ରାଜ୍ୟରେ ଏବେ ବି କରୋନା ଜନିତ ମୄତ୍ୟୁ ସଂଖ୍ୟା କମୁନି କାହିଁକି? କାରଣ ସ୍ପଷ୍ଟ କଲା ସ୍ବାସ୍ଥ୍ୟ ବିଭାଗ

ପୂରା ଜୁନ୍ ମାସରେ ଓଡ଼ିଶାରେ ୧,୪୪,୭୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮୧ ଜଣ ମୃତ୍ୟୁ ବରଣ କରିଥିଲେ । ଜୁଲାଇ ମାସର ପ୍ରଥମ ଛଅ ଦିନରେ ୧୭,୩୮୬ ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୧ ଜଣଙ୍କ ମୃତ୍ୟୁ ହେଲାଣି ।

କରୋନାଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ହୋଇଥିଲା । (ପ୍ରତୀକାତ୍ମକ ଛବି)

କରୋନାଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ହୋଇଥିଲା । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ହାର କମୁଥିଲେ ବି କରୋନାଜନିତ ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ଏକ ଭୟର ବାତାବରଣ ଜାରି ରହିଛି ଓ ସରକାର ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ସ୍ପଷ୍ଟୀକରଣ ରଖି କହିଛି ଯେ ପ୍ରତି ଦିନ ଦିଆଯାଉଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦ୍ଦିଷ୍ଚ ଦିନର ବା ତା’ ପୂର୍ବ ଦିନର ନୁହେଁ । ମୃତ୍ୟୁର କାରଣ ଅଡିଟ ରିପୋର୍ଟକୁ ଆଧାର କରି ଦିଆଯାଉଛି ଓ ରାଜ୍ୟରେ ରେକର୍ଡ଼ ସଂଖ୍ୟାରେ ଟିକାକରଣର ହେଉଛି ବୋଲି ବି କହିଛି ବିଭାଗ ।

ଜୁଲାଇ ୧ ତାରିଖରେ ୪୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ୨ ତାରିଖରେ ୪୬ ଜଣ, ୩ ତାରିଖରେ ୪୫ ଜଣ, ୪ ତାରିଖରେ ୪୨ ଜଣ, ୫ ତାରିଖରେ ୫୨ ଜଣ ଓ ୬ ତାରିଖରେ ୫୧ ଜଣଙ୍କ ମୃତ୍ୟୁ ଘଟିଛି । ଅର୍ଥାତ ଜୁଲାଇ ମାସର ପ୍ରଥମ ଛଅ ଦିନରେ ୨୮୧ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଗଲାଣି । ସଂକ୍ରମଣର ଏହି ଦ୍ୱିତିୀୟ ଲହରରେ ଏପ୍ରଲ ମାସରେ ୧,୧୩,୫୯୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୮ ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ । ମେ ମାସରେ ୩,୨୦,୮୦୩ ଜଣ ସଂକ୍ରମିତ ହୋଇଥିବା ବେଳେ ୭୧୧ ଜଣଙ୍କ ମୃତ୍ୟୁ ଘଟିଥିଲା । ଜୁନ୍‌ ମାସରେ ୧,୪୪,୭୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮୧ ଜଣ ମୃତ୍ୟୁ ବରଣ କରିଥିଲେ । ଜୁଲାଇ ମାସର ପ୍ରଥମ ଛଅ ଦିନରେ ୧୭,୩୮୬ ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୧ ଜଣଙ୍କ ମୃତ୍ୟୁ ହେଲାଣି ।

ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ

କରୋନାଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ରଖିଛି । ଡି.ଏମ୍‌.ଇ.ଟି. ସି.ବି.କେ. ମହାନ୍ତି କହିଛନ୍ତି, ‘‘ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ସଂଖ୍ୟା ରିୟଲ୍‌-ଟାଇମ୍‌ ଡାଟା ନୁହେଁ । ଗୋଟିଏ ଦିନରେ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦ୍ଧିଷ୍ଟ ଦିନର ବା ତା’ ପୂର୍ବ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍‌ କରାଯାଇ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଘୋଷଣା କରାଯାଉଛି । ସରକାର ମୃତ୍ୟୁ ସଂଖ୍ୟାକୁ ଲୁଚେଇ ନାହାଁନ୍ତି ।’’

ଏହା ବି ପଢ଼ନ୍ତୁ | ପ୍ରେମ ପରେ ରେପ୍ ଅଭିଯୋଗ କରିଥିଲେ ଯୁବତୀ; ଯୁବକ ନାବାଳକ ବୋଲି ଜଣାପଡ଼ିଲା; ଜେଲ୍ ଗଲେ ଯୁବତୀ

