ରାଜ୍ୟରେ ଦୈନିକ ୧ ଲକ୍ଷ କରୋନା ଟେଷ୍ଟିଙ୍ଗ ପାଇଁ ଯୋଜନା କରୁଛନ୍ତି ସରକାର; ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟେଷ୍ଟିଂ ହେବ

କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ଲକ୍ଷଣ ପ୍ରକାଶ ପାଇବା ମାତ୍ରକେ ତୁରନ୍ତ ସ୍ବେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି । ଏହାଦ୍ବାରା ସଂକ୍ରମଣ ନିୟନ୍ତ୍ରଣ ହେବା ସହିତ ଆରୋଗ୍ୟ ହାର ମଧ୍ୟ ଆହୁରି ଭଲ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଦୈନିକ ୧ ଲକ୍ଷ କରୋନା ଟେଷ୍ଟିଙ୍ଗ ପାଇଁ ଯୋଜନା କରୁଛନ୍ତି ସରକାର; ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟେଷ୍ଟିଂ ହେବ
ଭୁବନେଶ୍ୱରରେ ଏକ କୋଭିଡ୍ ହସପିଟାଲ୍
  • News18 Odia
  • Last Updated: August 15, 2020, 3:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର କରୋନାର ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ବର୍ତ୍ତମାନ ଆଉ ୪ଟି ଜିଲ୍ଲାକୁ ଫୋକସରେ ରଖିଛନ୍ତି ସରକାର। ଗଞ୍ଜାମରେ ସ୍ଥିତି ସାମାନ୍ୟ ନିୟନ୍ତ୍ରଣ ହୋଇଥିଲେ ବି ଆକ୍ରାନ୍ତ ତାଲିକାରେ ଏବେ ବି ସର୍ବୋଚ୍ଚରେ ରହିଛି । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ଯାଜପୁର ବର୍ତ୍ତମାନ ସ୍ଥିତି ଗମ୍ଭୀର ରହିଛି । ଏହି ଜିଲ୍ଲା ଗୁଡିକୁ ଫୋକସ କରିବା ସହ ରାଜ୍ୟରେ ଟେଷ୍ଟି ଉପରେ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି କୋଭିଡ଼ ସ୍ଥିତିର ସମୀକ୍ଷା କରି ଟେଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଟେଷ୍ଟିଂ ସଂଖ୍ୟା କମ ଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଲୋକମାନେ ଯେପରି ସୁବିଧାରେ ଟେଷ୍ଟିଂ କରିପାରିବେ ସେଥିପାଇଁ ସବ୍-ଡ଼ିଭିଜନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ଟେଷ୍ଟିଂ ସୁବିଧା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନେ ଯେପରି ସ୍ବେଚ୍ଛାକୃତ ଭାବେ ଟେଷ୍ଟିଂ ପାଇଁ ଆଗେଇ ଆସିବେ ସେଥିପାଇଁ BDO ଓ ପଞ୍ଚାୟତ ପ୍ରତିନିଧି ମାନେ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି "ପ୍ରତିଟି ଜୀବନ ମୂଲ୍ୟବାନ। ଅଧିକରୁ ଅଧିକ ଲୋକଙ୍କ ଜୀବନ ଯେପରି ବଞ୍ଚାଇ ଯାଇପାରିବ ସେ ଦିଗରେ ଆମେ ନିଷ୍ଠାର ସହିତ କାର୍ଯ୍ୟ କରୁଛୁ।''

କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ବେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି । ଏହାଦ୍ବାରା ସଂକ୍ରମଣ ନିୟନ୍ତ୍ରଣ ହେବା ସହିତ ଆରୋଗ୍ୟ ହାର ମଧ୍ୟ ଆହୁରି ଭଲ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଟେଷ୍ଟିଂ ସଂଖ୍ୟା ବଢ଼ାଇ ଦୈନିକ ୫୦ ହଜାର ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଆଗାମୀ ଦିନରେ ସଂକ୍ରମଣ ହାରକୁ ଦେଖି ଦୈନିକ ୧ ଲକ୍ଷ ଟେଷ୍ଟ ପାଇଁ ବି ସରକାର ଯୋଜନା କରୁଛନ୍ତି ।

ଏହା ବି ପଢ଼ନ୍ତୁ | Independence Day Speech: କରୋନା ଟିକାକୁ ନେଇ ପ୍ରଧାନ ମନ୍ତ୍ରୀ ମୋଦୀ ଲାଲ କିଲ୍ଲାର ପ୍ରାଚୀରରୁ ଏକ ବଡ଼ ଘୋଷଣା କଲେ

ଏହା ବି ପଢ଼ନ୍ତୁ | ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲ୍ସ ଆସିଲା; ସୁଶାନ୍ତଙ୍କ ମୃତ୍ୟୁର ଦିନକ ଆଗରୁ ଓ ଦିନକ ପରେ ଏକ ରହସ୍ୟମୟ ନମ୍ବରକୁ କଲ୍ କରିଥିଲେ ସେ

ବିଗତ କିଛିଦିନରେ ଗଞ୍ଜାମକୁ ପଛରେ ପକାଇଦେଇଛି ଖୋର୍ଦ୍ଧା । ଅନ୍ୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେବି ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଓ ଯାଜପୁର ନିୟମିତ ବୃଦ୍ଧି ପାଇଁ ଶୀର୍ଷ ୫ ସ୍ଥାନରେ ରହୁଛି । ଟେଷ୍ଟ ବଢ଼ିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ନେଇ ଆର ଏମଏମଆରସି ନିର୍ଦେଶୀକା ସଂଘମିତ୍ରା ପାଟି କହିଛନ୍ତି "ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ ଗଞ୍ଜାମ ପରେ ଖୋର୍ଦ୍ଧା ପିକ ରେ ରହିଛି । ଯେତେବେଳେ ସବୁ ଜିଲ୍ଲା ପିକ ହୋଇ ସ୍ଥିର ଆଡ଼କୁ ଆସିବ କୋଭିଡ ସ୍ଥିତି ତଳ ମୁହାଁ ହେବ।''



ଅଗଷ୍ଟ ମାସରେ କରୋନା ସ୍ଥିତି ଜଟିଳ ରହିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୫୭,୧୨୬ କୁ ବୃଦ୍ଧି ପାଇଥିବା ବେଳେ । ମୃତ୍ୟ ସଂଖ୍ୟା ୩୩୩ ରେ ପହଁଞ୍ଚିଛି। ଆଜି ପର୍ଯ୍ୟନ୍ତ ୮,୫୫,୭୨୩ ଟେଷ୍ଟ ହୋଇଥିବା ବେଳେ ୫୭,୧୨୬ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ୩୯,୨୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୭,୫୩୪ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।
Published by: Jagdish Barik
First published: August 15, 2020, 3:33 PM IST
corona virus btn
corona virus btn
Loading