ଶ୍ରୀମନ୍ଦିର ପ୍ରଶାସକ ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା ପରେ ରଥ ଯାତ୍ରା ହେବ ବୋଲି ସୁରଙ୍କ ସଙ୍କେତ

ରଥ ଯାତ୍ରା ନେଇ ଏ ପର୍ଯ୍ୟନ୍ତ ଆସିନି ସରକାରୀ ନିଷ୍ପତ୍ତି । ହେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଶ୍ରୀମନ୍ଦିର ପ୍ରଶାସକ ଓ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ କଟକଣା ଯୁକ୍ତ ରଥ ଯାତ୍ରା ହେବ ବୋଲି ସଙ୍କେତ ଦେଇଛନ୍ତି ।

ରଥ ଯାତ୍ରାର ଏକ ଫାଇଲ୍ ଫଟୋ ଓ (ଡାହାଣ) ସୁରେଶ ରାଉତରାୟ

ରଥ ଯାତ୍ରାର ଏକ ଫାଇଲ୍ ଫଟୋ ଓ (ଡାହାଣ) ସୁରେଶ ରାଉତରାୟ

  • Share this:
News18 Odia Digital

ଭୁବନେଶ୍ୱର: ରଥ ଯାତ୍ରାକୁ ଆଉ ରହିଲା ମାତ୍ର ୧୧ ଦିନ । ରଥ ଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିବା ବେଳେ ସରକାରୀ ସ୍ତରରୁ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ଏହାରି ଭିତରେ ରଥଯାତ୍ରା ହେବା ନେଇ ସଙ୍କେତ ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଶ୍ରୀମନ୍ଦିର ପ୍ରସାଶକ ଓ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବା ପରେ ସେ ଏଭଳି ସଙ୍କେତ ଦେଇଛନ୍ତି । ବରିଷ୍ଠ କଂଗ୍ରେସ ବିଧାୟକଙ୍କ ଏହି ବୟାନ ରଥ ଯାତ୍ରା ହେବା ନେଇ ଆଉ ଟିକିଏ ଆଶା ସଞ୍ଚାର କରିଛି।

‘‘ରଥ ଯାତ୍ରା ନେଇ ମୁଁ ମୁଖ୍ୟ ଶାସନ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛି । ଏହି ଦୁଇ ଅଧିକାରୀ ରଥ ଯାତ୍ରା ହେବ ବୋଲି ଚାହୁଁଛନ୍ତି । କିନ୍ତୁ ମୁଖ୍ୟ ମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରେ । ଓଡ଼ିଆଙ୍କ ଭାବାବେଗ ଦୃଷ୍ଟିରୁ ମୁଖ୍ୟ ମନ୍ତ୍ରୀ ନିଶ୍ଚିତ ଭାବେ ରାଜି ହେବେ ବୋଲି ମୁଁ ଆଶା କରୁଛି । ରଥ ଯାତ୍ରା କଟକଣା ଯୁକ୍ତ ହେବ ବୋଲି ମୋତେ ସୂଚନା ଦିଆଯାଇଛି । କଟକଣା ଭିତରେ ରଥ ଯାତ୍ରା ପାଇଁ ମୁଖ୍ୟ ମନ୍ତ୍ରୀ ନିଷ୍ପତ୍ତି ନିଅନ୍ତୁ,’’ କହିଛନ୍ତି ରାଉତରାୟ ।

ସୁରଙ୍କ ଏହି ବୟାନ ପରେ ବିଜେପି ବି ପୂର୍ବ ଦାବି ଦୋହରାଇଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି: ‘‘ଲୋକଙ୍କ ଭାବାବେଗ ଦୃଷ୍ଟିରୁ ସରକାର କ’ଣ ଯୋଜନା କରିଛନ୍ତି ତାହା ଅବଗତ କରାଇବାର ଆବଶ୍ୟକତା ରହିଛି । କଟକଣା ଭିତରେ ରଥ ଯାତ୍ରା  ସମ୍ଭବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର କିଛି ସ୍ପଷ୍ଟ ସୂଚନା ଦେଉନାହାନ୍ତି । ଏ ନେଇ ରାଜ୍ୟ ବାସୀଙ୍କୁ ଅବଗତ କରାଇବାର ଆବଶ୍ୟକତା ଅଛି ।’’

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ


‘‘ଧାର୍ମିକ ମନୋଭାବ ସହିତ ବିରୋଧୀ ଦଳମାନେ ଏଭଳି ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ନାହିଁ । କେନ୍ଦ୍ରୀୟ ନିଷ୍ପତ୍ତି ଓ ଆଇନଗତ ନିଷ୍ପତ୍ତିକୁ ନେଇ ପଦକ୍ଷେପ ନେବେ ରାଜ୍ୟ ସରକାର । ଆଇନକୁ ସମ୍ମାନ ଜଣାଇ ବାତାବରଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ରଥ ଯାତ୍ରା ପାଇଁ ହଜାର ହଜାର ଭକ୍ତଙ୍କ ଆବଶ୍ୟକତା ରହିଛି । ଏ ଦୃଷ୍ଟିରୁ ସରକାର ବିଚାର କରି ସେତେବେଳର ବାତାବରଣକୁ ଦେଖି ନିଷ୍ପତ୍ତି ନେବେ,’’ କହିଛନ୍ତି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ।

ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା


କୋଭିଡ ସ୍ଥିତିରେ ରଥ ଯାତ୍ରା ହୋଇପାରିବ ନା ନାହିଁ ସେ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ମିଳି ନ ଥିଲେ ବି ପ୍ରସ୍ତୁତିରୁ ରଥ ଯାତ୍ରା ହେବା ନେଇ ବାରି ହୋଇପଡୁଛି । ତେବେ କଟକଣା ଯୁକ୍ତ ରଥଯାତ୍ରା ହୋଇପାରେ ବୋଲି ପ୍ରସ୍ତୁତିରୁ ଅନୁମାନ କରିହେଉଛି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: