ରାଜ୍ୟରେ କରୋନା ଟିକାର ଘୋର୍ ଅଭାବ; ମେ ମାସରେ ଟିକାକରଣ ସମ୍ଭାବନା କ୍ଷୀଣ ଲାଗୁଛି

ରାଜ୍ୟରେ ଗରୁତର କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଔଷଧ ରେମଡେସିଭିରର ବି ଘୋର୍ ଅଭାବ ଦେଖାଦେଇଛି । କେନ୍ଦ୍ର ସରକାର ନିଜେ ଏହାର ବିତରଣ କରୁଛନ୍ତି । ପ୍ରତି ଦିନ କିଛି କିଛି ରେମଡିସିଭର ଭାଏଲ୍ ଆସୁଛି ।

ରାଜ୍ୟରେ କରୋନା ଟିକାର ଘୋର୍ ଅଭାବ; ମେ ମାସରେ ଟିକାକରଣ ସମ୍ଭାବନା କ୍ଷୀଣ ଲାଗୁଛି
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଟିକାର ୫୬.୩୯ ଲକ୍ଷରୁ ଅଧିକ ଡୋଜ ଦିଆସରିଲାଣି ।
  • News18 Odia
  • Last Updated: April 27, 2021, 8:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକା ସଙ୍କଟ ଏବେ ବି ସୁଧୁରି ନ ଥିବା ବେଳେ ୧୮ ବର୍ଷରୁ ୪୪ ବର୍ଷ ବୟସର ନାଗରିକମାନଙ୍କୁ ମେ ୧ରୁ କେମିତି ଟିକାକରଣ କରାଯିବ ତାକୁ ନେଇ ସନ୍ଦେହ ଦେଖାଦେଇଛି । ମେ ମାସରେ ଟିକାକରଣ ସମ୍ଭାବନା କ୍ଷୀଣ ଲାଗୁଛି । ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ କହିବା କଥା ମେ ମାସ ମଧ୍ୟ ଭାଗ ସୁଦ୍ଧ କୋଭାକ୍ସିନ ଟିକା ଆସିପାରେ କିନ୍ତୁ କୋଭିସିଲ୍ଡ଼ ଟିକା ଆସିବା ସମ୍ଭାବନା କମ୍‌ । ରେମଡେସିଭିର୍‌ ଯୋଗାଣରେ ବି ଦେଖାଦେଇଛି ସଙ୍କଟ ।

‘‘ମେ ମାସରେ ରାଜ୍ୟରେ କୋଭିସିଲିଡ଼ ଟିକା ପହଞ୍ଚିବା ସମ୍ଭାବନା କ୍ଷୀଣ ଅଛି । ମେ ମାସ ମଧ୍ୟ ଭାଗ ସୁଦ୍ଧା କୋଭାସ୍କିନ ଟିକା ଆସିପାରେ । ଯଥେଷ୍ଟ ଟିକା ମହଜୁଦ ରହିଲେ ଟିକାକରଣ କରାଯିବ । ଫେଜ୍‌ ୩ ଟିକାକରଣ ପାଇଁ ବୁଧବାରଠୁ ପଞ୍ଜିକରଣ ଆରମ୍ଭ ହେବ । କୋୱିନ୍‌ ପୋର୍ଟାଲକୁ ଯାଇ ସମସ୍ତେ ପଞ୍ଜିକରଣ କରିପାରିବେ । କିନ୍ତୁ ଯେବେ ଟିକା ମହଜୁଦ ରହିବ ସେହି ଅନୁସାରେ ପୋର୍ଟାଲ ମାଧମରେ ଲୋକଙ୍କୁ ସ୍ଲଟ୍‌ ଦିଆଯିବ । ପଞ୍ଜିକୃତ ହୋଇଥିବା ନାଗରିକମାନେ ନିଜ ସ୍ଲଟ୍‌ ଅନୁସାରେ ଟିକା ନେଇ ପାରିବେ,’’ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: BECILରେ ୫୬୭ ପଦ ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୩୦; ବୟସ ୪୫ରୁ ୬୦ ବର୍ଷ

ରାଜ୍ୟରେ ଗରୁତର କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଔଷଧ ରେମଡେସିଭିରର ବି ଘୋର ଅଭାବ ଦେଖାଦେଇଛି । କେନ୍ଦ୍ର ସରକାର ନିଜେ ଏହାର ବିତରଣ କରୁଛନ୍ତି । ଏପ୍ରିଲ ୨୧ରୁ ୩୦ ଯାଏଁ ରାଜ୍ୟକୁ ଏହି ଔଷଧର ୨୧,୦୦୦ ଭାଏଲ୍‌ ଦେବାକୁ କେନ୍ଦ୍ର କହିଛି । ପ୍ରତି ଦିନ କିଛି କିଛି ରେମଡିସିଭର ଭାଏଲ୍‌ ଆସୁଛି ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ସୋମବାର ଦିନ ରାଜ୍ୟରେ ରେମଡିସିଭର୍‌ ଔଷଧର ୨,୦୦୦ ଭାଏଲ ଆବଶ୍ୟକତା ଥିବା ବେଳେ କେବଳ ୯୨ଟି ଭାଏଲ୍‌ ମିଳିଥିଲା । ଭେଷଜ ନିୟନ୍ତ୍ରକ କେବଳ ଘରୋଇ କୋଭିଡ଼ ହସ୍ପିଟାଲକୁ ରେମିଡେସିଭର ଦେଇଥାନ୍ତି । ସରକାରୀ ହସ୍ପିଟାଲକୁ ରାଜ୍ୟ ଔଷଧ ନିଗମ ଯୋଗାଇ ଥାଏ । ହେଲେ ଘରୋଇ ମେଡ଼ିସିନ ଦୋକାନ ଏହା ରଖି ପାରିବେ ନାହିଁ ।

ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

‘‘ଫାବିଫ୍ଲୁ ଔଷଧର ରାଜ୍ୟରେ ଅଭାବ ନାହିଁ । ଏହା ରାଜ୍ୟରେ ଚିହ୍ନଟ ହୋଇଥିବା ଘରୋଇ ମେଡ଼ିସିନ ଦୋକାନରେ ମିଳିପାରିବ । ରାଜ୍ୟରେ ଫାବିଫ୍ଲୁ ବିକିବାକୁ ୧,୧୨୦ଟି ଦୋକାନ ଚିହ୍ନଟ ହୋଇଛି । ଭୁବନେଶ୍ୱରରେ ୪୦ଟି ଦୋକାନକୁ ଅନୁମତି ଦିଆଯାଇଛି,’’ କହିଛନ୍ତି ଭେଷଜ ନିୟନ୍ତ୍ରକ ଅନ୍ନଦା ଶଙ୍କର ଦାସ ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ‘‘ଆଇଆଇଟି କାନପୁରର ଷ୍ଟଡ଼ି କହୁଛି ଦେଶରେ ମେ ଦ୍ଵିତୀୟ ସପ୍ତାହ ବେଳକୁ କରୋନା ସଂକ୍ରମଣରେ ପିକ୍‌ ଆସିପାରେ । ଆମ ରାଜ୍ୟରେ ଟେଷ୍ଟିଙ୍ଗ କମିନି । ଆମେ ଆବଶ୍ୟକ ଲୋକଙ୍କର ଟେଷ୍ଟ କରାଉଛୁ । ଟାର୍ଗେଟେଡ଼ ସ୍ୟାମ୍ପଲିଙ୍ଗ କରାଉଛୁ । ରାଜ୍ୟରେ ଟେଷ୍ଟିଙ୍ଗ କିଟର ଅଭାବ ନାହିଁ । ଟେଷ୍ଟିଙ୍ଗର ଡିମାଣ୍ଡ ଏବେ ଅଧିକ ଅଛି । ସ୍ୱତସ୍ଫୁର୍ତ୍ତ ଭାବେ ଲୋକେ ଅଧିକ ଟେଷ୍ଟ କରାଉଛନ୍ତି,’’ କହିଛନ୍ତି ଡଃ ମିଶ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଫିଟ୍କିରି ପୂରାଉଛନ୍ତି

ସେ ଆହୁରି କହିଛନ୍ତି, ‘‘ରେମେଡିସିଭର୍‌ ରାମ ବାଣ ନୁହେଁ । ଏହି ମେଡ଼ିସିନ କେବଳ ଗୁରୁତର କରୋନା ରୋଗୀଙ୍କୁ ଦିଆଯାଏ । କିନ୍ତୁ କିଛି ଲୋକ ରେମେଡିସିଭର କିଣି ଘରେ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ।’’

ଓଡ଼ିଶାରେ କୋଭିଡ ହସପିଟାଲରେ ବେଡ଼ର ଅଭାବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ । ଆଗକୁ ଚାରିଟି ଲେଖାଏଁ ଜିଲ୍ଲାକୁ ନେଇ କ୍ଲସ୍ଟର୍‌ କରାଯାଉଛି । ସେହି ଜିଲ୍ଲା ଭିତରେ ରୋଗୀଙ୍କୁ ବେଡ଼ ଯୋଗାଇ ଦିଆଯିବ । ସରକାର ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଅତି ଆବଶ୍ୟକ ନ ଥିଲେ ଅଯଥାରେ ହସ୍ପିଟାଲରେ ବେଡ଼ରେ ଆସି ରହନ୍ତୁ ନାହିଁ । ଘରେ ରହି ଚିକିତ୍ସତ ହୁଅନ୍ତୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅର୍ଶୀ ଖାନ୍ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଫ୍ୟାନ୍ ତାଙ୍କୁ KISS କରିଦେଲା; ଅଭିନେତ୍ରୀ ନର୍ଭସ୍ହେଲେ!

ବର୍ତ୍ତମାନ ରାଜ୍ୟରେ ଥିବା କରୋନା ଟିକା ମାତ୍ର ଦୁଇ ତିନି ଯିବ ବୋଲି ଜଣାପଡ଼ିଛି । ସୋମବାର ଦିନ ୫୯୫ କେନ୍ଦ୍ରରେ ଟିକାକରଣ ହୋଇଥିଲା ଓ ୮୮,୭୭୦ ଜଣଙ୍କୁ ଟିକା ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଟିକାର ୫୬.୩୯ ଲକ୍ଷରୁ ଅଧିକ ଡୋଜ ଦିଆସରିଲାଣି ।



ମଙ୍ଗଳବାର ଦିନ ରାଜ୍ୟର ୬୦୦ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ରାଜ୍ୟରେ ବର୍ତ୍ତମାନ ୧.୨୩ ଲକ୍ଷ କୋଭିସିଲ୍ଡ ଟିକା ଓ ୩.୬୫ ଲକ୍ଷ କୋଭସ୍କିନ ଟିକା ମହଜୁଦ ଅଛି ।
Published by: Anand ST Das
First published: April 27, 2021, 8:36 PM IST