ରାଜ୍ୟର ପ୍ରତି ସରକାରୀ ଅଫିସରେ ଜଣେ ଲେଖାଏଁ କୋଭିଡ ନିୟମ ଅଧିକାରୀ ନିଯୁକ୍ତ ହେବେ

ରାଜ୍ୟରେ ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ । ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ଓ ବିଭାଗରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯିବ । ପ୍ରତି ସପ୍ତାହରେ ସେ ଏକ କୋଭିଡ୍‌ ରିପୋର୍ଟ ଦେବେ ।

ରାଜ୍ୟର ପ୍ରତି ସରକାରୀ ଅଫିସରେ ଜଣେ ଲେଖାଏଁ କୋଭିଡ ନିୟମ ଅଧିକାରୀ ନିଯୁକ୍ତ ହେବେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସରକାରଙ୍କୁ ଏବେ ନିଜ କର୍ମଚାରୀଙ୍କ ଚିନ୍ତା ଘାରିଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଧିକାରୀମାନଙ୍କୁ କେମିତି କରୋନା ଭାଇରସ୍‌ ସଂକ୍ରମଣରୁ ଦୂରରେ ରଖି ହେବ ସେଥି ପାଇଁ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ରାଜ୍ୟର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଜଣେ ଲେଖାଏଁ କୋଭିଡ କମ୍ପ୍ଲାଏନ୍ସ ଅଫିସର ନିଯୁକ୍ତ ହେବେ। ଜଣେ ବରିଷ୍ଠ ଅଧିକାରୀଙ୍କୁ ଏହି ଦାୟିତ୍ୱ ଦିଆଯିବ । ପ୍ରତ୍ୟେକ ସାତ ଦିନରେ ସେ ଏକ ରିପୋର୍ଟ ଦେବେ ।

ସମ୍ପୃକ୍ତ ଅଫିସ ଓ ବିଭାଗର ମୁଖ୍ୟ ସେହି ରିପୋର୍ଟକୁ ଆଧାର କରି କୋଭିଡ ନିୟମ ପାଳନ ସମ୍ପର୍କରେ ଆବଶ୍ୟକ ଅଧିକ ପଦକ୍ଷେପ ନେବେ ବୋଲି କଡ଼ା ନିର୍ଦେଶନାମା ଜାରି କରାଯାଇଛି । ଲୋକଙ୍କୁ ସେବା ଯୋଗାଉଥିବା ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ବେଶ ଉପାଦେୟ ବୋଲି କର୍ମଚାରୀ ସଙ୍ଘ କହିଛି । ରାତ୍ରକାଳୀନ  କର୍ଫ୍ୟୁକୁ ଦୁଇ ଘଣ୍ଟା କୋହଳ କରିବା ଓ ୧୦ଟି ଜିଲ୍ଲାରେ ସାପ୍ତାହିକ ସଟଡାଉନ ଲାଗୁ କରିବାକୁ ବିଶେଷଜ୍ଞ ଓ ବ୍ୟବସାୟୀମାନେ ସ୍ୱାଗତ କରିଛନ୍ତି  ।

‘‘ସରକାରଙ୍କ ନିୟମ ଅନୁଯାୟୀ ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ । ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ଓ ବିଭାଗରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯିବ। କୌଣସି ସରକାରୀ କାର୍ଯ୍ୟାଳୟରେ କୋଭିଡ ଗାଇଡ଼ଲାଇନ ଉଲ୍ଲଙ୍ଘନ ହେଲେ ସଂକ୍ରମଣ ପାଇଁ ସମ୍ପୃକ୍ତ ଅଫିସର ମୁଖ୍ୟ ଦାୟୀ ରହିବେ । ଏପରିକି ଅଲଗା ବିଭାଗର ଅଧିକାରୀମାନେ ରାଣ୍ଡମ ଚେକିଂ କରିବା ସହ ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ ଦେବେ,’’ କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଏ ସମ୍ପର୍କରେ ପ୍ରତ୍ୟେକ ସରକାରୀ ଅଫିସକୁ ଆଠଟି ବିନ୍ଦୁକୁ ଆଧାର କରି ଏକ ଫର୍ମ ଦିଆଯାଇଛି । ପ୍ରତ୍ୟେକ ସପ୍ତାହରେ ଏହି ଅଡିଟ ରିପୋର୍ଟ ପୂରଣ କରି ସେମାନେ ଦାଖଲ କରିବେ। ଏଥିରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ବସିବା ସିଟ ମଝିରେ ଦୂରତା, ସ୍ୱଚ୍ଛତା, ମିଟିଙ୍ଗ ପ୍ରୋଟୋକଲ, ଲିଫ୍ଟରେ ୪ ଜଣ ରୁ ଅଧିକ ନ ଯିବା ଆଦି ବିନ୍ଦୁ ରହିଛି ।

କରୋନା ନିୟନ୍ତ୍ରଣ ଦିଗରେ କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିବା ଏହି ସବୁ ନିୟମକୁ କର୍ମଚାରୀ ସଙ୍ଘ ସ୍ୱାଗତ କରିଛି । ଏପରିକି ନିର୍ଦ୍ଦେଶନାମା ଆସିବା ପରେ ଏ ସବୁ ନିୟମ କଡ଼ାକଡ଼ି ପାଳନ ହେବା ଆରମ୍ଭ ହୋଇଛି ବୋଲି କହିଛନ୍ତି ସଚିବାଳୟ କର୍ମଚାରୀ ସେବା ସଙ୍ଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ ।

‘‘କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ବି ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି । କ୍ଷୁଦ୍ର ବ୍ୟବସାୟୀ ଓ ଉଠା ଦୋକାନୀଙ୍କ ବ୍ୟବସାୟ ଦଷ୍ଟିରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସରକାରୀ ଓ ବେସରକାରୀ ଅନୁଷ୍ଠାନର କୌଣସି କର୍ମଚାରୀ ଯଦି କରୋନା ସଂକ୍ରମିତ ହୁଅନ୍ତି ତବେ ସଂପୃକ୍ତ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ବୋଲି ସରକାର କରିଥିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ,’’ କହିଛନ୍ତି ବରିଷ୍ଟ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ ।
First published: July 2, 2020, 12:35 AM IST
corona virus btn
corona virus btn
Loading