News18 Odia Digital
ଭୁବନେଶ୍ୱର: କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ହସ୍ପିଟାଲ ବ୍ୟବସ୍ଥା ସହିତ ସଂଶ୍ଲିଷ୍ଟ ସ୍ୱାସ୍ଥ୍ୟ କର୍ମୀମାନଙ୍କ ତାଲିମ ଆରମ୍ଭ ହୋଇଥିବା ବେଳେ ଶିଶୁ ଓ କିଶୋରଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ରାଜ୍ୟ ସରକାରଙ୍କ ଟାସ୍କଫୋର୍ସ କମିଟିରେ ଏ ନେଇ ସୋମବାର ଦିନ ବିସ୍ତୃତ ଆଲୋଚନା କରାଯାଇଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ ପର୍ୟାପ୍ତ ଔଷଧ ମହଜୁଦ ରଖିବାକୁ ପଡିବ ବୋଲି ଏହି ଆଲୋଚନାରେ ମତ ପ୍ରକାଶ ପାଇଛି । ଭାଇରସର ପ୍ରକୃତ ଓ କୌଣସି ନିର୍ଦ୍ଦିଷ୍ଟ ରୂପ ଓ ପ୍ରଭାବ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିଲେ ବି ପ୍ରାୟ ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହେବା ନେଇ ଆକଳନ କରାଯାଉଛି । ଏପରି ସ୍ଥଳେ ରାଜ୍ୟର ୧୫ ପ୍ରତିଶତ ଶିଶୁ ସଂକ୍ରମିତ ହେବେ ବୋଲି ଆଶଙ୍କା କରି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଏହା ବି ପଢ଼ନ୍ତୁ | ଦେଶର ୬.୫ କୋଟି ଚାକିରିଜୀବୀ ଲୋକଙ୍କ ପାଇଁ ଭଲ ଖବର: ଏ ଥର PF ଖାତାରେ ଆସିବ ଅଧିକ ଟଙ୍କାଶିଶୁମାନଙ୍କ ପାଇଁ ଗଠିତ ଟାସ୍କ ଫୋର୍ସ କମିଟି ବୈଠକରେ ପ୍ରସ୍ତୁତ ହୋଇଛି ଏକ ବ୍ଲୁ ପ୍ରିଣ୍ଟ। ସବୁ ସି.ଏଚ.ସି., ପି.ଏଚ.ସି., ସି.ସି.ସି., କୋଭିଡ ସେଣ୍ଟର, ଆଇ.ସି.ୟୁ. ଓ ଏଚ.ଡି.ୟୁ.ରେ ୧୫ ପ୍ରତିଶତ ଶଯ୍ୟା ଶିଶୁମାନଙ୍କ ପାଇଁ ସଂରକ୍ଷିତ ରହିବ। ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଔଷଧ ସହ ସରଞ୍ଜାମ ବି କ୍ରୟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ମୋଦି Olympicsରେ Gold Medal ଜିତିଥିବା ନୀରଜ ଚୋପ୍ରାଙ୍କ ସହ କଥା ହେଲେ; ଦେଖନ୍ତୁ VIDEO‘‘ମାନବ ସମ୍ବଳର ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି । ଆଜିଠୁ ଶିଶୁଙ୍କ ଚିକିତ୍ସା ନେଇ ଆରମ୍ଭ ହୋଇଛି ତାଲିମ । ପୂର୍ବରୁ ଆଗ ଧାଡ଼ିର ଯୋଦ୍ଧା, ଅଙ୍ଗନବାଡି ଓ ଆଶା କର୍ମାମାନଙ୍କର ତାଲିମ ଶେଷ ହୋଇଛି । ଆଜିଠୁ ହସ୍ପିଟାଲ ଫେସିଲିଟିରେ ସଂଶ୍ଲିଷ୍ଟ ସ୍ୱାସ୍ଥ୍ୟ କର୍ମୀଙ୍କ ଛଅଟି ବ୍ୟାଚର ତାଲିମ ଆରମ୍ଭ ହୋଇଛି। ଶିଶୁ ମାନେ ସଂକ୍ରମିତ ହେଲେ କିପରି ତ୍ୱରିତ ଚିକିତ୍ସା ଦିଆଯାଇ ପାରିବ ସେ ନେଇ ବ୍ୟବସ୍ଥା କରାଯାଉଛି,’’ କହିଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଏହା ବି ପଢ଼ନ୍ତୁ | Olympics Gold: ନୀରଜ ଚୋପ୍ରାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି କହିଥିଲେ, ‘‘ଭାରତର ସମ୍ମାନ ରକ୍ଷା କରି ଦେ…’’କରୋନାର ତୃତୀୟ ଲହର କେବେ ଆସିବ ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହା ଆସିପାରେ ବୋଲି ଆକଳନ କରାଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂର୍ଯ୍ୟ ପ୍ରକାଶ ଚୌଧୁରୀ କହିଛନ୍ତି, ‘‘ତୃତୀୟ ଲହରରେ ଭାଇରସର ପ୍ରଭାବ କ’ଣ ରହିବ ଓ କେଉଁ ବର୍ଗର ଲୋକଙ୍କୁ ଅଧିକ ପ୍ରଭାବିତ କରିବ ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଭାଇରସର ମ୍ୟୁଟେସନ ଉପରେ ନିର୍ଭର କରିବ ଏହାର ପ୍ରଭାବର ରୂପରେଖ । ଶିଶୁମାନେ ଟିକା ନେଇ ନ ଥିବାରୁ ପ୍ରାୟ ୧୫ ପ୍ରତିଶତ ଶିଶୁ ସଂକ୍ରମିତ ହେବା ଆଶଙ୍କା କରାଯାଉଛି । ଏ ସବୁକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତ ହେଉଥିଲେ ବି ପର୍ୟାପ୍ତ ଔଷଧ ଓ ସରଞ୍ଜାମ ପ୍ରସ୍ତୁତ ରଖିବା ଜରୁରୀ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ‘‘ବିଶ୍ୱାସ କର, ମୁଁ କିଛି ବି ପିନ୍ଧିନି’: ଇନଷ୍ଟା LIVEରେ ନଗ୍ନ ହୋଇ ଲୋକଙ୍କୁ କହିଲେ ଗେହନା ବଶିଷ୍ଟବର୍ତ୍ତମାନ ରାଜ୍ୟରେ ପ୍ରାୟ ୪୦ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଓ ୧୩ ପ୍ରତିଶତ ଲୋକ ଦିତୀୟ ଡୋଜ୍ ଟିକା ନେଇ ସାରିଥିବା ବେଳେ ତୃତୀୟ ଲହର ପୂର୍ବରୁ ଅଧିକ ଟିକାକରଣ ପାଇଁ ଯୋଜନା କରୁଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋ’ଟ ୧ କୋଟି ୭୮ ଲକ୍ଷ ଲୋକଙ୍କ ଟିକାକରଣ ସରିଛି । ପ୍ରଥମ ଡୋଜ ୧ କୋଟି ୩୭ ଲକ୍ଷ ଓ ଦ୍ୱିତୀୟ ଡୋଜ ୪୧ ଲକ୍ଷ ଲୋକ ନେଇଛନ୍ତି । ଦୈନିକ ସାଢ଼େ ୩ ଲକ୍ଷ ଡୋଜର ଟାର୍ଗେଟ ଥିବା ବେଳେ ୨ ଲକ୍ଷ ଟିକାକରଣ ହେଉଛି।
ଓଡ଼ିଶାରେ ଗର୍ଭବତୀ ମହିଳାମାନଙ୍କର ଟିକାକରଣ ବି ଚାଲିଛି । ୫୭ ହଜାର ଜଣ ଗର୍ଭବତୀଙ୍କୁ ଟିକା ଦିଆ ସରିଲାଣି । ଟିକାକରଣରେ ପ୍ରଥମେ ସହରାଞ୍ଚଳକୁ ଫୋକସ୍ କରାଯାଉଥିବା ବେଳେ ୮୦ ପ୍ରତିଶତ କାର୍ଯ୍ୟ ସରିଲାଣି । ଏବେ ଗ୍ରାମାଞ୍ଚଳକୁ ଫୋକସ କରାଯାଉଛି ବୋଲି କହିଛନ୍ତି ଅଧିକାରୀମାନେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।