ରାଜ୍ୟରେ ଲକଡାଉନରେ ମିଳିଲା କିଛି କୋହଳତା; ପଞ୍ଜୀକୃତ ଦୋକାନଗୁଡ଼ିକ ଖୋଲା ରହିପାରିବ

ଦୋକାନ ଖୋଲିବା ପାଇଁ ସରକାର ସର୍ତ୍ତ ରଖିଛନ୍ତି । ଦୋକାନରେ କେବଳ ୫୦ ପ୍ରତିଶତ କର୍ମଚାରୀ କାମ କରିପାରିବେ । ସେମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ମାନିବା ବାଧ୍ୟତାମୂଳକ । ସପିଂ ମଲ୍ ଓ ସପିଂ କମ୍ପ୍ଲେକ୍ସ ଖୋଲିପାରିବ ନାହିଁ ।

ରାଜ୍ୟରେ ଲକଡାଉନରେ ମିଳିଲା କିଛି କୋହଳତା; ପଞ୍ଜୀକୃତ ଦୋକାନଗୁଡ଼ିକ ଖୋଲା ରହିପାରିବ
ଭୁବନେଶ୍ୱରର ଏକ ସାହିରେ ଥିବା ଗ୍ରୋସେରୀ ଦୋକାନ
  • News18 Odia
  • Last Updated: April 25, 2020, 2:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ ସମୟରେ ଦୋକାନ ଖୋଲିବା ଉପରେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ପରେ ରାଜ୍ୟରେ ଦୋକାନ ଖୋଲିବା ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଓ ମହାନଗର ତଥା ପୌରାଞ୍ଚଳରେ ପଞ୍ଜୀକୃତ ଦୋକାନଗୁଡ଼ିକୁ ଖୋଲା ରଖିବାକୁ ଅନୁମତି ଦେଇଛନ୍ତି ।

ରାଜ୍ୟରେ ମହାନଗର ତଥା ପୌରାଞ୍ଚଳରେ କେବଳ ପଞ୍ଜୀକୃତ ଦୋକାନଗୁଡ଼ିକ ଖୋଲା ରହିପାରିବ । ଦୋକାନ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଓଡ଼ିଶା ସପ୍ସ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ସ-୧୯୫୬ରେ ଯେଉଁ ସବୁ ଦୋକନ ପଞ୍ଜିକୃତ ହୋଇଥିବ ସେଗୁଡ଼ିକ ଖୋଲିପାରିବ ।

କିନ୍ତୁ ଏଥି ପାଇଁ ସରକାର ସର୍ତ୍ତ ରଖିଛନ୍ତି । ଦୋକାନରେ କେବଳ ୫୦ ପ୍ରତିଶତ କର୍ମଚାରୀ କାମ କରିପାରିବେ । ସେମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ରକ୍ଷା କରିବା ବାଧ୍ୟତାମୂଳକ ।

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି


ତେବେ ସପିଂ ମଲ୍ ଓ ସପିଂ କମ୍ପ୍ଲେକ୍ସ ଖୋଲିପାରିବ ନାହିଁ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । କେଉଁ କେଉଁ ଦୋକାନ ଓ କି ପ୍ରକାରର ଦୋକାନ କେତେ ବେଳେ ଖୋଲିବ ସେ ସମ୍ପର୍କରେ ମହାନଗର ନିଗମ କମିଶନର ଓ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ । ସେ ବାବଦରେ ସେମାନେ ଶୀଘ୍ର ନୋଟିସ୍  ଜାରି କରିବେ ବୋଲି କୁହାଯାଇଛି ।

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ସହରାଞ୍ଚଳରେ ଗୋଟିକିଆ ଦୋକାନ, ରେସିଡେନସିଆଲ୍‌ ଏରିଆରେ ଥିବା ଦୋକାନ ଓ ସାହି-ଗଳିରେ ଥିବା ଦୋକାନ ଖୋଲା ରହିପାରିବ । ସହରାଞ୍ଚଳରେ କୌଣସି ମଲ୍‌ ଖୋଲା ରହିପାରିବ ନାହିଁ । ଠିକ୍‌ ସେମିତି ଗ୍ରାମାଞ୍ଚଳରେ ଥିବା ଦୋକାନଗୁଡ଼ିକ ଖୋଲାଯାଇପାରିବ ।

ରାଜ୍ୟ ବ୍ୟବସାୟୀ ମହାସଙ୍ଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।
First published: April 25, 2020, 2:56 PM IST
corona virus btn
corona virus btn
Loading