News18 Odia Digital
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର ଆଶାନୁରୂପ ଭାବେ କମ୍ ହେଉ ନ ଥିବାରୁ ରାଜ୍ୟ ସରକାର ବୁଧବାର ଦିନ ଜୁଲାଇ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଆଂଶିକ ଲକଡାଉନକୁ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି ।
ସଂକ୍ରମଣ ହାର ଅନୁସାରେ ରାଜ୍ୟର ଜିଲ୍ଲାଗୁଡ଼ିକୁ ଦୁଇଟି ଭାଗରେ ବିଭକ୍ତ କରି କଟକଣା ଲାଗୁ କରାଯାଇଛି । କ୍ୟାଟେଗରି ‘ଏ’ରେ ୨୦ଟି ଜିଲ୍ଲା ଥିବା ବେଳେ କ୍ୟାଟେଗରି ‘ବି’ରେ ୧୦ଟି ଜିଲ୍ଲା ଅଛନ୍ତି । କ୍ୟାଟେଗରି ‘ବି’ର ୧୦ଟି ଜିଲ୍ଲାରେ – ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ – କରୋନା ସଂକ୍ରମଣ ହାର ୫ ପ୍ରତିଶତରୁ ଅଧିକ ଥିବାରୁ ଏହି ଜିଲ୍ଲାମାନଙ୍କରେ ସବୁ କଟକଣା ପୂର୍ବ ଭଳି ଲାଗୁ ରହିବ । ଏହି ୧୦ଟି ଅଧିକ ସଂକ୍ରମିତ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ବି ପୂର୍ବ ପରି ବଳବତ୍ତର ରହିବ ଓ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା ରହିପାରିବ ।
ଏହା ବି ପଢ଼ନ୍ତୁ | Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛିକମ୍ ସଂକ୍ରମିତ ୨୦ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସବୁ ଦୋକାନ ଖୋଲିବାକୁ ଅନୁମତି ଦିଆୟାଇଛି । ସାରା ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ବିବାହ ଓ ଶୁଦ୍ଧି କ୍ରିୟା ପାଇଁ ଥିବା ପୂର୍ବ ନିୟମ ବଳବତ୍ତର ରହିବ । କ୍ୟାଟେଗରି ‘ଏ’ର ୨୦ଟି ଜିଲ୍ଲାରୁ ସପ୍ତାହାନ୍ତ ଲକଡାଉନ୍ ହଟାଇ ଦିଆଯାଇଛି । ଏହି ୨୦ଟି ଜିଲ୍ଲାରେ ବସ୍ ପରିବହନ ସେବାକୁ ବି ଅନୁମତି ମିଳିଛି । ସେଠାରେ ଛୋଟ ସେଲୁନ୍ ବି ଖୋଲିପାରିବ ।
ଏହା ବି ପଢ଼ନ୍ତୁ | ଏକା ଥରକେ ୧୦ଟି ଶିଶୁ ଜନ୍ମ ଦେଲେ? ହେଲେ ସେ ତ ଗର୍ଭବତୀ ନ ଥିଲେ! ରେକର୍ଡ଼ ଅନ୍ୟ ମହିଳାଙ୍କରସାରା ରାଜ୍ୟରେ ସପିଙ୍ଗ ମଲ୍ ଓ ବିୟୁଟି ପାର୍ଲର ଓ ସ୍ପା ପୂର୍ବ ଭଳି ବନ୍ଦ ରହିବ । ସବୁ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସିନେମା ହଲ୍, ଅପେରା ଓ ରାଜନୈତିକ ସମାବେଶ ବି ସାରା ରାଜ୍ୟରେ ପୂର୍ବ ଭଳି ବନ୍ଦ ରହିବ । କମ୍ ସଂକ୍ରମଣ ଥିବା ୨୦ଟି ଜିଲ୍ଲାରେ କେବଳ ଆଉଟଡୋର୍ ଫିଲ୍ମ ଓ ସିରିଏଲର ସୁଟିଂକୁ ଅନୁମତି ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର ।
ଏହା ବି ପଢ଼ନ୍ତୁ | କରୋନା ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ ଅର୍ଥ ମନ୍ତ୍ରୀ; ₹୭,୫୦୦ କୋଟିର ଗ୍ୟାରେଣ୍ଟେଡ୍ ଋଣ ମିଳିବ‘‘ଯେଉଁ ୨୦ଟି ଜିଲ୍ଲାରେ ବସ୍ ଚଳାଚଳକୁ ଅନୁମତି ମିଳିଛି, ସେଠାରେ ଜିଲ୍ଲା ଭିତରେ ଓ ଜିଲ୍ଲା-ଜିଲ୍ଲା ମଧ୍ୟରେ ବସ୍ ଚାଲିପାରିବ, ହେଲେ ଯେତିକି ସିଟ୍ କେବଳ ସେତିକି ଯାତ୍ରୀ ଯାଇପାରିବେ । ଟ୍ୟାକ୍ସି ଓ ଅଟୋରିକ୍ସାରେ ଡ୍ରାଇଭରକୁ ଛାଡ଼ି କେବଳ ଦୁଇ ଜଣ ଯାତ୍ରୀ ରହିପାରିବେ,’’ କହିଛନ୍ତି ମହାପାତ୍ର ।
ସରକାରଙ୍କ ଏହି ନୂଆ ଗାଇଡଲାଇନକୁ ବିଭିନ୍ନ ମହଲକୁ ସ୍ୱାଗତ କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିରେ ଉନ୍ନତି ଆସୁଥିବାରୁ ଏମିତି କଟକଣାକୁ ଆଉ କିଛି ଦିନ ଧରି ସଂକ୍ରମଣକୁ ସମ୍ପୂର୍ଣ୍ଣ କମ୍ କରିବା ପାଇଁ ବୁଦ୍ଧିଜୀବୀମାନେ ଆହ୍ୱାନ ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।