News18 Odia Digital
ବାଲେଶ୍ୱର: ଓଡିଶାର ଅଗ୍ନିଶମ ବିଭାଗ ପକ୍ଷରୁ ପଶ୍ଚିମ ବଙ୍ଗର ବିଭିନ୍ନ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ବାତ୍ୟା ଅମ୍ପନର ପ୍ରଭାବରେ ପଶ୍ଚିମ ବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏବେ ବି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ି ରହିଛି । ପଶ୍ଚିମ ପରଗଣା, ପୂର୍ବ ପରଗଣା ଓ ପୂର୍ବ ମେଦିନପୁର ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି ।
କଲିକତାର ବିଭିନ୍ନ ଅଞ୍ଚଳ ମଧ୍ୟ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ ଏବେ ବଡ଼ ବଡ଼ ଗଛ ପଡ଼ି ରହିଥିବା ବେଳେ ରାସ୍ତା ବନ୍ଦ ହୋଇଯାଇଛି । ରାସ୍ତା ବନ୍ଦ ଯୋଗୁଁ ଅନେକ ସ୍ଥାନରେ ପ୍ରଶାସନ ମଧ୍ୟ ପହଞ୍ଚି ପାରୁନି । ଘର ଭାଙ୍ଗିଥିବା ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ହେଉ ବା ଉଦ୍ଧାର କାର୍ଯ୍ୟ ଠିକ୍ ଭାବରେ ପହଞ୍ଚିପାରୁନି ।
ଏ ନେଇ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ବଙ୍ଗକୁ ଓଡ଼ିଶାର ଉଦ୍ଧାରକାରୀ ଟିମ୍ ପଠାଇବାକୁ ଘୋଷଣା କରିଥିଲେ । ଏହା ପରେ ଗତ ୨୩ ତାରିଖ ରାତିରେ ବାଲେଶ୍ୱର ଜିଲ୍ଲାରୁ ଅଗ୍ନିଶମ ବିଭାଗର ୩୦ଟି ଟିମର ୩୫୦ ଜଣ ସଦସ୍ୟ ପଶ୍ଚିମ ବଙ୍ଗ ଯାଇଛନ୍ତି । ସେହି ପରି ଓଡ୍ରାଫର ମଧ୍ୟ ୧୦ଟି ୟୁନିଟର ୨୫୦ ଜଣ ସଦସ୍ୟ ଯାଇଛନ୍ତି । ଅତ୍ୟାଧୁନିକ ପେଟ୍ରୋଲ ଓ ଡିଜେଲ ଚାଳିତ ଯନ୍ତ୍ରପାତି, ଗଛ ଓ ଇଲେକ୍ଟ୍ରିକ୍ ପୋଲ୍ କାଟିବା କଟର ମେସିନ, ଆସ୍କା ଲାଇଟ ଓ ଜେନେରେଟର ସହିତ ଅତ୍ୟାଧୁନିକ ଉପକରଣ ନେଇ ଯାଇଥିଲେ ।

ପଶ୍ଚିମ ବଙ୍ଗରେ ଅନେକ ସ୍ଥାନରେ ଭୀଷଣ କ୍ଷୟକ୍ଷତି ହୋଇଛି ।
ଏବେ ଏହି ଟିମ କଲିକତାର ୨୨ରୁ ଉର୍ଦ୍ଧ୍ବ ସ୍ଥାନରେ ପାଖାପାଖି ୨୦ ଜଣ ଲେଖାଏଁ ଭାଗ ହୋଇ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ବଡ଼ ବଡ଼ ଗଛ କାଟି ରାସ୍ତା ଖୋଲିବା କାମରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିୟୋଜିତ ଅଛନ୍ତି। ମୁଖ୍ୟତଃ ଅଗ୍ନିଶମ ଟିମର କଲିକତାର ଡାଇମଣ୍ଡ ପାର୍କ, ରିଚ ରୋଡ଼, ଡାଇମଣ୍ଡ ହାର୍ବର ରୋଡ଼, ବିଟି ରୋଡ଼, ନରକେଲଡଙ୍ଗା ମେନ ରୋଡ଼ , ସୂର୍ୟସେନ ଷ୍ଟ୍ରିଟ, ବୋଷ ରୋଡ଼ ଓ ସାହା ରୋଡ଼ ଇତ୍ୟାଦି ସ୍ଥାନରେ ଏହି ଟିମ ସବୁ ବ୍ୟାପକ ଉଦ୍ଧାର କାର୍ଯ୍ୟ କରୁଛନ୍ତି ।
ଅଗ୍ନିଶମ ବିଭାଗ ପକ୍ଷରୁ କଟର ମାଧ୍ୟମରେ ଗଛ କାଟିବା କାମ କରାଯାଉଛି । ଲୋକଙ୍କୁ ଉଦ୍ଧାର କରିବା କାମ ମଧ୍ୟ ଟିମ ବେଶ ସୁନ୍ଦର ଭାବରେ କରୁଛି । ତେବେ ଓଡିଶାର ଅଗ୍ନିଶମ ବିଭାଗର କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରୁଥିବା ଜଣା ପଡ଼ିଛି ।
‘‘ଆମେ ଉଦ୍ଧାର କାର୍ଯ୍ୟ ବେଶ୍ ଜୋରସୋରରେ ଜାରି ରଖିଛୁ । ଦିନ ରାତି ଏକ କରି ଆମର ଟିମମାନେ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି । କଲିକତା ଏକ ବଡ଼ ସହର ହୋଇଥିବା ବେଳେ ଏଠାରେ ଯଥା ଶୀଘ୍ର କିଭଳି ପୁନରୁଦ୍ଧାର ହୋଇ ପାରିବ ସେ ନେଇ ଆମେ ଚେଷ୍ଠା କରିଛୁ । ପଶ୍ଚିମ ବଙ୍ଗ ଅଞ୍ଚଳରେ ଏବେ ବ୍ୟାପକ ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧି କାମ କରାଯାଉଛି,’’ କହିଛନ୍ତି ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ପରେନ ସୋରେନ ।
ଅଗ୍ନିଶମ ବିଭାଗର କର୍ମଚାରୀ ଚନ୍ଦନ କହିଛନ୍ତି ଯେ ସେମାନେ ପଶ୍ଚିମ ବଙ୍ଗ ଆସିଥିବାରୁ ତାଙ୍କ ଘର ଲୋକେ ବହୁତ ଚିନ୍ତାରେ ଅଛନ୍ତି କାରଣ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ । ‘‘ତଥାପି ଆମେ ଆମର କାର୍ଯ୍ୟ କରିଚାଲୁଚୁ । ଆମ ରାଜ୍ୟ ସରକାରଙ୍କ ବିଶ୍ୱାସ ସହ ଆମକୁ ଏଠାକୁ ପଠାଇଛନ୍ତି । ଏଣୁ ଆମେ ଏଥିରେ ତିଳେ ଉଣା କରିବୁ ନାହିଁ,’’ ସେ କହିଛନ୍ତି ।
ଦୟାକରି ଦୁଇ ମିନିଟ୍ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍ ସର୍ଭେଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।