ରାଜ୍ୟରେ ରୋଗୀ ପରିବହନ ପାଇଁ ସରକାର ଧାର୍ଯ୍ୟ କରିଥିବା ଆମ୍ବୁଲାନ୍ସ ଭଡ଼ାରେ ଅକ୍ସିଜେନ୍‌ ବି ସାମିଲ୍‌ ଅଛି

Odisha Ambulance Rates | ସରକାର ସ୍ଥିର କରିଥିବା ନୂଆ ଦର ଘରୋଇ ହସପିଟାଲ ଓ ବେସରକାରୀ ସଂସ୍ଥାମାନଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକାରର ଆମ୍ବୁଲାନ୍ସ ପାଇଁ ଲାଗୁ ହେବ । ଏଥିରେ ଅମ୍ଳଜାନ, ଆମ୍ବୁଲାନ୍ସ ଉପକରଣ ଓ ଡ୍ରାଇଭର୍ ଆଦି ଅନ୍ତର୍ଭୁକ୍ତ । ଅଧିକ ମାଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।

ରାଜ୍ୟରେ ରୋଗୀ ପରିବହନ ପାଇଁ ସରକାର ଧାର୍ଯ୍ୟ କରିଥିବା ଆମ୍ବୁଲାନ୍ସ ଭଡ଼ାରେ ଅକ୍ସିଜେନ୍‌ ବି ସାମିଲ୍‌ ଅଛି
ଛୋଟ ଗାଡ଼ିରେ ଥିବା ଆମ୍ବୁଲାନ୍ସକୁ ପ୍ରଥମ ୧୦ କିଲୋମିଟର୍‌ ପାଇଁ ୭୫୦ ଟଙ୍କା ଦେବାକୁ ହେବ । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିଚାଲିଥିବା ବେଳେ ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସର ଭଡ଼ା ଧାର୍ଯ୍ୟ କରିଛନ୍ତି ସରକାର । ଅକ୍ସିଜେନ୍‌, ପି.ପି.ଇ. କିଟ୍ ଓ ଡ୍ରାଇଭର୍‌ ଚାର୍ଜକୁ ମିଶାଇ ସର୍ବାଧିକ ଭଡ଼ା ସ୍ଥିର ହୋଇଥିବାରୁ ଏଣିକି ରୋଗୀଙ୍କ ପରିବାରକୁ ଆଉ ଅସୁବିଧାରେ ପଡ଼ିବାକୁ ହେବନି ବୋଲି ଆଶା କରାଯାଉଛି । ସରକାରୀ ଦରଠୁ ଅଧିକ ନେଲେ ଆମ୍ବୁଲାନ୍ସ ପରିଚାଳକ ଓ ଡ୍ରାଇଭରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସହିଛନ୍ତି ସରକାର ।

ପରିବହନ ବିଭାଗ ଦ୍ୱାରା ସ୍ଥିର ହୋଇଥିବା ନୂଆ ଦର ରାଜ୍ୟର ଘରୋଇ ଡାକ୍ତରଖାନା ଓ ବେସରକାରୀ ସଂସ୍ଥାମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ବିଭିନ୍ନ ପ୍ରକାରର ଆମ୍ବୁଲାନ୍ସ ପାଇଁ ଲାଗୁ ହେବ । ସରକାର ଧାର୍ଯ୍ୟ କରିଥିବା ଆମ୍ବୁଲାନ୍ସ ଦରରେ ଅମ୍ଳଜାନ, ଆମ୍ବୁଲାନ୍ସ ଉପକରଣ, ପିପିଇ କିଟ୍, ଗ୍ଲୋଭସ୍, ମାସ୍କ, ଫେସ୍ ଶିଲ୍ଡ, ସାନିଟାଇଜେସନ୍, ଡ୍ରାଇଭର୍‌ ଓ ଜରୁରୀକାଳୀନ ମେଡିକାଲ୍ ଟେକ୍ନିସିଆନ୍ ଅନ୍ତର୍ଭୁକ୍ତ ଅଛନ୍ତି । ଆମ୍ବୁଲାନ୍ସରେ ଯାଉଥିବା ବେଳେ ଅମ୍ଳଜାନ ବା କୌଣସି ଔଷଧ ବା ଇଞ୍ଜେକ୍ସନ୍‌ ଆଦି ଯଦି ଲଗାଯାଏ ତେବେ ତା’ ପାଇଁ ତା’ର ପ୍ରକୃତ ଦାମ୍‌ ଦେବାକୁ ପଡି଼ବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଛୋଟ ଗାଡ଼ିରେ ହୋଇଥିବା ଆମ୍ବୁଲାନ୍ସ ଭଡ଼ା ନେଲେ ପ୍ରଥମ ୧୦ କିଲୋମିଟର୍‌ ପାଇଁ ୭୫୦ ଟଙ୍କା ଦେବାକୁ ହେବ । ତା’ପରେ କିମି ପିଛା ଭଡ଼ା ୩୦ ଟଙ୍କା ରହିବ, ହେଲେ ଆମ୍ବୁଲାନ୍ସରେ ଲାଇଫ୍‌ ସପୋର୍ଟ ବ୍ୟବସ୍ଥା ଥିଲେ କିଲୋମିଟର୍‌ ପିଛା ୫୦ ଟଙ୍କା ଲାଗିବ । ଆମ୍ବୁଲାନ୍ସରେ ଆଧୁନିକ ଲାଇଫ୍‌ ସପୋର୍ଟ୍‌ ବ୍ୟବସ୍ଥା ଥିଲେ ବଡ଼ ଗାଡ଼ି ନେବେ ୩,୦୦୦ ଟଙ୍କା । ୧୦ କିଲୋମିଟର୍‌ ପରେ କିଲୋମିଟର୍‌ ପିଛା ବଡ଼ ଗାଡ଼ି ନେବେ ୫୦ ଟଙ୍କା । ବୋଲେରୋ ଭଳି ଆମ୍ବୁଲାନ୍ସ ପ୍ରଥମ ୧୦ କିମି ପାଇଁ ୧,୦୦୦ ଟଙ୍କା ନେବେ । ବୋଲେରୋରେ ଲାଇଫ୍‌ ସପୋର୍ଟ ଥିଲେ ସର୍ବାଧିକ ୧,୫୦୦ ଟଙ୍କା ନେଇପାରିବେ ବୋଲି ରାଜ୍ୟ ପରିବହନ ବିଭାଗ ଦ୍ୱାରା ସୋମବାର ଜାରି ହୋଇଥିବା ବିଜ୍ଞପ୍ତିରେ (Odisha ambulance charges) କୁହାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

ଆମ୍ବୁଲାନ୍ସ ଦରରେ ଅମ୍ଳଜାନ, ଆମ୍ବୁଲାନ୍ସ ଉପକରଣ ଓ ଜରୁରୀକାଳୀନ ମେଡିକାଲ୍ ଟେକ୍ନିସିଆନ୍ ଅନ୍ତର୍ଭୁକ୍ତ ଅଛନ୍ତି । (ପ୍ରତୀକାତ୍ମକ ଛବି)


ସରକାରୀ ବିଜ୍ଞପ୍ତି ଅନୁଯାୟୀ ମାରୁତି ଓମନି, ଟାଟା ମ୍ୟାଜିକ୍ ଓ ମାରୁତି ଇକୋ ଇତ୍ୟାଦି ଛୋଟ ବର୍ଗର ଆମ୍ବୁଲାନ୍ସଗୁଡିକ ୧୦ କିଲୋମିଟର୍‌ ଦୂରତା ପାଇଁ ୭୫୦ ଟଙ୍କା ନେବେ । ସାଧାରଣ ଲାଇଫ୍‌ ସପୋର୍ଟ ସୁବିଧା (basic life support system facilities) ଥିବା ଏହି ପ୍ରକାରର ଛୋଟ ଆମ୍ବୁଲାନ୍ସ ୧୦ କିଲୋମିଟର୍‌ ଦୂରତା ପାଇଁ ୧୦୦ ଟଙ୍କା ଚାର୍ଜ କରିପାରିବେ । ଏହି ବର୍ଗର ଆମ୍ବୁଲାନ୍ସଗୁଡିକ ୧୦ କିଲୋମିଟରରୁ ଅଧିକ ଗଲେ ପ୍ରତି ଅତିରିକ୍ତ କିଲୋମିଟର ପାଇଁ ୩୦ ଟଙ୍କା ନେବେ ବୋଲି ସ୍ଥିର ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

