ମାସ୍କ ପିନ୍ଧନ୍ତୁ: ଆଜି ସକାଳ ଠାରୁ ରାଜ୍ୟରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେଲା

ସବୁ ଜିଲ୍ଲାପାଳ ଓ ପୌର ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଆଦେଶ ଦିଆଯାଇଛି ସେମାନେ କୌଣସି ସ୍ଥାନରେ ଜନସମାଗମ ହେବାକୁ ଦେବେ ନାହିଁ ଓ ଲୋକେ ଘରୁ ବାହାରକୁ ଯିବା ବେଳେ ମାସ୍କ ପିନ୍ଧୁଥିବା ସୁନିଶ୍ଚିତ କରିବେ ।

ମାସ୍କ ପିନ୍ଧନ୍ତୁ: ଆଜି ସକାଳ ଠାରୁ ରାଜ୍ୟରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେଲା
ଦିଲ୍ଲୀରେ ମାସ୍କ ପିନ୍ଧିଥିବା ଏକ ପରିବାର (ରୟଟର୍ସ୍‌)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ଲଗାତର ହେଉଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ଲୋକଙ୍କ ପାଇଁ ଘରୁ ବାହାରିବା ପୂର୍ବରୁ ମୁହଁରେ ମାସ୍କ କିମ୍ବା କପଡ଼ା ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରିଛନ୍ତି ।

ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରିଛି । ଏହି ନିୟମ ଆଜି (ଏପ୍ରିଲ ୯, ଗୁରୁବାର) ସକାଳ ୭ଟାରୁ ଲାଗୁ ହେବ ଓ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଜାରି ରହିବ ।

କରୋନା ଭାଇରସ୍ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଘୋର ବିପଦ ଆଣିଛି ବୋଲି ଦର୍ଶାଇ ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ମାସ୍କ ପିନ୍ଧିବା ଦ୍ୱାରା କୋଭିଡ-୧୯ (COVID-19) ରୋଗର ନିୟନ୍ତ୍ରଣ କରିବାରେ ସାହାଯ୍ୟ ମିଳୁଥିବା ଜଣାପଡିଛି ।

‘‘ସାଧାରଣ ଜନତାଙ୍କୁ ଏତ ଦ୍ୱାରା ନିର୍ଦ୍ଦେଶ ଦିଆଯାଉଛି ଯେ କୌଣସି କାରଣରୁ ଘରୁ ବାହାରକୁ ବାହାରିବା ବେଳେ ସେମାନେ ନିଜ ମୁହଁ ଓ ନାକକୁ କୌଣସି ମାସ୍କରେ ଘୋଡାଇ ରଖନ୍ତୁ । ଗୋଟିଏ ରୁମାଲ କିମ୍ବା ଅନ୍ୟ ଯେ କୌଣସି କପଡ଼ା ଯେଉଁଥିରେ ଅନ୍ତତଃ ଦୁଇଟି ସ୍ତର ଥିବ ତାହା ଏହି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ,’’ ଏହି ନିର୍ଦ୍ଦେଶରେ କୁହାଯାଇଛି ।

ଦିଲ୍ଲୀରେ ମାସ୍କ ପିନ୍ଧି ସେଲ୍ଫି ନେଇଛନ୍ତି ଲେଖିକା ତାହିରା କଶ୍ୟପ


କୋଭିଡ-୧୯ ରୋଗକୁ ନିୟନ୍ତ୍ରଣ କରିବାରେ ମାସ୍କର ଉପଯୋଗିତା ବିଶ୍ୱସ୍ତରୀୟ ଅନୁଭୂତିରୁ ଦେଖାଯାଇପାରେ ବୋଲି ନିର୍ଦ୍ଦେଶରେ କୁହାଯାଇଛି । ଏଥି ସହ ଏହି ରୋଗର ବିସ୍ତାରକୁ ରୋକିବା ପାଇଁ କଠୋର ସାମାଜିକ ଦୂରତା ଓ ବିଚ୍ଛିନ୍ନତା ପଦକ୍ଷେପ (solation measures) ବଜାୟ ରଖିବା ଜରୁରୀ ବୋଲି ଏଥିରେ କୁହାଯାଇଛି ।

ସବୁ ଜିଲ୍ଲା ଓ ପୌର ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ କୌଣସି ସ୍ଥାନରେ ଜନସମାଗମ ହେବାକୁ ନ ଦିଅନ୍ତୁ ଓ ଲୋକେ ଘରୁ ବାହାରକୁ ଯିବାବେଳେ ମୁହଁ ଘୋଡ଼ାଇବା ପାଇଁ ରୁମାଲ କିମ୍ବା ଦୁପଟ୍ଟା ଆଦିରେ ମାସ୍କ ପିନ୍ଧୁଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ ।

ପଞ୍ଜାବରେ ମାସ୍କ ପିନ୍ଧି ଲୋକେ ରହୁଛନ୍ତି । (ରୟଟର୍ସ୍)


ଥରୁଟିଏ ବିନ୍ଧିବା ପାଇଁ ଉଦ୍ଦିଷ୍ଟ ମାସ୍କକୁ ବ୍ୟବହାର କରିବା ପରେ ସଠିକ୍ ଭାବରେ ସଠିକ ଜାଗାରେ ପକେଇବା ଉଚିତ । କପଡ଼ାରେ ତିଆରି ମାସ୍କଗୁଡ଼ିକୁ ଡିସଇନଫେକ୍ଟାଣ୍ଟରେ ଭଲ କରି ସଫା କରାଯିବା ଉଚିତ୍ ବୋଲି ଏହି ନିର୍ଦ୍ଦେଶରେ କୁହାଯାଇଛି । ଜଣେ ବ୍ୟକ୍ତି ବ୍ୟବହାର କରୁଥିବା ମାସ୍କ ଅନ୍ୟ ଜଣଙ୍କ ଦ୍ୱାରା ବ୍ୟବହାର କରାଯିବା ଉଚିତ ନୁହେଁ ବୋଲିଏଥିରେ କୁହାଯାଇଛି ।
First published: April 9, 2020, 1:07 AM IST
corona virus btn
corona virus btn
Loading