ଓଡ଼ିଶାରେ ୭,୦୦୦ ମୁହାଁ ହେଉଛି ଦୈନିକ କରୋନା ସଂକ୍ରମଣ; ମେ ପ୍ରଥମ ସପ୍ତାହରେ ତଳକୁ ଖସିପାରେ

ରାଜ୍ୟରେ କୋଭିଡ ମୁକାବିଲା ପାଇଁ ଟିକାକରଣ ଜାରି ରହିଥିବା ବେଳେ ପର୍ଯ୍ୟାପ୍ତ ଟିକା ଅଭାବରୁ ବନ୍ଦ ରହୁଛି ଅନେକ କେନ୍ଦ୍ର । ଚିନ୍ତା ବଢ଼ାଇଥିବା ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ସଂକ୍ରମଣର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି ।

ଓଡ଼ିଶାରେ ୭,୦୦୦ ମୁହାଁ ହେଉଛି ଦୈନିକ କରୋନା ସଂକ୍ରମଣ; ମେ ପ୍ରଥମ ସପ୍ତାହରେ ତଳକୁ ଖସିପାରେ
ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ୍ ଦିଆସରିଲାଣି ।
  • News18 Odia
  • Last Updated: April 24, 2021, 11:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି କୋଭିଡ ସଂକ୍ରମଣ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଗଲା ତିନି ଦିନ ହେବ ୬,୦୦୦ ଅତିକ୍ରମ କରିଛି ଓ ଏବେ ୭,୦୦୦ ମୁହାଁ ହେଉଛି । ଆକ୍ରନ୍ତଙ୍କ ଅବସ୍ଥା ବି ଗୁରୁତର ହେଉଥିବା ସରକାରୀ ତଥ୍ୟରୁ ଜଣା ପଡ଼ୁଛି । ସଂକ୍ରମଣରେ କେବେ ବ୍ରେକ୍‌ ଲାଗିବ ତାହା ଅସ୍ପଷ୍ଟ ଥିଲେ ବି ଏକ ରିପୋର୍ଟରେ କୁହାଯାଇଛି ଯେ ମେ ମାସ ପ୍ରଥମ ସପ୍ତାହରୁ ସଂକ୍ରମଣ ତଳମୁହାଁ ହେବାର ସମ୍ଭାବନା ଅଛି ।

ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ଗତ ତିନି ଦିନ ହେଲା ୬,୦୦୦ ପାର୍‌ କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୨ ଏପ୍ରିଲରେ ଏହା ୬,୧୪୬ ଥିବା ବେଳେ ୨୩ ଏପ୍ରିଲରେ ୬,୨୧୫ ଓ ୨୪ ଏପ୍ରିଲରେ ୬,୬୪୭ ରହିଛି । ୧ ତାରିଖରୁ ୯ ତାରିଖ ମଧ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ୧,୦୦୦ ତଳେ ଥିବା ବେଳେ ୧୦ ତାରିଖ ପରଠୁ ଏହା ଭୟଙ୍କର ରୂପ ଧାରଣ କରୁଛି । ଏହି ଗୋଟିଏ ମାସରେ ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାର ପାର୍‌ କରିଥିବା ଗତ ତିନି ଦିନରେ ୧୮,୮୨୬ ପଜିଟିଭ୍‌ ସାମନାକୁ ଆସିଛି । ଏହି ତିନି ଦିନରେ ୨୩ ଜଣ ଆକ୍ରାନ୍ତଙ୍କ ଜୀବନ ବି ଗଲାଣି । କେବଳ ଆକ୍ରନ୍ତଙ୍କ ସଂଖ୍ୟା ବଢୁଛି ତାହା ନୁହେଁ, ସରକାରୀ ତଥ୍ୟ ଅନୁସାରେ ରୋଗୀଙ୍କ ଅବସ୍ଥା ଗୁରୁତର ହେଉଛନ୍ତି ।

ଏହା ବି ପଢ଼ନ୍ତୁ | ‘ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ନ ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ

ଏପ୍ରିଲ୍‌ ୨୧ ତାରିଖରେ ରାଜ୍ୟରେ ୯,୦୨୧ ବେଡ଼ ଥିବା ବେଳେ ସେଥିରେ ଥିବା ରୋଗୀଙ୍କ ସଂଖ୍ୟା ଥିଲା ୧,୭୮୨ । ଆଇସିୟୁ ବେଡ଼ ୨,୩୯୭ ଥିବା ବେଳେ ସେଥିରେ ରୋଗୀଙ୍କ ସଂଖ୍ୟା ଥିଲା ୪୮୨ । ୭୭୭ଟି ଭେଣ୍ଟିଲେଟର ମଧ୍ୟରୁ ୧୦୬ଟି ରୋଗୀଙ୍କ ସେବାରେ ଲାଗିଥିଲା ।

ଡି.ଏମ୍.ଇ.ଟି. ଡଃ ସିବିକେ ମହାନ୍ତି


ଏହା ବି ପଢ଼ନ୍ତୁ | COVID ଚିକିତ୍ସା ପାଇଁ ନୂଆ ଔଷଧଭିରାଫିନ୍କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

ଏପ୍ରିଲ୍‌ ୨୪ ତାରିଖର ତଥ୍ୟ ଅନୁସାରେ ୮,୭୮୨ ବେଡରେ ଅଛନ୍ତି ୨,୧୪୦ ଜଣ ରୋଗୀ । ୨,୪୩୬ଟି ଆଇସିୟୁ ମଧ୍ୟରୁ ୭୪୮ଟିରେ ରୋଗୀ ଅଛନ୍ତି । ୮୦୪ଟି ଭେଣ୍ଟିଲେଟର ମଧ୍ୟରୁ ୧୨୭ଟିରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ପଜିଟିଭ୍‌ ହାର ୧୬.୨୦ ପ୍ରତିଶତ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଫିଟ୍କିରି ପୂରାଉଛନ୍ତି

‘‘ଅନ୍ୟ ରାଜ୍ୟ ତୁଳନରେ ଓଡି଼ଶାରେ ସ୍ଥିତି ଭଲ ଅଛି । ପଶ୍ଚିମ ଓଡି଼ଶାରେ ସ୍ଥିତିର ମୁକାବିଲା ପାଇଁ ସରକାର ତତ୍ପର ହୋଇଥିବାରୁ ସ୍ଥିତିରେ ସୁଧାର ଆସିଛି । ରାଜ୍ୟରେ ଯଥେଷ୍ଟ ବେଡ଼ ମହଜୁଦ ରହିଛି। ଯେଉଁଠି ଆବଶ୍ୟକ ଅଧିକ ବେଡ଼ ସୃଷ୍ଟି କରାଯାଉଛି । ଅକିସିଜେନ ରାଜ୍ୟରେ ଉପଯୁକ୍ତ ପରିମାଣର ରହିଛି। କେଭିଡ କେୟାର ସେଣ୍ଟରରେ ବି ଅକିସିଜେନ ବେଡ଼ ବ୍ୟବସ୍ଥା କରାଯାଉଛି । ଏକ ସର୍ଭେ ଅନୁସାରେ ମେ ମାସ ପ୍ରଥମ ସପ୍ତାହରେ ସଂକ୍ରମଣର ଟ୍ରେଣ୍ଡ ତଳକୁ ଖସିବ ବୋଲି କୁହାଯାଉଛି,’’ କହିଛନ୍ତି ଡି.ଏମ୍‌.ଇ.ଟି. ସିବିକେ ମହାନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

ସରକାର ଅନ୍ୟ ରାଜ୍ୟକୁ ୨୫୦ ମେଟ୍ରିକ ଟନ୍‌ ଅକ୍ସିଜେନ ଯୋଗାଇ ଦେଇଛନ୍ତି । ଓଡ଼ିଶାର ୨୨ଟି ସଂସ୍ଥା ଅକ୍ସିଜେନ ଦେଉଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅନ୍ୟ ରାଜ୍ୟକୁ ସହଯୋଗ କରାଯାଉଛି । ଏଥି ପାଇଁ ନୋଡ଼ାଲ ଅଫିସର ନିଯୁକ୍ତି କରାଯାଇଛି । ବର୍ତ୍ତମାନ ସାମଗ୍ରିକ ମୃତ୍ୟୁ ହାର ୦.୦୪ ପ୍ରତିଶତ ରହିଛି । ଓଡ଼ିଶାରେ ଅନ୍ୟ ରାଜ୍ୟ ଭଳି ସ୍ଥିତି ବିଗିଡି଼ ନାହିଁ ଓ ଯୋଜନାବଦ୍ଧ ଭାବେ ସରକାର କୋଭିଡର ମୁକାବିଲା କରୁଛନ୍ତି ବୋଲି କହିଛନ୍ତି ଡଃ ମହାନ୍ତି ।

ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ଜାରି ହୋଇଥିବା ସମ୍ପୂର୍ଣ୍ଣ ଲକଡାଉନ୍ ମେ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ

ରାଜ୍ୟରେ କୋଭିଡ ମୁକାବିଲା ପାଇଁ ଟିକାକରଣ ଜାରି ରହିଥିବା ବେଳେ ପର୍ଯ୍ୟାପ୍ତ ଟିକା ଅଭାବରୁ ବନ୍ଦ ରହୁଛି ଅନେକ କେନ୍ଦ୍ର । ଏପ୍ରିଲ୍‌ ୨୪ରେ ୧ ଲକ୍ଷ ଟିକାକୁ ମିଶାଇ ମୋଟ ୨ ଲକ୍ଷ କୋଭିସିଲଡ଼ ଓ ୩.୭ ଲକ୍ଷ କୋଭାକ୍ସିନ୍‌ ଟିକା ରହିଛି ।

ଏହା ବି ପଢ଼ନ୍ତୁ | କୁକୁଡ଼ାମାନେ ଅଣ୍ଡା ଦେବା ବନ୍ଦ କରିଦେଲେ ବୋଲି ଥାନାକୁ ଯାଇ ଅଭିଯୋଗ କଲେ ଏହି ବ୍ୟକ୍ତି

‘‘କୋଭିଡ ଟିକାକରଣ ଜାରି ରହିଛି । ୭୬୯ଟି କେନ୍ଦ୍ରରେ ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ୍‌ ଦିଆସରିଲାଣି । ସଟଡାଉନ ଯୋଗୁଁ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିଛି । ଟିକାକରଣ କେନ୍ଦ୍ରକୁ ଏହି ସମୟରେ ସାନିଟାଇଜ କରାଯିବ । ସୋମବାରରୁ ଶୁକ୍ରବାର ଅନବରତ ଭାବେ ଟିକାକରଣ ଚାଲିବ । ବର୍ତ୍ତମାନ ୧ ଲକ୍ଷ କୋଭିସିଲଡ଼ ଟିକା ଥିବା ବେଳେ ଏପ୍ରିଲ୍‌ ୨୪ରେ ୧ ଲକ୍ଷ ଡୋଜ୍‌ ଆସିଛି । ୩.୭ ଲକ୍ଷ କୋଭକ୍ସିନ ଅଛି । ଟିକା ଅଭାବରୁ ଅଧିକାଂଶ ଟିକାକରଣ ବନ୍ଦ ରହିଛି । ଅଧିକ ଟିକା ଆସିଲେ ଟିକାକରଣ ସ୍ୱାଭାବିକ ହେବ । ଅଗ୍ରାଧିକାର ଭିତ୍ତିରେ ପଶ୍ଚିମ ଓଡିଶାକୁ ଟିକା ଦିଆଯାଉଛି । ସମସ୍ତେ ଟିକା ନେବା ଉଚିତ । ଦୁଇଟି ଡୋଜ୍‌ ନେବା ପରେ ହିଁ ସଂକ୍ରମଣରୁ ରକ୍ଷା ମିଳିପାରିବ,’’ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।



ଚିନ୍ତା ବଢ଼ାଇଥିବା ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ବି ପୁରୀ ଓ କଟକ ପରି ଅନେକ ଉପକୂଳବର୍ତ୍ତୀ ଜିଲ୍ଲାର ସ୍ଥିତି ବି ବିଗିଡି଼ବା ଆରମ୍ଭ ହେଲାଣି । କରୋନା ଚେନ୍‌ ବ୍ରେକ କରିବାକୁ ସରକାର ସପ୍ତାହାନ୍ତ ସଟଡାଉନ ଓ ନାଇଟ୍‌ କର୍ଫ୍ୟୁ ଉପାୟ ଆପଣାଇଥିବା ବେଳେ କୋଭିଡ ନିୟମର ଅନୁପାଳନ ଉପରେ ଗୁରୁତ୍ୱ ଦେଉଛନ୍ତି ବିଶେଷଜ୍ଞମାନେ ।
Published by: Anand ST Das
First published: April 24, 2021, 11:29 PM IST