ରାଜ୍ୟର ଗ୍ରାମାଞ୍ଚଳରେ ଜୀବିକା ସୁରକ୍ଷା ପାଇଁ ୯ ମାସରେ ଖର୍ଚ୍ଚ ହେବ ୧୭,୦୦୦ କୋଟି ଟଙ୍କା

କ୍ୟାବିନେଟ ଅନୁମୋଦନ ଅନୁସାରେ ଅଙ୍ଗନବାଡ଼ି ପିଲାଙ୍କୁ ପୋଷାକ ସହ ଏଣିକି ମିଳିବ ଜୋତା ଓ ମୋଜା । ୨୦୨୦-୨୧ ବର୍ଷ ପାଇଁ ଅଙ୍ଗନବାଡ଼ି ପିଲାଙ୍କୁ ସ୍ବେଟର ମଧ୍ୟ ଦିଆଯିବ।

ରାଜ୍ୟର ଗ୍ରାମାଞ୍ଚଳରେ ଜୀବିକା ସୁରକ୍ଷା ପାଇଁ ୯ ମାସରେ ଖର୍ଚ୍ଚ ହେବ ୧୭,୦୦୦ କୋଟି ଟଙ୍କା
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣରୁ ଲୋକଙ୍କ ଜୀବିକା ଉପରେ ଆସିଥିବା ସଙ୍କଟର ମୁକାବିଲା ପାଇଁ ସ୍ପେସିଆଲ ଲାଇଭଲିହୁଡ଼ ଇଣ୍ଟରଭେନସନ (special livelihood intervention) କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରାମାଞ୍ଚଳରେ ଜୀବିକା ସୁରକ୍ଷା ପାଇଁ ୧୭ ହଜାର କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରାଯାଇଛି । ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ।

ଗ୍ରାମୀଣ ଆୟ ବୃଦ୍ଧି,କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ଫଳ ଓ ପନିପରିବା ଚାଷ ଆଦିରେ ଏହି ଅର୍ଥ ଖର୍ଚ୍ଚ ହେବ । ଏଥିରେ କୃଷି କ୍ଷେତ୍ରରେ ପ୍ରାୟ ୨୪.୫୬ ଲକ୍ଷ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି ସରକାର । ୧୦ ଲକ୍ଷ ଚାଷୀଙ୍କୁ ବିହନ ଯୋଗାଇବେ ସରକାର । ୪ ହଜାର ପାନଚାଷୀଙ୍କ ପାଇଁ ୧୬ ଶହ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କାରାଯିବା ସହ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ବି ପାଣ୍ଠି ବିନିଯୋଗ କରାଯିବ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଆଜି ଏହାକୁ ମିଶାଇ ମୋଟ ୨୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟ ଅନୁମୋଦନ ଅନୁସାରେ ଅଙ୍ଗନବାଡ଼ି ପିଲାଙ୍କୁ ପୋଷାକ ସହ ଏଣିକି ମିଳିବ ଜୋତା ଓ ମୋଜା । ୨୦୨୦-୨୧ ବର୍ଷ ପାଇଁ ଅଙ୍ଗନବାଡ଼ି ପିଲାଙ୍କୁ ସ୍ବେଟର ମଧ୍ୟ ଦିଆଯିବ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଶକ୍ତି ବିଭାଗ ଅଧୀନକୁ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଓରେଡା ଆସିବ ବୋଲି କୁହାଯାଇଛି । ସୌର ଶକ୍ତି ସହିତ ଅନ୍ୟ ଅକ୍ଷୟ ଶକ୍ତିର ବିକାଶକୁ  ଗୁରୁତ୍ୱ ଦିଆଯିବ । ସେହି ପରି ପୂର୍ବରୁ କିଛି ସୀମା ମଧ୍ୟରେ କୃଷକଙ୍କୁ ଇ-ମାର୍କେଟ ଅନୁମତି ଦିଆଯାଉଥିବା ବେଳେ ଏବେ ଭୌଗୋଳିକ ସୀମା ନ ରଖି କୃଷକଙ୍କ ପାଇଁ ଇ-ମାର୍କେଟକୁ ଅନୁମତି ଦିଆଯିବ ।

ଆଜିର କ୍ୟାବିନେଟ ବୈଠକରେ ମୋଟ ୨୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।


ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ବୃଦ୍ଧି ପ୍ରସ୍ତାବକୁ ବି କ୍ୟାବିନେଟ ଅନୁମୋଦନ ମିଳିଛି । ପେଟ୍ରୋଲ ଉପରେ ୨୮% ଓ ଡିଜେଲ ଉପରେ ୨୬% ଭାଟ ବୃଦ୍ଧି କରାଯାଇଛି ।

ଆଉ ଏକ ନିଷ୍ପତ୍ତି ଅନୁସାରେ ଅଣ୍ଡର ଗ୍ରାଜୁଏଟ କୋର୍ସକୁ ପ୍ରଫେସନାଲ କୋର୍ସର ମାନ୍ୟତା ଦେବା ପ୍ରସ୍ତାବ ଉପରେ ମୋହର ଲାଗିଛି । ଧାମରା ଓ ଢେଙ୍କାନାଳରେ ଦୁଇଟି ଶିଳ୍ପ ପାର୍କ ପ୍ରତିସ୍ଥା ହେବ । ଏହି ପ୍ରସ୍ତାବ କୁ କ୍ୟାବିନେଟ ମୋହର ଲାଗିଥିବା ବେଳେ ହଜାରେ ଏକର ଲେଖାଏଁ ଜମିରେ ପ୍ରତିଷ୍ଠା ହେବ ପାର୍କ । ପ୍ରତି ଶିଳ୍ପ ପାର୍କରେ  ୬ରୁ ୭ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ହେବ । ଏହା ଦ୍ୱାରା ଧାମରାରେ ୨୦ ହଜାର ଓ ଢେଙ୍କାନାଳରେ ୧୬ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ସରକାର କହିଛନ୍ତି । ହୋଟେଲ ଓ ରେଷ୍ଟୁରାଣ୍ଟ ପାଇଁ ବି ଏଣିକି ଇଡ଼କୋ ଜମି ଦେବ ।

ଆସ୍କା ଚିନି କଳକୁ ୧୫ କୋଟି ଟଙ୍କାର ଗ୍ୟାରେଣ୍ଟି ଦେବେ ସରକାର। ଏ ନେଇ କ୍ୟାବିନେଟ ନିଷ୍ପତ୍ତି ହୋଇଥିବା ବେଳେ ଚିନି କଳକୁ ଯୋଗାଇଥିବା ଆଖୁ ଚାଷୀଙ୍କୁ ମିଳିବ ଟଙ୍କା । ସେହି ପରି ବାଲେଶ୍ବର ହିଡିଗାଁରେ NDRFର ଏକ ସେଣ୍ଟର ନିର୍ମାଣ ପାଇଁ ବିନା ପ୍ରିମିଅମରେ ୩.୫ ଏକର ଜମି ଯୋଗାଇଦେବେ ସରକାର ।

ଏଣିକି ପ୍ରତି ୫ ବର୍ଷରେ ଥରେ ପୁନଃ ପଞ୍ଜିକରଣ କରିବେ ସାମାଜିକ ଅନୁଷ୍ଠାନ । ପଞ୍ଜିକରଣ ଆଇନରେ ସଂଶୋଧନକୁ ମଞ୍ଜୁରି ଦେଉଛି କ୍ୟାବିନେଟ । ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଜମି ଯୋଗାଇବ ଶିଳ୍ପ ଉନ୍ନୟନ ନିଗମ । ସେହି ପରି ଆଉ ଏକ ବଡ ନିଷ୍ପତ୍ତି ଅନୁସାରେ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ଏଣିକି ମାତ୍ର ୧ ଟଙ୍କା ଭଡ଼ାରେ ଜମି ଦିଆଯିବ। OAS ଜୁନିଅର ବ୍ରାଞ୍ଚରେ ୧୯୨ ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ବେଳେ ରାଜସ୍ବ ବିଭାଗ ଅଧୀନରେ କାମ କରିବେ ନୂଆ OAS ଅଧିକାରୀ ।

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ମନ୍ତ୍ରୀ ପରିଷଦ ବୈଠକର ସଂକଳ୍ପ ପାରିତ ହୋଇଛି । ଲୋକ ପ୍ରତିନିଧି, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡି, ସରକାରୀ କର୍ମଚାରୀ, ଶିକ୍ଷକ ଓ ସମସ୍ତ ଅଧିକାରୀଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କ ତ୍ୟାଗ ଓ ବଳିଦାନକୁ ମୁଖ୍ୟ ମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି ।

ଓଡିଶା ପ୍ରଥମ ରାଜ୍ୟ ଭାବରେ ଲାକଡାଉନ ଲାଗୁ କରିଥିଲା । କରୋନା ସଂକ୍ରମଣ ସଙ୍କଟରୁ ବର୍ତ୍ତିବା ପାଇଁ ଅନେକ କିଛି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର। ଆଗୁଆ ଭତ୍ତା, ରାସନ, ରନ୍ଧା ଖାଦ୍ୟ ଓ କୋଭିଡ ଯୋଦ୍ଧାଙ୍କୁ ବିମାଭୁକ୍ତ କରିବା ଆଦି କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନିଆଯାଇଛି । କ୍ବାରେଣ୍ଟାଇନ୍‌ କେନ୍ଦ୍ରର ଭିତ୍ତିଭୂମି ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 29, 2020, 7:32 PM IST
corona virus btn
corona virus btn
Loading