ଫେରିବକି ଲକଡାଉନ? ଲକଡାଉନ୍ ଅବଧି ବଢ଼ାଇବାକୁ କେନ୍ଦ୍ର ନିକଟରେ ଦାବି କରିପାରନ୍ତି ରାଜ୍ୟ ସରକାର

ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ପ୍ରଧାନ ମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ । ଓଡ଼ିଶାରେ ସଟଡାଉନ ଓ ଲକଡାଉନ ସତ୍ତ୍ୱେ ପ୍ରତି ଦିନ ୧୦୦ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି ।

ଫେରିବକି ଲକଡାଉନ? ଲକଡାଉନ୍ ଅବଧି ବଢ଼ାଇବାକୁ କେନ୍ଦ୍ର ନିକଟରେ ଦାବି କରିପାରନ୍ତି ରାଜ୍ୟ ସରକାର
ଗତ ମାସ ମୋଦି ଓଡ଼ିଶା ଆସିଥିବା ସମୟରେ ନବୀନଙ୍କ ସହ ଅମ୍ଫାନ ବାତ୍ୟା ବିଷୟରେ ଆଲୋଚନା କରୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦେଶରେ ପୁଣି ଫେରିବକି ଲକଡାଉନ? ଆସନ୍ତା ୧୬ ତାରିଖ ଓ ୧୭ ତାରିଖ ଦୁଇ ଦିନ ଧରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହିତ ଦେଶର କୋ‌‌ଭିଡ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏହି ଆଲୋଚନାରେ ଲକଡାଉନ ଅବଧି ବୃଦ୍ଧି କରିବା ପାଇଁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ଦାବି କରିପାରନ୍ତି ବୋଲି ସଙ୍କେତ ମିଳୁଛି ।

ତେବେ ସାରା ଦେଶରେ ଅନଲକ-୧ ଚାଲିଥିବା ବେଳେ ଓଡ଼ିଶାର ୧୧ ଜିଲ୍ଲାରେ ସଟଡାଉନ ସମେତ ଲକଡାଉନ କଟକଣା କେତେକାଂଶରେ ବଳବତ୍ତର ରହିଛି । ଓଡ଼ିଶା ଲକଡଉନ ବୃଦ୍ଧି କରିବା ନେଇ ଦାବି କରିପାରେ ବୋଲି ସରକାରୀ ସୂତ୍ରରୁ ସଙ୍କେତ ମିଳିଛି । କଂଗ୍ରେସ କହିଛି କଟକଣା କୋହଳ କରିବା ପାଇଁ ପ୍ରଧାନ ମନ୍ତ୍ରୀଙ୍କ ନିକଟରେ ମୁଖ୍ୟ ମନ୍ତ୍ରୀ ଦାବି କରିବା ଉଚିତ  । ବିଜେପି କହିଛି କରୋନା ମୁକବିଲା ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କେନ୍ଦ୍ର ସରକାର ଯାହା କିଛି ନିଷ୍ପତ୍ତି ନେବେ । ଶାସକ ଦଳ ବିଜେଡି କହିଛି ଜୀବନ ଓ ଜୀବିକା ଉଭୟକୁ ଦୃଷ୍ଟି ଦେଇ ଲୋକଙ୍କ ପାଇଁ ଯାହା ସର୍ବୋତ୍ତମ ସେମିତି ନିଷ୍ପତ୍ତି ନିଆଯାଇପାରେ ।

ରାଜ୍ୟରେ ଲଗାତର କରୋନା ଭାଇରସ୍‌ ପଜିଟିଭ୍‌ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଚାଲିଛି । ୧୩ ଜୁନରେ ୨୨୫ ଜଣ, ୧୨ ଜୁନରେ ୧୧୨ ଜଣ ଓ ୧୧ ଜୁନରେ ୧୩୬ ଜଣ ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଜୁନ ୧ରୁ ଆଜି ଯାଏ ରାଜ୍ୟରେ ପଜିଟିଭ ଚିହ୍ନଟ ହେଉଥିବା ଲୋକଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ୧୦୦ରୁ ଅଧିକ ରହୁଛି । ସଟଡାଉନ ଓ ଲକଡାଉନ ଭଳି କଟକଣା ରାଜ୍ୟରେ ବଳବତ୍ତର ରହିଥିବା ବେଳେ ଏହି ସଂଖ୍ୟା ବଢ଼ିଚାଲିଛି । ୟା ଭିତରେ ସଙ୍ଗରୋଧ କେନ୍ଦ୍ର ବାହାରୁ ମଧ୍ୟ ପ୍ରତ୍ୟେକ ଦିନ  କିଛି ନା କିଛି ପଜିଟିଭ ଚିହ୍ନଟ ହେଉଛନ୍ତି ।

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ


‘‘ମୁଖ୍ୟ ମନ୍ତ୍ରୀ କଟକଣା କୋହଳ କରିବାକୁ ଦାବି କରନ୍ତୁ, ନତେତ ରାଜ୍ୟର ଅର୍ଥନୀତି ଭୁଷୁଡ଼ି ପଡ଼ିବ । ମୁଖ୍ୟ ମନ୍ତ୍ରୀ କଥା ହୁଅନ୍ତୁ ଓ ଦାବି ରଖନ୍ତୁ,’’ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।

ବିଜେପି ସାଧରଣ ସମ୍ପାଦକ ପୃଥିରାଜ ହରିଚନ୍ଦନନ କହିଛନ୍ତି: ‘‘ରାଜ୍ୟମାନଙ୍କ ସହିତ ପରାମର୍ଶ କରି ତାଙ୍କ ଆ୍ରଗ୍ରହକୁ ଦେଖି କେନ୍ଦ୍ର ସରକାର ଉଚିତ ନଷ୍ପତ୍ତି ନେବେ ।’’ ବିଜେଡ଼ି ବିଧାୟକ ଶଛି ଭୂଷଣ ବେହେରା କହିଛନ୍ତି ଯେ ସାରା ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ମୃତ୍ୟୁ ବରଣ କରୁଥିବା ଓ ସୁସ୍ଥ ହେଉଥିବା ଲୋକଙ୍କ ହାରରେ ଓଡ଼ିଶାର ସ୍ଥିତି ଜାତୀୟ ସ୍ଥିତି ଅପେକ୍ଷା ଭଲ ଅଛି ।

ଓଡ଼ିଶାରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


‘‘ଆମ ପାଇଁ ଏହି ଆଲୋଚନାରେ ଜୀବନ ଓ ଜିବିକା ହେବ ମୁଖ୍ୟ ଫୋକସ । ରାଜ୍ୟର ଆର୍ଥିକ ସ୍ଥିତି ତିନି ମାସ ହେଲା ଖରାପ ଅଛି । ତା’ ଉପରେ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର,’’ କହିଛନ୍ତି ବେହେରା ।

ପୂର୍ବରୁ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପଗୁଡ଼ିକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ଏବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବି କ’ଣ ରହିବ ଏବଂ କେନ୍ଦ୍ର ତାକୁ କିଭଳି ଗୁରୁତ୍ୱ ଦେବ ତାକୁ ଅପେକ୍ଷା ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 13, 2020, 9:55 PM IST
corona virus btn
corona virus btn
Loading