News18 Odia Digital
ଭୁବନେଶ୍ୱର: ଓଡ଼ିଶାରେ ମୋ’ଟ କରୋନା ସଂକ୍ରମିତ ଲୋକଙ୍କ ମଧ୍ୟରୁ ୫୦ରୁ ୬୦ ପ୍ରତିଶତ ଗ୍ରାମାଞ୍ଚଳରୁ ଚିହ୍ନଟ ହେଉଥିବା ଜଣାପଡ଼ିବା ପରେ ଗ୍ରାମାଞ୍ଚଳରେ ଏହି ମହାମାରୀର ପ୍ରସାରକୁ ରୋକିବା ପାଇଁ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସରପଞ୍ଚମାନଙ୍କୁ ଲକଡାଉନ୍ ଜାରି କରିବା ଓ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିବାକୁ କ୍ଷମତା ଦିଆଯାଇଛି ।
କରୋନା ସଂକ୍ରମଣ ସହରରୁ ଗାଁ ମୁହାଁ ହେଉଥିବା ବିଷୟରେ ସୋମବାର ଆୟୋଜିତ ସର୍ବଦଳୀୟ ବୈଠକରେ ଉଦବେଗ ପ୍ରକାଶ ପାଇବା ପରେ ମେ ୨୪ ତାରିଖରୁ ତିନି ମାସ ଧରି ଡୋର୍ ଟୁ ଡୋର୍ ସର୍ଭେ କରାଯିବ ବୋଲି ସରକାର ଘୋଷଣା କରିଥିଲେ । ମଙ୍ଗଳବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସରକାର ଗ୍ରାମାଞ୍ଚଳରେ କରୋନାର ବିସ୍ତାରକୁ ରୋକିବା ପାଇଁ ବିଶେଷ ପଦକ୍ଷେପ ନେଉଛନ୍ତି ।
ଏହା ବି ପଢ଼ନ୍ତୁ | ଡଃ କେ.କେ. ଅଗ୍ରୱାଲ COVIDରେ ଚାଲିଗଲେ; ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି?‘‘ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ଟେଷ୍ଟିଂ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଯେଉଁମାନେ ବାହାର ରାଜ୍ୟରୁ ଆସିବେ ସେମାନଙ୍କୁ ଚିହ୍ନଟ କରାଯାଇ ସଙ୍ଗରୋଧରେ ରଖାଯିବ । ମାସେ ଧରି ଆଇଇସି କାର୍ଯ୍ୟକ୍ରମ କରାଯିବ । ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୧୦,୦୦୦ ପରେ ରହୁଛି । ଲୋକେ ଯେପରି ସହଯୋଗ କରି ଆସିଛନ୍ତି ସେପରି କଲେ ଆଗାମୀ ଦିନରେ ସ୍ଥିତି ନିୟନ୍ତ୍ରଣକୁ ଆସିପାରିବ,’’ କହିଛନ୍ତି ମହାପାତ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍ VIDEOର ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ସରକାର ଗତ ବର୍ଷଠୁ ଗ୍ରାମାଞ୍ଚଳକୁ ଫୋକସ କରୁଛନ୍ତି । ‘‘ଆଇ.ଏଲ୍.ଆଇ. ସର୍ଭେ ସହ ଡେଙ୍ଗି, ମ୍ୟାଲେରିଆ ଓ ଡାଏରିଆର ଇଣ୍ଟିଗ୍ରେଟେଡ଼ ସର୍ଭେ ହୋଇଥିଲା ତିନି ମାସ ପାଇଁ। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡୋର୍ ଟୁ ଡୋର୍ ସର୍ଭେକୁ ଫୋକସ କରାଯିବ । ଯେଉଁମାନଙ୍କର ଲକ୍ଷଣ ଥିଲା ସେମାନେ ଆସୁଥିଲେ ଟେଷ୍ଟ ପାଇଁ । କିନ୍ତୁ ଏଣିକି ନିୟମିତ ଆଶା କର୍ମୀ, ଅଙ୍ଗନବାଡି଼ କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ଡୋର୍ ଟୁ ଡୋର୍ ସର୍ଭେ କରିବେ । ଲକ୍ଷଣ ଆସିଲେ ଟେଷ୍ଟ କରାଯିବ। ବର୍ତ୍ତମାନ ଦୈନିକ ୫୬ ହଜାର ଟେଷ୍ଟ ହେଉଛି । ଏହାକୁ ଆଗକୁ ବଢ଼ାଯିବ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ ମେ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଜାରି ହେଲା; ମମତାଙ୍କ ସାନ ଭାଇ କରୋନାରେ ଚାଲିଗଲେସମ୍ବଲପୁରର ଭିମସାର୍, କଟକର ଏସ୍.ସି.