ମହିନ୍ଦ୍ରା ବୋଲେରୋ ପରି ମଧ୍ୟମ ବର୍ଗର ଆମ୍ବୁଲାନ୍ସଗୁଡିକ ୧୦ କିଲୋମିଟର୍‌ ଦୂରତା ପର୍ଯ୍ୟନ୍ତ ୧,୦୦୦ ଟଙ୍କା ନେବେ । ସାଧାରଣ ଲାଇଫ୍‌ ସପୋର୍ଟ ସୁବିଧା (basic life support system facilities) ଥିବା ମଧ୍ୟମ ବର୍ଗର ଆମ୍ବୁଲାନ୍ସ ୧୦ କିଲୋମିଟର୍‌ ଦୂରତା ପର୍ଯ୍ୟନ୍ତ ୧,୫୦୦ ଟଙ୍କା ନେବେ । ଏହି ବର୍ଗର ଆମ୍ବୁଲାନ୍ସଗୁଡିକ ୧୦ କିଲୋମିଟରରୁ ଅଧିକ ଗଲେ ପ୍ରତି ଅତିରିକ୍ତ କିଲୋମିଟର ପିଛା ୫୦ ଟଙ୍କା ନେବେ ।

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ ମେ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଜାରି ହେଲା; ମମତାଙ୍କ ସାନ ଭାଇ କରୋନାରେ ଚାଲିଗଲେ

ବଡ଼ ବର୍ଗର ଆମ୍ବୁଲାନ୍ସ ଯଥା ଟାଟା ୱିଙ୍ଗର୍‌, ଫୋର୍ସ୍‌ ଟ୍ରାଭେଲର୍ ଓ ଟାଟା ୪୦୭ ଇତ୍ୟାଦି ପ୍ରଥମ ୧୦ କିଲୋମିଟର ପାଇଁ ୧,୨୫୦ ଟଙ୍କା ଚାର୍ଜ କରିବେ । ସାଧାରଣ ଲାଇଫ୍‌ ସପୋର୍ଟ ବ୍ୟବସ୍ଥା ଥିବା ଏହି ବର୍ଗର ଆମ୍ବୁଲାନ୍ସଗୁଡିକ ୧୦ କିଲୋମିଟର୍‌ ଦୂରତା ପର୍ଯ୍ୟନ୍ତ ୨,୦୦୦ ଟଙ୍କା ନେବେ । ଏହି ବର୍ଗର ଆମ୍ବୁଲାନ୍ସଗୁଡିକ ୧୦ କିଲୋମିଟରରୁ ଅଧିକ ଗଲେ ପ୍ରତି ଅତିରିକ୍ତ କିଲୋମିଟର ପିଛା ୩୦ ଟଙ୍କା ନେବେ ।



ଯଦି ବଡ଼ ବର୍ଗର ଆମ୍ବୁଲାନ୍ସଗୁଡି଼କରେ ଉନ୍ନତ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ ସୁବିଧା (advanced life support system facilities) ଥାଏ ତାହେଲେ ସେମାନେ ପ୍ରଥମ ୧୦ କିଲୋମିଟର ପର୍ଯ୍ୟନ୍ତ ୩,୦୦୦ ଟଙ୍କା ନେବେ ଓ ତା’ ପରେ ପ୍ରତି କିଲୋମିଟର ପିଛା ଅତିରିକ୍ତ ଚାର୍ଜ ଆଦାୟ କରିବେ ।
Published by: Anand ST Das
First published: May 17, 2021, 7:57 PM IST