News18 Odia Digital
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମାସ୍କ କିଣିବାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିବା ପରେ ଏବେ କଂଗ୍ରେସର ଟାର୍ଗେଟରେ ରାଜ୍ୟ ସରକାର । ମୁଖ୍ୟ ମନ୍ତ୍ରୀ ଙ୍କ ସ୍ପଷ୍ଟୀକରଣ ଦାବି କରିବା ସହ ଦୁର୍ନୀତିରେ ସମ୍ପୁକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି କଂଗ୍ରେସ । ବିଜେପି ବି ଘଟଣାର ତଦନ୍ତ ଦାବି କରିଛି ।
ଦିନକୁ ଦିନ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । କୋଭିଡ କିଟ୍ କିଣା ଦୁର୍ନୀତିରେ ନାକେଦମ ହେଲାଣି ରାଜ୍ୟ ସରକାର । ପ୍ରତ୍ଯେକ ଦିନ ଦୁର୍ନୀତିର ଗୋଟିଏ ପରେ ଗୋଟିଏ ପୋଲ ଖୋଲିବାରେ ଲାଗିଛି । ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସରକାରଙ୍କୁ ଏ ନେଇ ଟାର୍ଗେଟ କରିଛନ୍ତି । ମାସ୍କ, ପିପିଇ କିଟ ଓ କୋଭିଡ ଟେଷ୍ଟ ମେସିନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ସାମ୍ବାଦିକ ସମ୍ମିଳନୀ କରି ସେ ଅଭିଯୋଗ କରିଛନ୍ତି ।
‘‘ଏହା ହେଉଛି ମହାମାରୀର ମହାଦୁର୍ନୀତି । ଯେଉଁମାନେ ଦୁର୍ନୀତିରେ ସଂଶ୍ଲିଷ୍ଟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସହିତ ମୁଖ୍ୟ ମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟୀକରଣ ରଖନ୍ତୁ, ନଚେତ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ସିଭିସି ଓ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ବି ହେବୁ ଆମେ । ମୁଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ ଲୋକଙ୍କୁ ନ ମାରି କ’ଣ କରିବେ ନିଜେ ନିଷ୍ପତ୍ତି ନିଅନ୍ତୁ,’’ କହିଛନ୍ତି ପିସିସି ସଭାପତି ।

ଯୁବ କଂଗ୍ରେସ ତରଫରୁ ମୁଖ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ହେମନ୍ତ ଶର୍ମାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
କେନ୍ଦ୍ର ପଇସା ରାଜ୍ୟରେ ବାଟମାରଣା ହେଉଛି ବୋଲି କହି ଏତେ ବଡ଼ ଦୁର୍ନୀତିରେ ବିଜେପି କାହିଁକି ଚୁପ ରହିଛି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ନୈତିକତା ଦୃଷ୍ଟିରୁ ମୁଖ୍ୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ଯୁବ କଂଗ୍ରେସ ତରଫରୁ ମୁଖ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ହେମନ୍ତ ଶର୍ମାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ଦେଇଛି ଯୁବ କଂଗ୍ରେସ ।

ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ‘‘ଅଭିଯୋଗ ପ୍ରମାଣ ଆଧାରିତ ହେବା ଦରକାର ।’’
ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମନ୍ତସିଂହର କହିଛନ୍ତି: ‘‘ହେମନ୍ତ ଶର୍ମାଙ୍କୁ ପ୍ରକ୍ୟୁର୍ମେଣ୍ଟ କମିଟିରୁ ବାଦ ଦେଇ ଦୁର୍ନୀତିକୁ ସରକାର ନିଜେ ସ୍ୱୀକାର କରିଛନ୍ତି । ମହାମାରୀ ସମୟର ଏହା ହେଉଛି ବଡ଼ ଦୁର୍ନୀତି । ଏହାର ତଦନ୍ତ ହେବା ଦରକାର । ସୂଚନା ଅଧିକାର କର୍ମୀ ଓ ସାମାଜିକ କର୍ମୀମାନେ ଏ ନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ।’’
ଏହି ସମସ୍ତ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି: ‘‘ସରକାର କୌଣସି କଥାରେ ପଛଘୁଞ୍ଚା ଦେଉନାହାନ୍ତି । ଏ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଦଳର ମୁଖପାତ୍ର ପୂର୍ବରୁ କହିଛନ୍ତି । ତେବେ ଅଭିଯୋଗ ପ୍ରମାଣ ଆଧାରିତ ହେବା ଦରକାର ।’’
ଏହା ବି ପଢ଼ନ୍ତୁ:
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ
ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।