ମାଟ୍ରିକ ଖାତାଦେଖା ୨୦ରୁ: ମୁଲ୍ୟାଙ୍କନ କେନ୍ଦ୍ର ସଂଖ୍ୟା ବଢ଼ିବ; ଗଣ ଶିକ୍ଷା ବିଭାଗ ପ୍ରସ୍ତୁତ ହେଉଛି

ଆସନ୍ତା ୨୦ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୨୦ ଦିନ ଭିତରେ ଶେଷ କରାଯିବାକୁ ସ୍ଥିର ହୋଇଛି । ହେଲେ ଓଡ଼ିଶାରେ ବାତ୍ୟା ମୁଣ୍ଡ ଟେକିଲାଣି । ତେଣୁ ଖାତାଦେଖା ଆରମ୍ଭ ହେବ ନା ପୁଣି ଘୁଞ୍ଚିବ ତାହା ଏକ ବଡ଼ ପ୍ରଶ୍ନ ।

ଗଣ ଶିକ୍ଷା ମନ୍ତ୍ରୀ ସମାର ରଞ୍ଜନ ଦାଶ

ଗଣ ଶିକ୍ଷା ମନ୍ତ୍ରୀ ସମାର ରଞ୍ଜନ ଦାଶ

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢ଼େଇବାକୁ ସରକାର ନିର୍ଣ୍ଣୟ କରିଛନ୍ତି । ହାଇ କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ଯେ ୧୦ କିଲୋମିଟର ଦୂରତାରୁ ଅଧିକ ଖାତା ଦେଖିବାକୁ ଯାଇପାରିବେନି ଶିକ୍ଷକ ଶିକ୍ଷୟିତ୍ରୀମାନେ । ମୁଲ୍ୟାଙ୍କନ କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିବା ଆଜି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମାର ରଞ୍ଜନ ଦାଶ ।

ପ୍ରଥମେ କରୋନା ଭାଇରସ୍‌ ସଂକ୍ରମଣ ଓ ଲକଡାଉନ୍‌ ମ୍ୟାଟ୍ରିକ୍‌ ଖାତାଦେଖାରେ ବାଧକ ସାଜିଥିବା ବେଳେ କରୋନା ନିୟମକୁ ନେଇ ମୂଲ୍ୟାୟନ କେନ୍ଦ୍ର ବଢ଼ାଇବା ଜିଦରେ ଅଡ଼ି ବସିଥିଲା ଓଷ୍ଟା । ହାଇ କୋର୍ଟର ଦ୍ୱାରସ୍ଥ ହେବା ପରେ ହାଇ କୋର୍ଟ ଏ ନେଇ ରାୟ ପ୍ରକାଶ କରିଛନ୍ତି । ଦଶ କିଲୋମିଟର ଦୂରରୁ ଖାତା ଦେଖିବାକୁ ଆସୁଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯାଇ ୧୦ କିମି ଭିତରେ ଥିବା ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ କରାଯିବ ବୋଲି କହିଛନ୍ତି କୋର୍ଟ । ଯଦି କେହି ଦୂରରୁ ଆସିବେ ତେବେ ତାଙ୍କର ଖାଇବା ଓ ରହିବା ବ୍ୟବସ୍ଥା କରାଯିବାକୁ ନିର୍ଦେଶ ରହିଛି ।

ଏହାକୁ ନେଇ ବିସ୍ତୃତ ଆଲୋଚନା କରିଛି ଗଣ ଶିକ୍ଷା ବିଭାଗ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା ହୋଇଛି ଓ ଶିକ୍ଷକଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହେଉଛି । ସୋମବାର ଦିନ ଏକ ବୈଠକ ବସି ତାଲିକା ପ୍ରସ୍ତୁତ କରାଯିବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

‘‘ହାଇ କୋର୍ଟଙ୍କ ଆଦେଶ ଯେ ଦୂରରୁ ଆସୁଥିବା ମୁଲ୍ୟାଙ୍କନକାରୀଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯାଉ । କିନ୍ତୁ ଆମେ ୧୯ କିମି ଭିତରେ ଶିକ୍ଷକମାନେ କିଭଳି ସହଜରେ ଯାଇଆସି ଖାତା ଦେଖିପାରିବେ ସେଥିପାଇଁ ଯୋଜନା କରୁଛୁ ଓ ସେଥି ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେଲାଣି,’’ କହିଛନ୍ତି ଦାଶ ।

ଆସନ୍ତା ୨୦ ତାରିଖରୁ ଖାତାଦେଖା ଆରମ୍ଭ ହେବାକୁ ଅଛି । (ଫାଇଲ୍‌ ଫଟୋ)


