ରାଜ୍ୟର ପ୍ରଥମ ପୋଷ୍ଟ୍-କୋଭିଡ କେୟାର୍ ସେଣ୍ଟର୍ ଖୋଲିଲା ବ୍ରହ୍ମପୁରରେ; ଅଛି ଅକ୍ସିଜେନ୍ ଓ ୨୦ଟି ବେଡ୍

ଗଞ୍ଜାମ ଚାମ୍ବର ଅଫ୍ କମର୍ସ ଓ ରୋଟାରୀ କ୍ଳବର ଉଦ୍ୟମ ଓ ନଗର ନିଗମର ସହଯୋଗରେ ଖୋଲିଥିବା ଏହି ସେଣ୍ଟରରେ କୋଭିଡରୁ ମୁକ୍ତ ହେବା ପରେ ବି ଚିକିତ୍ସା ଲୋଡୁଥିବା ରୋଗୀଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯିବ ।

ରାଜ୍ୟର ପ୍ରଥମ ପୋଷ୍ଟ୍-କୋଭିଡ କେୟାର୍ ସେଣ୍ଟର୍ ଖୋଲିଲା ବ୍ରହ୍ମପୁରରେ; ଅଛି ଅକ୍ସିଜେନ୍ ଓ ୨୦ଟି ବେଡ୍
ପୋଷ୍ଟ୍-କୋଭିଡ଼ କେୟାର୍ ସେଣ୍ଟର୍ ଭିତରର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: କରୋନା ଭାଇରସ୍‌ ସଂକ୍ରମଣରୁ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେବା ପରେ ବି ଅନେକ ରୋଗୀଙ୍କ ଠାରେ କିଛି ଦିନ ଧରି ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ଏମିତି ରୋଗୀଙ୍କ ପାଇଁ ବ୍ରହ୍ମପୁର ସହରରେ ଖୋଲିଛି ଓଡ଼ିଶାର ପ୍ରଥମ ପୋଷ୍ଟ୍‌-କୋଭିଡ଼ କେୟାର୍ ସେଣ୍ଟର୍‌ । ସେଠାରେ ରହିବା ଠାରୁ ଆରମ୍ଭ କରି ଖାଇବା, ଚିକିତ୍ସା ଓ ଔଷଧ ମାଗଣାରେ ରୋଗୀମାନଙ୍କୁ ଯୋଗାଇ ଦିଆଯିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’

କୋଭିଡ୍‌ ହସପିଟାଲରୁ ଡ଼ିସଚାର୍ଜ ହେବା ପରେ ଲୋକେ ଏହି ପୋଷ୍ଟ୍‌-କୋଭିଡ଼ କେୟାର୍ ସେଣ୍ଟରରେ ‌କିଛି ଦିନ ରହିପାରିବେ । ଯେଉଁମାନଙ୍କର ଅକ୍ସିଜେନ୍‌ ଅଭାବ ରହୁଛି ସେମାନଙ୍କୁ ଅକ୍ସିଜେନ୍‌ ଦିଆଯିବା ସହ ପରବର୍ତ୍ତୀ ଚିକିତ୍ସା ବି ଏଠାରେ ମାଗଣାରେ ହେବ । ଏହା ସହ କୋଭିଡରୁ ସୁସ୍ଥ ହୋଇଥିବା ଲୋକଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଏଠାରେ ସେମାନଙ୍କୁ ଯୋଗ ଶିକ୍ଷା ବି ଦିଆଯିବ । ଏହି ପୋଷ୍ଟ କୋଭିଡ଼ କେୟାର୍‌ ସେଣ୍ଟର୍‌ ସହରର ରୋଟାରୀ କ୍ଳବ୍‌ ଓ ଗଞ୍ଜାମ ଚ୍ୟାମ୍ବର୍‌ ଅଫ୍‌ କମର୍ସ ଦ୍ବାରା ଆରମ୍ଭ କରାଯାଇଛି । ଏହାର ପରିଚାଳନାରେ ବି.ଏମ୍‌.ସି. ବି ସହଯୋଗ କରୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମାଆ ହେଲେ ଗାୟିକା ଶ୍ରେୟା ଘୋଷାଲ; ଶିଶୁ ପୁତ୍ରଟିଏ ଜନ୍ମ ହେବା ପରେ ସେ ସ୍ୱାମୀ ଖୁସିରେ ଅଧୀର