ବି. ହସପିଟାଲ୍ ଓ ଭୁବନେଶ୍ୱରର ହସପିଟାଲଗୁଡ଼ିକରେ ଅଧିକ ଆଇସିୟୁ ବେଡ଼ ବ୍ୟବସ୍ଥା ବି କରାଯାଉଛି ବୋଲି କହିଛନ୍ତି ବିଜୟ ମହାପାତ୍ର । ‘‘ସୁନ୍ଦରଗଡ଼ରେ ସଂକ୍ରମଣ ଅଧିକ ଥିଲା । ଏବେ କମୁଛି । କଟକ ଓ ଖୋର୍ଦ୍ଧା ମାଇଗ୍ରେଟେଡ଼ ସ୍ଥାନ ହୋଇଥିବାରୁ ସେଠାରେ ଅଧିକ ସଂକ୍ରମଣ ଥିଲା ଓ ତାହା ରହିବ । ରାଜ୍ୟରେ ସଂକ୍ରମଣ ଟ୍ରେଣ୍ଡ୍ ଖସୁଛି ବୋଲି ଆମେ ଚୁପ ରହିବା ନାହିଁ । ଯେଉଁ ବୟସ ଗୃପକୁ ଟିକାକରଣ ହୋଇନି ତାହା କିପରି କରିହେବ ତାହା ଉପରେ ଫୋକସ ରହିବ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ‘‘ଲକଡାଉନର ପ୍ରଭାବ ଦୁଇରୁ ଆଠ ସପ୍ତାହ ପରେ ଜଣାପଡିବ । ସଂକ୍ରମଣ ନିହାତି କମିବ । ଗାଁମାନଙ୍କରେ ବଡ଼ ଶକ୍ତି ହେଉଛନ୍ତି ଆଶା କର୍ମୀ ଓ ଅଙ୍ଗନବାଡି଼ କର୍ମୀ । ସେମାନଙ୍କୁ ଟ୍ରେନିଂ ଦିଆଯାଇ ସ୍ୱତନ୍ତ୍ର ଭାବେ କରୋନା ସଂକ୍ରମଣ ଉପରେ ନଜର ରଖିବାକୁ କୁହାଯାଇଛି । ସିଡିଏମୋ ଓ ଜିଲ୍ଲାପାଳମାନେ ରେଗୁଲାର ଅନୁଧ୍ୟାନ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଫୋକସରେ ଗାଁ ରହିଛି । କେନ୍ଦ୍ରର ଏସ୍.ଓ.ପି. ଆସିବା ପୂର୍ବରୁ ରାଜ୍ୟ ସରକାର ଆଗରୁ ହିଁ ଗାଁମାନଙ୍କରେ ଏହି ନିୟମ କାର୍ଯ୍ୟକାରୀ କରାଇଛନ୍ତି । ବର୍ତ୍ତମାନ ୫୫ରୁ ୬୦ ପ୍ରତିଶତ ସଂକ୍ରମଣ ମାମଲା ଗାଁମାନଙ୍କରୁ ଆସୁଛି,’’ କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଏହା ବି ପଢ଼ନ୍ତୁ | ସନ୍ନି ଲିଓନି ୪୦ ବର୍ଷର ହେଲେ; ନର୍ସ ହେବାକୁ ଚାହୁଁଥିଲେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଥିଲାରାଜ୍ୟର ବର୍ତ୍ତମାନର କୋଭିଡ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି ଯେ ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣର ହାର ଅଧିକ ରହୁଥିବାରୁ ତାହା ଚିନ୍ତାଜନକ ହୋଇଛି । ‘‘ଲଗାତର ସର୍ବାଧିକ ୩୫ ପ୍ରତିଶତ ସଂକ୍ରମଣ ହାର ରେକର୍ଡ଼ କରିଛି ଖୋର୍ଦ୍ଧା ଜିଲ୍ଲା । ଯଦି ଏମିତି ଭାବେ ସଂକ୍ରମଣ ହାର ରୁହେ ତେବେ ଆଗକୁ ଦିଲ୍ଲୀ ଭଳି ପରିସ୍ଥିତି ସୃଷ୍ଟି ହେବ । ଏବେ ଘରୋଇ ହସ୍ପିଟାଲକୁ ରାତିରେ କୌଣସି ରୋଗୀ ଆସିଲେ ବେଡ୍ ମିଳୁନି,’’ ସେ କହିଛନ୍ତି ।
‘‘ପ୍ରଥମ ଲକଡାଉନରେ ରାଜ୍ୟରେ ସଂକ୍ରମଣର ହାର କେବଳ ସମାନ୍ତରାଳ ସ୍ଥିତିରେ ରହିଲା, ମାତ୍ର ପିଜେଟିଭ ହାରକୁ ହ୍ରାସ କରି ପାରିଲା ନାହିଁ । ମହାମାରୀ ଇତିହାସ କହୁଛି ଅତିକମରେ ଅଢେଇ ବର୍ଷ ଏହା ରୁହେ । ଏହା ଭିତରେ ଦେଢ଼ ବର୍ଷ ବିତି ସାରିଛି । ଏହାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହୁଛି ଯେ ଏହା ଆହୁରି ବର୍ଷେ ପାଖାପାଖି ରହିବ । ଯେହେତୁ ଭ୍ୟାକ୍ସିନ୍ ଆସିଯାଇଛି ତେଣୁ ଏହାର ପ୍ରଭାବ ଏତେ ଦିନ ରହିବ ନାହିଁ ବୋଲି ଆଶା କରାଯାଉଛି । ଟିକାକରଣକୁ ଆହୁରି ତ୍ୱରାନ୍ୱିତ କରାଯିବା ଆବଶ୍ୟକ,’’ କହିଛନ୍ତି ଡଃ ମିଶ୍ର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।