ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ହେଲା; ଆଜି ୪ଟି ଟ୍ରେନରେ ଆସିଲେ ୪,୭୦୦ ପ୍ରବାସୀ

ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ପହଞ୍ଚିଛି । ଆଜି ସୁଦ୍ଧା ସୁରତରୁ ଗଞ୍ଜାମକୁ ଆସିଲାଣି ୧୯ଟି ଟ୍ରେନ୍‌ । ଆଜି ରାତିରେ ଆଉ ଏକ ଟ୍ରେନ୍‌ ସୁରତରୁ ଆସୁଛି । ଏ ଯାଏଁ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶା ଆସିଲାଣି ୨୫ଟି ଟ୍ରେନ୍‌ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ହେଲା; ଆଜି ୪ଟି ଟ୍ରେନରେ ଆସିଲେ ୪,୭୦୦ ପ୍ରବାସୀ
ଗଞ୍ଜାମର ଜଗନ୍ନାଥୁପୁରରେ ଟ୍ରେନରୁ ଓହ୍ଲାଇ ଚାଲିଛନ୍ତି ପ୍ରବାସୀ ଓଡ଼ିଆମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୪୦୦ ପାର୍‌ କରିଯାଇଛି । ଆଜି ସକାଳେ ୧୪ ଜଣ ଓ ସନ୍ଧ୍ୟାରେ ୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୪୧୪ରେ । ନୂଆ ୨୦ ପଜିଟିଭ୍‌ଙ୍କ ଭିତରେ କେବଳ ୧୭ ଜଣ ଗଞ୍ଜାମର ହୋଇଥିବା ବେଳେ ବୌଦ୍ଧରୁ ଜଣେ ଓ ସୁନ୍ଦରଗଡ଼ରୁ ୨ ଜଣ ରହିଛନ୍ତି ।

ଏବେ ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି । ସୁନ୍ଦରଗଡ଼ରେ ୧୬ ଓ ବୌଦ୍ଧରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୪ । ସୋମବାର ସକାଳେ ପ୍ରଥମେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ଭିତରେ ୧୨ ଜଣ ଥିଲେ କେବଳ ଗଞ୍ଜାମ ଜିଲ୍ଲାର । ସକାଳେ କେନ୍ଦ୍ରାପଡ଼ାରୁ ଜଣେ ଓ ସୁନ୍ଦରଗଡ଼ରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ଅପରାହ୍ଣରେ ଆଉ ୩ ପଜିଟିଭ୍ ରିପୋର୍ଟ ଆସିଥିଲା । କଟକ, ମୟୂରଭଞ୍ଜ, ଯାଜପୁର ଜିଲ୍ଲାର ଜଣେ ଲେଖାଏଁ ବ୍ୟକ୍ତି ଆକ୍ରାନ୍ତ ଥିବା ଜଣାପଡ଼ିଲା ।

ଏହା ବି ପଢ଼ନ୍ତୁ: କାଲି ଠାରୁ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ; ଭୁବନେଶ୍ବରରୁ ସେବା ୧୩ରୁ

ଆଜି ଗୋଟିଏ ଦିନରେ ରାଜ୍ୟରେ ମୋଟ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ କେବଳ ଗଂଜାମର ଅଛନ୍ତି ୨୯ ଜଣ ।

ଟ୍ରେନରେ ଗଞ୍ଜାମ ପହଞ୍ଚିବା ପରେ ପ୍ରବାସୀମାନଙ୍କ ଶରୀରର ତାପମାତ୍ରା ମପାଯାଉଛି ।


ଆଜି ପାଖାପାଖି ୪,୭୦୦ ଜଣ ପ୍ରବାସୀଙ୍କୁ ଧରି ଓଡ଼ିଶାରେ ପହଞ୍ଚିଛି ୪ଟି ସ୍ପେଶାଲ ଟ୍ରେନ୍ । ସୁରତରୁ ୨ଟି ଓ ଚେନ୍ନାଇରୁ ଗୋଟିଏ ଟ୍ରେନ ଗଞ୍ଜାମର ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଥିବା ବେଳେ ଆନ୍ଧ୍ର ପ୍ରଦେଶରୁ ଆସିଥିବା ଏକ ଟ୍ରେନ ପହଞ୍ଚିଛି ଟିଟିଲାଗଡ଼ରେ ।

ଏହା ବି ପଢ଼ନ୍ତୁ: ରାଜ୍ୟରେ ମେ ୨୦ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ୍ ଖାତା ଦେଖା; ୨୦ ଦିନରେ ସରିବ

ସୁରତରୁ ଆସି ଗଞ୍ଜାମର ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଥିବା ଟ୍ରେନରେ ୧,୧୮୧ ପ୍ରବାସୀ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧,୧୫୦ ଜଣ ଗଞ୍ଜାମ ଜିଲ୍ଲାର । ଚେନ୍ନାଇରୁ ଆସିଥିବା ଟ୍ରେନରେ ପ୍ରାୟ ୧,୨୦୦ ପ୍ରବାସୀ ଆସିଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୬୪୭ ଜଣ ଅଛନ୍ତି ।

ଆନ୍ଧ୍ର ପ୍ରଦେଶର ରାଇନାପାଡୁରୁ ଆସି ଟିଟିଲାଗଡ଼ରେ ପହଞ୍ଚିଥିବା ସ୍ବତନ୍ତ୍ର ଟ୍ରେନରେ ୧,୨୦୯ ପ୍ରବାସୀ ଶ୍ରମିକ ଆସିଛନ୍ତି । ସନ୍ଧ୍ୟାରେ ଗଞ୍ଜାମର ଜଗନ୍ନାଥପୁର ଷ୍ଟେସନରେ ସୁରତରୁ ଆସି ଆଉ ଏକ ସ୍ବତନ୍ତ୍ର ଟ୍ରେନ ପହଞ୍ଚିଛି, ଯେଉଁଥିରେ ହଜାରେ ୮୦୦ ପ୍ରବାସୀ ଶ୍ରମିକ ଅଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ଅଛନ୍ତି ୭୯୦ ଜଣ ।

ଏହା ବି ପଢ଼ନ୍ତୁ: ମୋଟା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣର ସମ୍ଭାବନା ଅଧିକ ଅଛି: ବୈଜ୍ଞାନିକ

ବସରେ କର୍ଣ୍ଣାଟକ, ତାମିଲ ନାଡୁ ଓ ତେଲଙ୍ଗାନାରୁ ଆସି ୧୦୩ ଜଣ ପ୍ରବାସୀ କଟକରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରୁ ଜଗତସିଂହପୁରର ୧୫ ଜଣ ଓ କେନ୍ଦ୍ରାପଡ଼ାର ୧୫ ଜଣ ଅଛନ୍ତି । ପହଞ୍ଚିବା ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି ।

ଆଜି ସୁଦ୍ଧା ସୁରତରୁ ଗଞ୍ଜାମକୁ ଆସିଲାଣି ୧୯ଟି ଟ୍ରେନ୍‌ । ଆଜି ରାତିରେ ଆଉ ଏକ ଟ୍ରେନ୍‌ ସୁରତରୁ ଆସି ପହଞ୍ଚିବ । ଏ ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶା ଆସିଲାଣି ୨୫ଟି ଟ୍ରେନ୍‌ ।

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓର ଚତୁର୍ଥ କ୍ୱାର୍ଟର୍ ଲାଭ ୧୭୭% ବଢ଼ି ୨,୩୩୧ କୋଟି ଟଙ୍କାରେ ପହଞ୍ଚିଲା
First published: May 11, 2020, 10:20 PM IST
corona virus btn
corona virus btn
Loading