ହାଇ କୋର୍ଟଙ୍କ ନିର୍ଦ୍ଦେଶ ପରେ ଗଣ ଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ଓଷ୍ଟା । ପୂର୍ବରୁ ୧୭ ହଜାର ଶିକ୍ଷକଙ୍କ ପାଇଁ ୬୦ଟି କେନ୍ଦ୍ର କରାଯାଇଥିଲା । ପରେ ତ୍ୱରିତ ଓ ନିର୍ଭୁଲ ଖାତାଦେଖା ପାଇଁ ଆଉ ଛଅ ହଜାର ଶିକ୍ଷକ ଖାତାଦେଖାରେ ନିୟୋଜିତ କରାଗଲେ । ହେଲେ କେନ୍ଦ୍ର ସଂଖ୍ୟା ବଢାଯାଇ ନ ଥିଲା । ଏଭଳି ସ୍ଥିତିରେ ସାମାଜିକ ଦୂରତା କିଭଳି ବଜାୟ ରହିବ ସେ ନେଇ ବିରୋଧ କରିଥିଲେ ଶିକ୍ଷକମାନେ ।

ମୋଟ ୨୩ ହଜାର ଶିକ୍ଷକଙ୍କ ପାଇଁ ଛଅ ହଜାର କେନ୍ଦ୍ର ହେଲେ ଗୋଟିଏ କେନ୍ଦ୍ରରେ ୪୦୦ ଶିକ୍ଷକ ନିଯୁକ୍ତ ହେବେ । ଗୋଟିଏ ହଲରେ ପ୍ରାୟ ୪୦ରୁ ୫୦ ଜଣଙ୍କୁ ବସି ଖାତା ଦେଖିବାକୁ ପଡ଼ିବ। କରୋନା ସଂକ୍ରମଣ ପାଇଁ ଏହା ଶିକ୍ଷକଙ୍କ ସ୍ୱାର୍ଥ ବାହାରେ ବୋଲି ଯୁକ୍ତି ବାଢିଥିଲା ଓଷ୍ଟା । ଏହା ଛଡ଼ା ଦୂର ସେଣ୍ଟରକୁ ଗମନାଗମନରେ ଅସୁବିଧା ନେଇ ମଧ୍ୟ ଅଭିଯୋଗ ଆଣିଥିଲା ସଙ୍ଘ । ଏବେ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତିକୁ ସ୍ୱାଗତ କରିଛି ଓଷ୍ଟା ।

ଆସନ୍ତା ୨୦ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୨୦ ଦିନ ଭିତରେ ଶେଷ କରାଯିବା ନେଇ ସ୍ଥିର ହୋଇଛି । ଏଣେ ବାତ୍ୟା ଓଡ଼ିଶାରେ ତାଣ୍ଡବ ରଚିବା ନେଇ ମୁଣ୍ଡ ଟେକିଲାଣି । ୨୦ ତାରିଖ ଦିନ ଏହା ଓଡ଼ିଶା ଉପକୂଳ ଦେଇ ବାଙ୍ଗଲାଦେଶ ଆଡ଼କୁ ମୁଁହାଇବ । ଏହି ସମୟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପବନ ସାଙ୍ଗକୁ ବର୍ଷା ହେବ। ତେଣୁ ୨୦ ତାରିଖରୁ ବାସ୍ତବରେ ଖାତାଦେଖା ହେବ ନା ପୁଣି ଘୁଞ୍ଚିବ ତାହା ଏକ ବଡ଼ ପ୍ରଶ୍ନ ହୋଇ ଠିଆହୋଇଛି ।

ଏହା ବି ପଢ଼ନ୍ତୁ: ଚାକିରିଜୀବୀଙ୍କ ପାଇଁ ବଡ଼ ଖବର: ଗ୍ରାଚ୍ୟୁଇଟି ପାଇଁ ୫ ବର୍ଷର ଅପେକ୍ଷାର ଏବେ ଅନ୍ତ ହେବ

ଏହା ବି ପଢ଼ନ୍ତୁ: କୋଇଲା ଖନନରେ ସରକାରଙ୍କ ଏକଚାଟିଆ ଅଧିକାର ଶେଷ; ପ୍ରତିରକ୍ଷା ଉତ୍ପାଦନରେ FDI ବଢ଼ିଲା

ଏହା ବି ପଢ଼ନ୍ତୁ: ଆସୁଛି ବାତ୍ୟା ଆମ୍ଫାନ୍: ଏବେ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି; ରାଜ୍ୟ ପ୍ରସ୍ତୁତ ହେଉଛି

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ୭୩୭ ହେଲେ

ଏହା ବି ପଢ଼ନ୍ତୁ: କୃଷି କ୍ଷେତ୍ରର ବିକାଶ ଓ ଚାଷୀଙ୍କ ଆୟ ବଢ଼େଇବାକୁ ଅର୍ଥ ମନ୍ତ୍ରୀ ଏହି ୧୧ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି
Published by:Anand Shankar Thankur Das
First published: