ରାଜ୍ୟରେ ବେକାବୁ କରୋନା: ଶହ ଶହ କରି ବଢ଼ୁଛି ସଂକ୍ରମଣ; ପୁଣି ପୂର୍ବ ସ୍ଥିତି ଫେରିବା ଆଶଙ୍କା ବଢ଼ିଲା

କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ହୋଇଥିବା ବୈଠକରେ ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ବ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ବନ୍ଦ କରାଯାଇଥିବା କୋଭିଡ୍‌ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରଖିବା ଓ ଆବଶ୍ୟକ ସଂଖ୍ୟାର ୱାର୍ଡ଼ ଖୋଲିବାକୁ ପ୍ରସ୍ତୁତି ଚାଲିଛି ।

ରାଜ୍ୟରେ ବେକାବୁ କରୋନା: ଶହ ଶହ କରି ବଢ଼ୁଛି ସଂକ୍ରମଣ; ପୁଣି ପୂର୍ବ ସ୍ଥିତି ଫେରିବା ଆଶଙ୍କା ବଢ଼ିଲା
ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ସାବଧାନୀ ପାଳନ କରାଯାଉଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 2, 2021, 11:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପଡ଼ୋଶୀ ରାଜ୍ୟମାନଙ୍କରେ କରୋନା ଭାଇରସ୍‌ (Coronavirus) ସଂକ୍ରମଣ ଯେଉଁ ହାରରେ ବଢୁଛି, ତାକୁ ଦେଖି ଓଡ଼ିଶା ପାଇଁ ବିପଦ ମାଡ଼ି ଆସୁଥିବା ପ୍ରତୀତ ହେଉଛି । ଓଡ଼ିଶାରେ ବି ଦୈନିକ ସଂକ୍ରମଣ ଶହେ ଶହେରେ ବଢୁଛି । ପୁଣି ପୂର୍ବ ସ୍ଥିତି ଫେରିବା ଆଶଙ୍କା କରି ଆଲର୍ଟ ହୋଇଛନ୍ତି ରାଜ୍ୟ ସରକାର । ସବୁ ଜିଲ୍ଲାପାଳ ଓ ସି.ଡି.ଏମ୍‌.ଓ.ମାନଙ୍କୁ ଆଗୁଆ ସତର୍କ ହେବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୬୧ ଜଣ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ସର୍ବାଧିକ ୮୬, ଖୋର୍ଦ୍ଧାରୁ ୬୯ ଓ ସୁନ୍ଦରଗଡ଼ରୁ ୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରେ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା ଥିବାରୁ ଏବେ ଠାରୁ ଅଧିକ ସତର୍କ ନ ହେଲେ ସ୍ଥିତି ବିଗିଡ଼ିବା ଆଶଙ୍କା କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍୧ରୁ ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍

କରୋନା ସଂକ୍ରମଣ ବଢୁଥିବାରୁ ଝାରସୁଗୁଡ଼ା ଜିଲ୍ଲାରେ ଆଗାମୀ ତିନି ସପ୍ତାହ ଯାଏଁ ଜିଲ୍ଲାର ସବୁ ସାପ୍ତାହିକ ହାଟକୁ ବନ୍ଦ କରି ଦେଇଛି ଜିଲ୍ଲା ପ୍ରଶାସନ । ଏ ବାବଦରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଭୁବନେଶ୍ୱର ମୁନିସିପାଲ୍‌ କର୍ପୋରେସନ୍‌ (ବି.ଏମ୍‌.ସି.) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି । ଆବଶ୍ୟକ ହେଲେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ପୁଣି ଚାଲୁ କରାଯିବ । ବିଡିଏ, ବି.ଏମ୍‌.ସି. ଓ ସ୍ମାର୍ଟ ସିଟି ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢ଼ନ୍ତୁ | ସଚିନ ତେନ୍ଦୁଲକରଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା; ଦିନ ପୂର୍ବେ କରୋନା ପଜିଟିଭ୍ ହୋଇଥିଲେ

କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ହୋଇଥିବା ବୈଠକରେ ଟେଷ୍ଟିଂ, ଟ୍ରେସିଂ, ସର୍ଭେଲାନ୍ସ ବଢ଼ାଇବା ଉପରେ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କୋଭିଡ୍‌ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରଖିବା ସହିତ ଆବଶ୍ୟକ ପରିମାଣର ୱାର୍ଡ଼ ଖୋଲିବାକୁ କୁହାଯାଇଛି । କ୍ଲଷ୍ଟର ସ୍ଥାନରେ କଣ୍ଟେନମେଣ୍ଟ କରିବାକୁ କୁହାଯାଇଛି । ବୈଠକରେ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ବିଜୟ ମହାପାତ୍ର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଯୋଗ ଦେଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଭୋଜପୁରୀ ଗୀତ 'ରସେ ରସେ ଚୁସଲା ଭୱଁରୱା ବନ୍ କେ' ଖୁବ୍ ଭାଇରାଲ୍ ହେଉଛି

‘‘ଓଡ଼ିଶାରେ ବଢ଼ୁଥିବା ସଂକ୍ରମଣ ମଧ୍ୟରେ ଗୋଟେ ଭଲ କଥା ଏହା ଯେ ଆମର ଏଠି ସଂକ୍ରମିତ ହେଉଥିବା ଲୋକେ ନିଜ ଘରେ ସଙ୍ଗରୋଧରେ ଅଛନ୍ତି । ଆମ ରାଜ୍ୟରେ ସଂକ୍ରମଣର ସ୍ଥିତି ଗୁରୁତର ହୋଇ ନାହିଁ । ହେଲେ ଆମର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ସାବଧାନୀ ପାଳନ କରାଯାଉଛି । ଆମର କୋଭିଡ୍‌ ହସପିଟାଲଗୁଡ଼ିକୁ ବନ୍ଦ କରାଯାଇଥିଲେ ବି ଆବଶ୍ୟକ ପଡ଼ିଲେ ପୁଣି ଖୋଲିବାରେ ଅସୁବିଧା ହେବନି,’’ କହିଛନ୍ତି ରାଜ୍ୟର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା

ମହାରାଷ୍ଟ୍ର ଓ ଛତିଶଗଡ଼ରେ କ୍ଷୀପ୍ର ଗତିରେ କରୋନା ସଂକ୍ରମଣ ବଢ଼ିଚାଲିଛି । ଓଡ଼ିଶାରେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଦେଖି ସବୁ ଜିଲ୍ଲାପାଳ ଓ ସି.ଡି.ଏମ୍‌.ଓ.ମାନଙ୍କୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସଂକ୍ରମଣ ବଢୁଥିବାରୁ ମୁକାବିଲା ପାଇଁ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ବି ସ୍ୱାସ୍ଥ୍ୟ ବିଭାଗ ପ୍ରୟାସ ଆରମ୍ଭ କରୁଥିବା ଜଣାପଡ଼ିଛି । ଅଧିକ ଶଯ୍ୟା ଓ ଅକ୍ସିଜେନ ସହ ICU, HDU, ଡାଇଲିସିସ୍‌, ଲେବର ରୁମ ସଜାଗ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମାଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା

ଓଡ଼ିଶାରେ ଘରୋଇ ହସ୍ପିଟାଲଗୁଡ଼ିକୁ ଅଧିକ ପରିମାଣରେ ଫାଭିପିରାଭିର ଓ ରେମ୍‌ଡିସିଭର ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ହୋମ୍‌ ଆଇସୋଲେସନରେ ଯେମିତି SOP କଡ଼ାକଡ଼ି ପାଳନ ହୁଏ, ତା’ର ତଦାରଖ କରିବାକୁ ମଧ୍ୟ ହସପିଟାଲ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।



ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ଯେ ଆଗାମୀ ସପ୍ତାହେରୁ ଦୁଇ ସପ୍ତାହ ମଧ୍ୟରେ କୋଭିଡ ସଂକ୍ରମଣ ବଢ଼ିବା ଦେଖିଲେ କୋଭିଡ୍‌ ହସପିଟାଲଗୁଡ଼ିକୁ ପୁଣି ଥରେ ଖୋଲିବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବା ଉଚିତ ।



କରୋନା ଭାଇରସ୍‌ ସମ୍ପର୍କୀୟ ସବୁ ଖବର ପାଇଁ ଏଇଠି କ୍ଲିକ୍‌ କରନ୍ତୁ ।
Published by: Anand ST Das
First published: April 2, 2021, 11:25 PM IST