ସେ କହିଛନ୍ତି ଯେ କୋଭିଡ୍‌ ଓ ନନ୍‌-କୋଭିଡ ମୃତ୍ୟୁକୁ ନେଇ ସଂଶୟ ସୃଷ୍ଟି ହେବା ପରେ କେଉଁ କ୍ୟାଟେଗୋରୀରେ କେଉଁ ମୃତ୍ୟୁ ଯିବ ସେ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ମୃତ୍ୟୁ ତଥ୍ୟର ଅଡିଟ୍‌ କରାଯାଇଛି । ‘‘କରୋନାର ପିକ୍‌ ସମୟରେ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ ରହୁଥିଲେ । ଏବେ ରୋଗୀ ସଂଖ୍ୟା କମିବା ପରେ ମୃତ୍ୟୁ ଘଟଣାଗୁଡ଼ିକର ଅଡିଟ୍‌ କରାଯାଇ ତଥ୍ୟ ଦିଆଯାଉଛି,’’ କହିଛନ୍ତି ଡଃ ମହାନ୍ତି ।

ଏହା ବି ପଢ଼ନ୍ତୁ | PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି

ରାଜ୍ୟରେ ଚାଲିଥିବା କରୋନା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡଃ ବିଜୟ ମହାପାତ୍ର କହିଛନ୍ତି, ‘‘ରାଜ୍ୟରେ ବ୍ୟାପକ ଟିକାକରଣ ଟାଲିଛି । ସୋମବାର ଦିନ ୧,୭୩୫ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଥିଲା । ଆମର ଆଗରୁ ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ଥିଲା । ମାତ୍ର ସୋମବାର ଦିନ ଆମର ଧାର୍ଯ୍ୟ ଲକ୍ଷ୍ୟଠୁ ଅଧିକ ଟିକାକରଣ ହୋଇଛି । ସୋମବାର ଦିନ ୪,୦୨,୪୩୪ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧ କୋଟି ୨୪ ଲକ୍ଷ ୯୧ ହଜାର ୮୫୭ ଡୋଜ୍‌ ଟିକାକରଣ ହୋଇଛି । ରାଜ୍ୟର ୧,୬୫୭ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି । ଆସନ୍ତା ଚାରିରୁ ପାଞ୍ଚ ମାସ ମଧ୍ୟରେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଶେଷ ହେବ ।’’

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ଚିନ୍ତା ବଢ଼ାଇଲା; ମାତ୍ର ୩୦ ଦିନ ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ବ୍ୟକ୍ତି

ବର୍ତ୍ତମାନ ଅଧିକ ସଂଖ୍ୟାରେ ଲୋକେ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁଥିବାରୁ ଓ ଅନସାଇଟ୍‌ ଉପରେ ଲୋକେ ଟିକା ନେବାକୁ ଅଧିକ ଆସୁଥିବାରୁ ଟିକାକରଣ କେନ୍ଦ୍ରଗୁଡ଼ିକରେ ଅଧିକ ଭିଡ଼ ହେଉଛି ବୋଲି ସେ କହିଛନ୍ତି । ଗର୍ଭବତୀ ମହିଳାମାନଙ୍କ ଟିକାକରଣ ଲାଗି ରାଜ୍ୟର ଅଧିକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି । ଏଥିରେ ଜିଲ୍ଲାମାନେ ବି ସାମିଲ ରହିବେ । ‘‘ଯେତେ ଶୀଘ୍ର ସମ୍ଭବ ଏହା ଆରମ୍ଭ ହେବ । ସେମାନଙ୍କୁ ଯେମିତି ଟିକାକରଣ କେନ୍ଦ୍ରରେ ବେଶୀ ସମୟ ଅପେକ୍ଷା କରିବାକୁ ପଡି଼ବନି ତାହା ଉପରେ ଦୃଷ୍ଟି ଦିଆଯିବ,’’ କହିଛନ୍ତି ଡଃ ମହାପାତ୍ର ।



କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ମହାରାଷ୍ଟ୍ର, ତାମିଲ ନାଡୁ, ଓଡି଼ଶା, ଆନ୍ଧ୍ର ପ୍ରଦେଶ, ତ୍ରିପୁରା, ମେଘାଳୟ ଓ ସିକିମ ଭଳି ରାଜ୍ୟରେ ସକ୍ରିୟ ପଜିଟିଭି୍‌ ସଂଖ୍ୟା ୩୦ ପ୍ରତିଶତ ତଳକୁ ରହିଛି ।
Published by:Anand S.T. Das
First published: