News18 Odia Digital
ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମ୍ୟାପିଂ ଆରମ୍ଭ କରିଛନ୍ତି । କେଉଁ ଶ୍ରମିକର କେଉଁ କ୍ଷେତ୍ରରେ ସ୍କିଲ ରହିଛି ଓ ସେମାନେ କି କି କାମ କରୁଥିଲେ ସେହି ଅନୁସାରେ ସେମାନଙ୍କୁ କାମ ଯୋଗାଇ ଦିଆଯିବ ବୋଲି ସରକାର ଯୋଜନା କରିଛନ୍ତି ।
ଏହି କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ କହିଛି ଯେ ରାଜ୍ୟକୁ କେତେ ଶ୍ରମିକ ଆସିଛନ୍ତି ତା’ର ହିସାବ ସରକାରଙ୍କ ପାଖରେ ନାହିଁ । ବିଜେପି କହିଛି ଯେ ସରକାରଙ୍କ ଅନ୍ୟ ଅନେକ ଯୋଜନା ଭଳି ଏହା କେବଳ କାଗଜ଼ ପତ୍ରରେ ସୀମିତ ରହିବ ଓ ଆଦୌ ଫଳପ୍ରଦ ହେବନି ।
ଏ ପର୍ଯ୍ୟନ୍ତ ପାଖାପାଖି ପାଞ୍ଚ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଲେଣି । ସେମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଏଥି ପାଇଁ ପ୍ରବାସୀ ଶ୍ରମିକଙ୍କ ମ୍ୟାପିଂ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବର୍ତ୍ତମାନ କ୍ୱାରେଣ୍ଟାଇନ ସେଣ୍ଟର, ବ୍ଲକ ଓ ଜିଲ୍ଲା ସ୍ତରରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରବାସୀଙ୍କ ସାମର୍ଥ୍ୟ ଚିହ୍ନଟ କରିବା ସହ ସେମାନଙ୍କୁ କେଉଁ କାମରେ ନିୟୋଜିତ କରିହେବ ସେ ନେଇ ସରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଏପରିକି ଏନଆରଇଜିଏସରେ (NREGS) ସିଲେଇ ଓ ଅନ୍ୟାନ୍ୟ କାମ ସାମିଲ କରିବାକୁ ଯୋଜନା କରାଯାଉଥିବା କୁହାଯାଉଛି । ମିନେରଲ ଫଣ୍ଡ ଯେଉଁଠି ଅଛି ସେହି ଜିଲାରେ ସେହି ଅର୍ଥ ମନେରେଗାରେ ଖର୍ଚ୍ଚ କରିବାକୁ ମୁଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି ବିଜେଡି ସାଂସଦ ସୁବାସ ସିଂ।

ବିଜେଡି ସାଂସଦ ସୁବାସ ସିଂ
‘‘ସରକାର କେବଳ ମିଛ କହୁଛନ୍ତି । କିଛି ମ୍ୟାପିଂ କରିବେନି। ମ୍ୟାପିଂ କାମ ଦେବନି,’’ କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବିଜେପି ମ୍ୟାପିଂ ବ୍ୟବସ୍ଥାକୁ ସ୍ୱାଗତ କରିଥିଲେ ମଧ୍ୟ ସରକାରଙ୍କ ଅନ୍ୟାନ୍ୟ କେତେକ ଯୋଜନା ଭଳି ଏହା କେବଳ କାଗଜ଼ ପତ୍ରରେ ସୀମିତ ରହିବ କିଛି ବୋଲି ଦଳ କହିଛି।
କରୋନା ପାଇଁ ନିଜ ନିଜ ଘରକୁ ଫେରି ଆସିଛନ୍ତି ଶ୍ରମିକ । କାମ ଧନ୍ଦା ମିଳୁ ନ ଥିବାରୁ ହାତ ବାନ୍ଧି ବସିଛନ୍ତି । ଯଦି ସରକାରଙ୍କ ଏହି ପ୍ରୟାସ ସଫଳ ହୁଏ, ସେମାନେ ରୋଜାଗର କରି ପରିବାର ପ୍ରତିପୋଷଣ କରିପାରିବେ । ଗୋଟିଏ ପଟେ ରାଜ୍ୟର ରାଜସ୍ବ କମୁ ଥିବା ବେଳେ ସରକାର ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ବିକାଶ କରିବା ସହ ସେମାନଙ୍କୁ ରୋଜଗାର ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ।
ଏହା ବି ପଢ଼ନ୍ତୁ: ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।