ବାବୁଲ ସୁପ୍ରିୟୋ କହିଲେ ସେ MP ରହିବେ, ହେଲେ ରାଜନୀତି ଛାଡ଼ିଦେବେ

କୋଭିଡ ମହମାରୀକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ୍‌ ଜାରି କରାଯାଇଛି। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ହାର ପୂର୍ବାପେକ୍ଷା କମ୍‌ ରହିଛି । କଟକଣା କୋହଳ ହୋଇଛି । କିନ୍ତୁ ଭୟ କମିନି। ବର୍ତ୍ତମାନ କୋଭିଡ ସଂକ୍ରମଣର ତୃତୀୟ ଲହର ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତେଣୁ ଜନସମାଗମ ଉପରେ ପୂର୍ବଭଳି କଟକଣା ଜାରି ରହିଛି।



ପୂଜା ବେଳେ ସାଧାରଣତଃ ମଣ୍ଡପଗୁଡି଼କରେ ଅହେତୁକ ଭିଡ଼ ଦେଖିବାକୁ ମିଳେ । ଏ ଥର କିନ୍ତୁ ଭିଡ଼ ନିୟନ୍ତ୍ରଣ ସହ ସଂକ୍ରମଣ ରୋକିବା ନେଇ ଭକ୍ତମାନଙ୍କୁ ପୂଜାମଣ୍ଡପକୁ ଯିବାରୁ ବାରଣ କରାଯାଇଛି ।
Published by: Anand ST Das
First published: August 9, 2021, 10:46 PM IST