କଂଗ୍ରେସ ‘ସ୍ପିକ୍ ଅପ୍ ଇଣ୍ଡିଆ କ୍ୟାମ୍ପେନ’ ଆରମ୍ଭ କଲା; ବିଜେପି କହିଲା ରାହୁଳଙ୍କ କଥାରେ ନାହିଁ ତାଳମେଳ

କରୋନା ମୁକାବିଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି ଓ ଏହା ଦ୍ୱାରା ସୃଷ୍ଟି ହୋଇଥିବା ବେକାରୀ ସମସ୍ୟାକୁ ଠିକଣା ଢଙ୍ଗରେ ମୁକାବିଲା ନ କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କହିଛି କଂଗ୍ରେସ ।

ଭୁବନେଶ୍ୱରରେ ‘ସ୍ପିକ୍ ଅପ୍ ଇଣ୍ଡିଆ’ କ୍ୟାମ୍ପେନରେ ଓଡ଼ିଶା କଂଗ୍ରେସର ନେତା ଓ କର୍ମୀ

ଭୁବନେଶ୍ୱରରେ ‘ସ୍ପିକ୍ ଅପ୍ ଇଣ୍ଡିଆ’ କ୍ୟାମ୍ପେନରେ ଓଡ଼ିଶା କଂଗ୍ରେସର ନେତା ଓ କର୍ମୀ

  • Share this:
News18 Odia Digital

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆହ୍ୱାନକୁ ଗ୍ରହଣ କରି ରାଜ୍ୟ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ନେତା ଓ କର୍ମୀମାନେ ସାମାଜିକ ଗଣମାଧ୍ୟାମରେ ଲକଡାଉନ ଯୋଗୁଁ ଉପୁଜିଥିବା ପରିସ୍ଥିତିକୁ ନେଇ ସାଧାରଣ ଲୋକଙ୍କ ଦାବି ଉପସ୍ଥାପିତ କରୁଛନ୍ତି ।

ଜାତୀୟ ସ୍ତରରେ ମଧ୍ୟ ରାହୁଲ ଗାନ୍ଧି ଓ ଦଳର ତୁଙ୍ଗ ନେତାମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦେଶବ୍ୟାପି ବିରୋଧ ପ୍ରଦର୍ଶନ ଓ ଦାବି ଉପସ୍ଥାପନ କରିଛନ୍ତି। ସ୍ପଷ୍ଟ ବାର୍ତ୍ତା ଦେବା ଓ ସର୍ବାଧିକ ଫେସବୁକ୍ ଲାଇଭ୍ କରିବା ପାଇଁ ଦିନ ୧୧ଟାରୁ ୨ଟା ସମୟକୁ ଦଳ ଅସ୍ତ୍ର କରିଛି । ଗୁରୁବାର ଫେସବୁକ୍ ଲାଇଭ୍ ଭିଡିଓରେ ସାମିଲ ହୋଇଥିଲେ ଓଡ଼ିଶା କଂଗ୍ରେସର ନେତା, କର୍ମୀ, ସମର୍ଥକ ଓ ଅନେକ ନାଗରିକ ସଙ୍ଗଠନ।

ସାଧାରଣ ଲୋକଙ୍କ ପାଇଁ ଦଳ ପକ୍ଷରୁ ଯେଉଁ ଦାବିଗୁଡିକ ରହିଥିଲା ସେଗୁଡିକ ହେଉଛି ତୁରନ୍ତ ଗରିବ ପରିବାରକୁ ୧୦,୦୦୦ ଟଙ୍କା ଓ ୬ ମାସ ପାଇଁ ମାସକୁ ୭,୫୦୦ ଟଙ୍କା ଲେଖାଏଁ ସରକାର ଦେବା; ଛୋଟ ବ୍ୟବସାୟକୁ ଋଣ ନୁହେଁ ଆର୍ଥିକ ସହାୟତା ପ୍ରଦାନ କରିବା; ବିନା ଖର୍ଚ୍ଚରେ ସମସ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ ପରିବହନ ବ୍ୟବସ୍ଥା କରାଯିବା; MNREGA ଅଧୀନରେ କାର୍ଯ୍ୟ ଦିନକୁ ବର୍ଷକୁ ୨୦୦ ଦିନକୁ ବୃଦ୍ଧି କରିବା; ଓ ଖରିଫ ଋତୁ ଚାଷ ପାଇଁ ସରକାର କୃଷକମାନଙ୍କୁ ପର୍ଯ୍ୟାପ୍ତ ସହାୟତା ପ୍ରଦାନ କରିବା ଆଦି ।

ନିରଞ୍ଜନ ପଟ୍ଟନାୟକ


‘‘କରୋନା ମୁକାବିଲା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଏହା ଦ୍ୱାରା ସୃଷ୍ଟି ହୋଇଥିବା ବେକାରୀର ସରକାର ଠିକଣା ଢଙ୍ଗରେ ମୁକାବିଲା ନ କରି ମିଛ କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି,’’ କହିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।

ତେବେ କଂଗ୍ରେସ ର ‘ସ୍ପିକ ଅପ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ନେଇ କଡ଼ା ଜବାବ ଦେଇଛି ବିଜେପି । ଦଳ ସିଧାସଳଖ ଟାର୍ଗେଟ କରିଛି ରାହୁଲ ଗାନ୍ଧୀଙ୍କୁ । ‘‘ରାହୁଲ ଗାନ୍ଧି କଣ କହନ୍ତି, କଣ କରନ୍ତି ଓ କଣ ଭାବନ୍ତି ତା’ ଭିତରେ ତାଳମେଳ ନ ଥାଏ । ଏବେ ସେ ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି । କଂଗ୍ରେସର ଜେନେଟିକ ଫ୍ୟାକ୍ଟର ହେଉଛି ଅରାଜକତା ସୃଷ୍ଟି କରି ରାଜନୈତିକ ଫାଇଦା ନେବା । ରାହୁଲ ଗାନ୍ଧୀ ସେଥିରୁ ବାହାରିଯିବେ କେମିତି? ଲୋକେ ଏ କଥା ଜାଣିଛନ୍ତି,’’ କହିଛନ୍ତି ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।

‘‘ଏହି ମହାମାରୀ ସମୟରେ କେନ୍ଦ୍ର ସହ ସମନ୍ୱୟ ରଖି ମୁକାବିଲା କରାଯାଉଛି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସମସ୍ତଙ୍କ ପାଇଁ ଖାଦ୍ୟ ଓ ରୋଜଗାର ବ୍ୟବସ୍ଥା କରିଛି । ସମସ୍ତଙ୍କ ସୁରକ୍ଷା କଥା ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ରାଜନୀତି ନକରିବା ଉଚିତ ନୁହେଁ,’’ କହିଛନ୍ତି ବିଜେଡି ସାଂସଦ ସୁବାସ ସିଂ। ସେ କହିଛନ୍ତି ଯେ କରୋନା ସଂକ୍ରମଣକୁ ନେଇ ନିର୍ବାଚନ କଥା କେବେ ବି ଚିନ୍ତା କରିନାହାନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ‘‘ଜୁନ ୧୫ ଯାଏ କରୋନା ସ୍ଥିତି ଚିନ୍ତାଜନକ ରହିବ । ତେଣୁ ଏପରି ସ୍ଥିତିରେ ରାଜନୈତିକ ତର୍କ ନ କରାଯାଉ । ବରଂ ସମସ୍ତେ ମିଶି କାମ କରିବା ଦରକାର,’’ କହିଛନ୍ତି ସିଂ ।

ଏହା ବି ପଢ଼ନ୍ତୁ: 

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: