News18 Odia Digital
ଭୁବନେଶ୍ୱର: ଓଡିଶାରେ କରୋନା ଭାଇରସ୍ ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନ ଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ସମାପ୍ତ ହେବାର ଦିନକ ପୂର୍ବରୁ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରବିବାର ଦିନ ଘୋଷଣା କରିଛନ୍ତି ଯେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଶନିବାର ଓ ରବିବାର ଦିନ ସପ୍ତାହାନ୍ତ ସଟଡାଉନ୍ ପୂର୍ବ ପରି ଜାରି ରହିବ ବୋଲି ସେ କହିଛନ୍ତି । ରାଜ୍ୟରେ କରୋନା ଭାଇରସ୍ (Coronavirus) ସଂକ୍ରମଣର ମାମଲା ଏବେ ବି ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ମହାପାତ୍ର ।
ଏହା ବି ପଢ଼ନ୍ତୁ | କରୋନା ଭାଇରସ୍କୁ ଚୀନ୍ ୱୁହାନ୍ ଲ୍ୟାବରେ ବନେଇଥିଲା! ବ୍ରିଟେନ୍ ଓ ନରୱେର ବୈଜ୍ଞାନିକମାନେ ଜାଣିଲେ‘‘ଜୁନ୍ ୧ ତାରିଖ ସକାଳେ ଶେଷ ହେଉଥିଲା ଲକ୍ଡାଉନ୍ । ଏହାକୁ ଆଉ ୧୬ ଦିନ ପାଇଁ, ଅର୍ଥାତ୍ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ, ବଢ଼ାଯାଇଛି । ସପ୍ତାହାନ୍ତ ସଟ୍ଡାଉନ କଟକଣା ପୂର୍ବପରି ଜାରି ରହିବ,’’ ରାଜ୍ୟବାସୀଙ୍କୁ ସରକାରଙ୍କ ନିଷ୍ପତ୍ତି ଶୁଣାଇ କହିଛନ୍ତି ମୁଖ୍ୟ ସଚିବ ।
ଏହା ବି ପଢ଼ନ୍ତୁ | ରିଲାଏନ୍ସ ଆରମ୍ଭ କଲା ଘରୋଇ କ୍ଷେତ୍ରର ସୁବଠୁ ବଡ଼ ମାଗଣା ଟିକାକରଣ ଅଭିଯାନ; ୮୮୦ ସହରରେ ହେବରାଜ୍ୟର ତିନିଟି ଜିଲ୍ଲାରେ ସଂକ୍ରମଣ କମୁଥିବାରୁ ସେଠାରେ ଲକଡାଉନ୍ କଟକଣା ସାମାନ୍ୟ କୋହଳ କରାଯାଇଛି । ସେହି ତିନିଟି ଜିଲ୍ଲା ହେଉଛନ୍ତି ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ । ସେଠାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଲକଡାଉନ୍ କଟକଣା କୋହଳ ରହିବ ବୋଲି କହିଛନ୍ତି ମହାପାତ୍ର । ଏହି ତିନିଟି ଜିଲ୍ଲାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ସବୁ ଦୋକାନ ଖୋଲିବ, କିନ୍ତୁ ସେଲୁନ୍, ପାର୍ଲର୍ ଓ ମଲ୍ ଖୋଲିପାରିବ ନାହିଁ । ଅନ୍ୟ ସବୁ ଜିଲ୍ଲାରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଲକଡାଉନ୍ କଟକଣା କୋହଳ ରହିବ ।
ଏହା ବି ପଢ଼ନ୍ତୁ | ଅନୁପମ ଖେର୍ଙ୍କ ପତ୍ନୀ କିରଣଙ୍କୁ କ୍ୟାନସର୍; ଅପଡେଟ୍ ଦେଇ ଅନୁପମ କହିଲେ; ‘‘କଠିନ ଚିକିତ୍ସା, କିନ୍ତୁ…’’‘‘ସାରା ରାଜ୍ୟରେ ପୂର୍ବ ପରି ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ । ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୫ଟା ଯାଏଁ ସଟଡାଉନ୍ ରହିବ । ପୂର୍ବରୁ ଜାରି ହୋଇଥିବା ସମସ୍ତ କଟକଣା ଲାଗୁ ରହିବ । ପୂର୍ବ ଘୋଷଣା ଅନୁଯାୟୀ ଯାହା କଟକଣା ମୁକ୍ତ ଥିଲା ତାହା ଜାରି ରହିବ,’’ କହିଛନ୍ତି ମୁଖ୍ୟ ସଚିବ । ଏହି ୧୬-ଦିନିଆ ତୃତୀୟ ପର୍ଯ୍ୟାୟ ଲକଡାଉନରେ ବାହାଘର ଓ ବ୍ରତଘର ଆଦିରେ ପୂର୍ବ ପରି କଟକଣା ଜାରି ରହିବ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଟିକା ପାଇଁ ରାଜ୍ୟଗୁଡ଼ିକ ସହ ଡିଲ୍ କରିବେନି ବିଦେଶୀ କମ୍ପାନୀ; କ’ଣ ହେବ ଗ୍ଲୋବାଲ୍ ଟେଣ୍ଡରର?ରାଜ୍ୟରେ କରୋନା ସଂକ୍ରମଣର ପଜିଟିଭିଟି ହାର କମୁଛି, ହେଲେ ମେ ୨୨ ତାରିଖରେ ସର୍ବାଧିକ ୧୨,୮୫୨ ଜଣ ଲୋକ ଆକ୍ରାନ୍ତ ହୋଇଥିଲେ । ବାତ୍ୟା ୟାସ୍ (Cyclone Yaas) ପାଇଁ ନମୁନା ପରୀକ୍ଷା କମ୍ ହୋଇଥିବାରୁ ପଜିଟିଭିଟି ହାର କମିଥିବା କୁହାଯାଉଥିଲା, ହେଲେ ପରେ ଟେଷ୍ଟ୍ ବଢ଼ିଥିଲେ ମଧ୍ୟ ପଜିଟିଭ୍ ସଂଖ୍ୟା କମିଥିବା କହିଛନ୍ତି ଅତିରକ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।
‘‘ରାଜ୍ୟର ନଅଟି ଜିଲ୍ଲାରେ ପ୍ରାୟ ୬୦ ପ୍ରତିଶତ ସଂକ୍ରମଣ ମାମଲା ରହିଛି । ୧୯ଟି ଜିଲ୍ଲାରେ ପଜିଟିଭିଟି ହାର କମିବାରେ ଲାଗିଛି । ପାଞ୍ଚଟି ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ୍ ଅଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପଜିଟିଭିଟି ହାର ଆହୁରି କମିବ ବୋଲି ଆଶା କରାଯାଉଛି,’’ କହିଛନ୍ତି ଅତିରକ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।