ମୁଣ୍ଡରେ ଠେକା ଭିଡ଼ି ଧାନ ବୁଣିଲେ, ହଳ କଲେ କଂଗ୍ରେସ୍ ବିଧାୟକ ସୁରେଶ ରାଉତରାୟ

ଲକଡାଉନ ରାଜ୍ୟରେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବାରୁ ତୁରନ୍ତ ସରକାର ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ଦାବୀ କରିଛନ୍ତି ରାଉତରାୟ ।

ମୁଣ୍ଡରେ ଠେକା ଭିଡ଼ି ଧାନ ବୁଣିଲେ, ହଳ କଲେ କଂଗ୍ରେସ୍ ବିଧାୟକ ସୁରେଶ ରାଉତରାୟ
ବିଲରେ ହଳ କରୁଛନ୍ତି ସୁରେଶ ରାଉତରାୟ ।
  • News18 Odia
  • Last Updated: April 26, 2020, 10:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସୁର ଭାଇ ନାମରେ ପରିଚିତ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କୁ ଅକ୍ଷୟ ତୃତୀୟାରେ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଧଳା ଟ୍ରାଉଜର ଓ ପଞ୍ଜାବୀ ସାଙ୍ଗକୁ ମୁଣ୍ଡରେ ନାଲି ଗାମୁଛାର ଠେକା ଭିଡ଼ି ସେ ଓହ୍ଲାଇ ଥିଲେ କୃଷି ଖେତକୁ ।

ଜଟଣୀର ଜାମୁକୋଳିରେ ଅଖିମୁଠି ଅନୁକୂଳ କରିଥିଲେ ରାଉତରାୟ । ନିଜ ଅଞ୍ଚଳର ଚାଷୀଙ୍କ ସହ ପାଳନ କରିଥିଲେ ଅକ୍ଷୟ ତୃତୀୟା । ହଳ ଧରିଥିଲେ ଓ ବେତ ନଉତିରେ ପୂରିବା ଧାନକୁ ମୁଠି ଅନୁକୂଳ କରିଥିଲେ ଏହି ବରିଷ୍ଠ କଂଗ୍ରେସ ନେତା । ସ୍ଥାନୀୟ ସରପଞ୍ଚ ଓ ଅନ୍ୟ କିଛି ଚାଷୀଙ୍କ ସହ ପାଞ୍ଚ ହଳ ବଳଦଙ୍କୁ ଧରି ସେ ବିଲ ମୁଣ୍ଡରେ ପହଞ୍ଚିଥିଲେ ଓ ପୂଜାର୍ଚ୍ଚନାରେ ଯୋଗ ଦେବା ପରେ ଲଙ୍ଗଳ ଧରିଥିଲେ । ମୁଣ୍ଡରେ ଠେକା ଭିଡ଼ିବା ସହ କିଛି ସମୟ ବିଲରେ ହଳ କରିଥିଲେ ସେ । ତାଙ୍କ ସହ ଆଉ କିଛି ଚାଷୀ ବି ବୁଲାଇଥିଲେ ହଳ । ବିଲ ଓଦା ଥିବାରୁ ହଳ କରିବା ସୁବିଧା ହୋଇଥିଲା ।

ଅନୂକୁଳର ଦିନ ଅକ୍ଷୟ ତୃତୀୟାକୁ ନେଇ ଓଡ଼ିଶା ପାର୍ବଣମୁଖର ହୁଏ । ଅଖିମୁଠି ଅନୁକୂଳ ସହ ଚଷାପୁଅ ଚଳିତ ବର୍ଷର ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଯାଏ । କରୋନା ଲକଡାଉନ ପାଇଁ ପ୍ରାୟ ସବୁ ଉତ୍ସବ ଫିକା ରହିଛି, କିନ୍ତୁ ଅକ୍ଷୟ ତୃତୀୟାରେ ଅନୁକୂଳ ପର୍ବ ଅଟକି ନାହିଁ।

ଧାନ ବୁଣୁଛନ୍ତି ସୁରେଶ ରାଉତରାୟ ।


‘‘ରାଜ୍ୟରେ ଚାଷୀ ସଙ୍କଟରେ ଅଛି । ଲକଡାଉନ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ତୁରନ୍ତ ସରକାର ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ଉପରେ ଗୁରୁତ୍ୱ ଦିଅନ୍ତୁ । ଏ ବର୍ଷ ଚାଷୀଙ୍କ ପାଇଁ ମଙ୍ଗଳମୟ ହେଉ । ଚାଷୀ ଆର୍ଥିକ ଭାବରେ ସୁଦୃଢ଼ ହୋଇ ନିଜକୁ ଠିଆ କରିବ,’’ କହିଛନ୍ତି ସୁରେଶ ରାଉତରାୟ ।

ଗତ ବର୍ଷ ରାଜ୍ୟରେ ଫସଲ ଭଲ ହୋଇଥିଲା । ଚାଷୀ ଧାନ ସହ ମୁଗ, ବିରି ଓ କୋଳଥ ଆଦି ଅମଳ କରି ଲାଭବାନ ହୋଇଥିଲା । ହେଲେ ରୋଗ ପୋକ ଲାଗି କିଛି ଚାଷ ନଷ୍ଟ ହେବା ସହ ଲକଡାଉନ ଯୋଗୁଁ ଏଥର ପରିବା ବେପାର ପୂରା ମାନ୍ଦା ହୋଇଛି । ଚାଷୀ ତା’ ପରିଶ୍ରମର ମୂଲ୍ୟ ପାଇନି । ତେଣୁ ଚଳିତ ବର୍ଷ ଅଖିମୁଠିରେ ଧାନ ଅନୁକୂଳ କରି ଚାଷୀ ଆଶା ରଖିଛି କିଭଳି ଭଲ ଫସଲ ପାଇବ।

ଜାମୁକୋଳି ସରପଞ୍ଚ ଜୋର୍ତିମୟୀ ଛୋଟରାୟ କହିଛନ୍ତି: ‘‘ପଞ୍ଜିକା କହୁଛି ଚଳିତ ବର୍ଷ ଭଲ ବର୍ଷା ହେବ, ଫସଲ ବି ଭଲ ହେବ। ତେଣୁ ସବୁ ଚାଷୀ ଭାଇ ମାନେ ଆଶା ରଖିଛନ୍ତି ଏ ବର୍ଷ ପ୍ରାକୃତିକ ଦୁର୍ବିପାକ ହେବ ନାହିଁ ।’’

ପ୍ରତି ବର୍ଷ କିଛି ନା କିଛି କାରଣ ଲାଗି ଚାଷୀ କୂଳ କ୍ଷତି ସହୁଛି । ଅନେକ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଏ ପ୍ରସଙ୍ଗରେ ସରକାର ଓ ବିରୋଧୀ ଅନେକ ଥର ମୁହାଁମୁହିଁ ହୋଇଛନ୍ତି ।
First published: April 26, 2020, 10:28 PM IST
corona virus btn
corona virus btn
Loading