ଭୁବନେଶ୍ୱର : ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତ୍ରିରେ ସୁଶୀଳା ଦେବୀଙ୍କ ପରଲୋକ ହୋଇଥିବା ଜଣାପଡିଛି ।
ସୁଶୀଳା ଦେବୀ ଗତ ନଭେମ୍ବର ୧ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।
ଏହା ବି ପଢ଼ନ୍ତୁ | KBC 12: ତୃତୀୟ କୋଟିପତି ହେଲେ ଅନୁପା ଦାସ ; ୧ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଲେ
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶୀଲା ଦେବୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଜଣେ ଅତି ଉଷ୍ମ ଓ ଧର୍ମପରାୟଣ ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ । ପଟ୍ଟନାୟକ ରାଜ୍ୟପାଳ ତଥା ଶୋକସନ୍ତପ୍ତ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ।
ଏହା ବି ପଢ଼ନ୍ତୁ | ଏବେ ଛାଡ଼ପତ୍ର ମାଗୁଥିବା IAS ଟପ୍ପର ଟିନା ଡାବିଙ୍କ ପ୍ରେମ କାହାଣୀ ଦିନେ ଚିତ୍ତାକର୍ଷକ ଥିଲା
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି "ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜୀଙ୍କ ଧର୍ମପତ୍ନୀ ସୁଶିଳା ଦେବୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗକୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ । ଅମର ଆତ୍ମାର ସଦଗତି କାମନା କରୁଛି ।"
ରାଜ୍ୟପାଳ ଗଣେଶୀଲାଲ୍ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାକ୍ଷ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
Published by: Jagdish Barik
First published: November 23, 2020, 09:22 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।