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଉପସ୍ଥିତିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଦ୍ୱାରା ଗୁରୁବାର ଦିନ ଉଦଘାଟିତ ହୋଇଥିବା ଏହି ସେଣ୍ଟରରେ ଯଥେଷ୍ଟ ଅକ୍ସିଜେନ୍‌ ରହିବା ସହିତ କିଛି ଡାକ୍ତର ମଧ୍ୟ ନିୟୋଜିତ ରହିବେ । ‘‘ବର୍ତ୍ତମାନର କରୋନା ସମୟରେ ସହରର ବିଭିନ୍ନ ସାମାଜିକ ସଙ୍ଗଠନମାନଙ୍କର ସହଯୋଗିତା ନିହାତି ଆବଶ୍ୟକ । ଉଭୟ ଗଞ୍ଜାମ ଚାମ୍ବର ଅଫ୍‌ କମର୍ସ ଓ ରୋଟାରୀ କ୍ଳବର ଏହି ସହଯୋଗ ଖୁବ୍‌ ପ୍ରଶଂସନୀୟ । ଜିଲ୍ଲା ପ୍ରଶାସନ ଓ ବି.ଏମ୍‌.ସି.ର ଉଦ୍ୟମ ସହିତ ସାମାଜିକ ସଙ୍ଗଠନମାନଙ୍କର ସହଯୋଗ ଦ୍ବାରା ହିଁ ଆମେ କରୋନାକୁ ହରାଇପାରିବା,’’ କହିଛନ୍ତି ସାଂସଦ ଚନ୍ଦ୍ର ଶେଖର ସାହୁ ।

ଏହି କେନ୍ଦ୍ରର ଉଦଘାଟନ ଅବସରରେ ସାଂସଦ ଓ ବିଧାୟକଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବାତ୍ୟା ପରେ ମୁମ୍ବାଇ କାନ୍ଦୁଛି, ହେଲେ ଏହି ଅଭିନେତ୍ରୀ ବର୍ଷାରେ ନାଚୁଛନ୍ତି! VIDEO ଦେଖି ଲୋକେ ଖପା

‘‘ଏହି ପୋଷ୍ଟ୍‌-କୋଭିଡ଼ କେୟାର୍‌ ସେଣ୍ଟରରେ ଶଯ୍ୟା ଓ ଅକ୍ସିଜେନ୍‌ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଆମେ ଦୁଇଟି କ୍ଳବ୍‌ କରିଛୁ । ଏଠାରେ ଡାକ୍ତର ଓ ଫାର୍ମାସିଷ୍ଟ ଯୋଗାଇ ଦେଇଛି ବି.ଏମ୍‌.ସି. । ଏଠାରେ ୨୦ଟି ଶଯ୍ୟା ଅଛି । ସେଥିରୁ ୧୩ଟି ଅମ୍ଳଜାନ ଏକତ୍ରୀକରଣ ଓ ସାତଟିରେ ଅମ୍ଳଜାନ ସିଲିଣ୍ଡର ସଂଯୋଗ କରାଯାଇଛି । କରୋନାରୁ ଯେଉଁମାନେ ସୁସ୍ଥ ହେଉଛନ୍ତି ସେମାନେ ଚାହିଁଲେ ଏଠାରେ କିଛି ଦିନ ରହି ପରବର୍ତ୍ତୀ ଚିକିତ୍ସା ସେବା ପାଇପାରିବେ,’’ କହିଛନ୍ତି ରୋଟାରୀ କ୍ଳବର ସଭାପତି ପାର୍ଥସାରଥୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କଜରା ରେଗୀତରେ ଜାହ୍ନବୀ କପୁରଙ୍କ ମଜାଳିଆ ନୃତ୍ୟର VIDEO କହୁଛି ସେ ଜଣେଡ୍ରାମା କ୍ୱିନ୍’!

ଚାମ୍ବର ଅଫ୍‌ କମର୍ସର ସଭାପତି ଶିବ ପ୍ରସାଦ କହିଛନ୍ତି, ‘‘କିଛି ଲୋକ କୋଭିଡରେ ଆକ୍ରାନ୍ତ ହେବା ପରେ ସେମାନଙ୍କ ମନୋବଳ ଦୁର୍ବଳ ହୋଇ ପଡ଼ିଥାଏ । ଏହା ଫଳରେ ବିଭିନ୍ନ ଚିନ୍ତାରେ ସେମାନେ ରହି ମାନସିକ ସ୍ତରରେ ଭାଙ୍ଗି ପଡ଼ିଥାନ୍ତି । ସେମାନଙ୍କୁ ମାନସିକ ସ୍ତରରେ ଦୃଢ଼ କରିବା ସହିତ ସେମାନଙ୍କ ମନୋବଳ ଦୃଢ଼ କରିବା ପାଇଁ ଏଠାରେ ବିଭିନ୍ନ ପ୍ରକାରର ଉଦ୍ୟମ ହେବ ଓ ଯୋଗ ଶିକ୍ଷା ବି ଦିଆଯିବ ।’’



ଏହି ପୋଷ୍ଟ୍‌-କୋଭିଡ କେୟାର ସେଣ୍ଟରରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଶଯ୍ୟା ଓ ଅମ୍ଳଜାନର ବ୍ୟବସ୍ଥାକୁ ବୃଦ୍ଧି କରାଯିବା ନେଇ ଯୋଜନା ରହିଛି ।
Published by: Anand ST Das
First published: May 27, 2021, 11:59 PM IST