କରୋନାର ତୄତୀୟ ଲହର ପାଇଁ ଆଗୁଆ ଚିନ୍ତା: ବିଶେଷଜ୍ଞ କମିଟିର ପରାମର୍ଶ ଲୋଡି଼ଲେ ମୁଖ୍ୟ ମନ୍ତ୍ରୀ

ଲକଡାଉନ୍ ସଂକ୍ରମଣକୁ ରୋକିପାରିଥିଲେ ବି ଅର୍ଥନୀତିକୁ ବ୍ୟାପକ ପ୍ରଭାବିତ କରୁଥିବାରୁ ବିଶେଷଜ୍ଞମାନେ ଟିକାକରଣ ବଢ଼େଇବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ମେ ୨୮ ତାରିଖ ସୁଦ୍ଧା ୭୫ ଲକ୍ଷ ଲୋକ କରୋନା ଟିକା ନେଇସାରିଛନ୍ତି ।

କରୋନାର ତୄତୀୟ ଲହର ପାଇଁ ଆଗୁଆ ଚିନ୍ତା: ବିଶେଷଜ୍ଞ କମିଟିର ପରାମର୍ଶ ଲୋଡି଼ଲେ ମୁଖ୍ୟ ମନ୍ତ୍ରୀ
ଟିକାକରଣ ବୄଦ୍ଧି କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣର ସମ୍ଭାବ୍ୟ ତୄତୀୟ ଲହର ପାଇଁ ସରକାର ଆଗୁଆ ଚିନ୍ତା ବ୍ୟକ୍ତ କରି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଗୋଟିଏ ପଟେ ଟିକାକରଣ ବୄଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ସଂକ୍ରମଣର ସମ୍ଭାବ୍ୟ ତୄତୀୟ ଲହରକୁ ରୋକିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ସରକାର । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିଶେଷଜ୍ଞ କମିଟିର ପରାମର୍ଶ ଲୋଡି଼ଛନ୍ତି ।

କରୋନା ସଂକ୍ରମଣର ଦ୍ବିତୀୟ ଲହର ଆପେକ୍ଷା ତୄତୀୟ ଲହର ଅଧିକ କ୍ଷତିକାରକ ହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏଭଳି ସ୍ଥିତିରେ ଦେଶରେ ଓଡି଼ଶା ଭଳି ରାଜ୍ୟ ଆଗୁଆ ଚିନ୍ତା କରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଶୁକ୍ରବାର ଦିନ ଆଭାସୀ ମାଧ୍ୟମରେ ରାଜ୍ୟର ପ୍ରଥମ ଟିକାକରଣ ପରାମର୍ଶଦାତା କମିଟି ବୈଠକ ବସିଥିଲା । ଆଗାମୀ ଦିନରେ ଆସିବାକୁଥିବା କରୋନା ସଂକ୍ରମଣର ତୃତୀୟ ଲହରକୁ ରୋକିବା ସହ ରାଜ୍ୟର ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ କେମିତି ମଜବୁତ କରିହେବ ସେ ନେଇ ଚର୍ଚ୍ଚା ହୋଇଥିଲା ।

ଏହା ବି ପଢ଼ନ୍ତୁ | କରୋନାରେ ପିତାମାତାଙ୍କୁ ହରେଇଥିବା ପିଲାଙ୍କ ପାଇଁ କେନ୍ଦ୍ର ସରକାର ବଢ଼ାଇଲେ ସାହାଯ୍ୟର ବଡ଼ ହାତ

ରାଜ୍ୟ ସରକାରଙ୍କ କୋଭିଡ ଟିକାକରଣ କମିଟିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶ୍ରୀନାଥ ରେଡ୍ଡୀ ଅଧକ୍ଷ ଥିବା ବେଳେ ଡାକ୍ତର ଦେବୀ ସେଠୀ, ଡଃ ରମାକାନ୍ତ ପଣ୍ଡା, ଡଃ ସୁବ୍ରତ ଆଚାର୍ଯ୍ୟ, ଡଃ ଲଳିତ କାନ୍ତ, ଡଃ ମୄଦୁଲ ଫାଡକେ, ଡଃ ଦତ୍ତେଶ୍ୱର ହୋତା, ଡଃ ଇ. ଭେଙ୍କଟ ରାଓ, ଡଃ ସଙ୍ଘମିତ୍ରା ପତି, ଡଃ ଏମ୍‌.ଆର୍‌. ପଟ୍ଟନାୟକ, ଡଃ ଅଜୟ ପରିଡ଼ା ଓ ଡଃ ସି.ବି.କେ. ମହାନ୍ତି ସଦସ୍ୟ ଅଛନ୍ତି । ଏହି କମିଟି ଟିକାକରଣ ସମେତ ସମ୍ଭାବ୍ୟ ତୄତୀୟ ଲହର ଉପରେ ସରକାରଙ୍କୁ ପରାମର୍ଶ ଦେବ ।

ଏହା ବି ପଢ଼ନ୍ତୁ | ମମତା ବାନାର୍ଜୀ କହିଲେ ତାଙ୍କୁ SPG ପ୍ରଧାନ ମନ୍ତ୍ରୀଙ୍କ ମିଟିଂକୁ ଛାଡ଼ି ଥିଲା; ‘‘ମୋତେ ବଦନାମ କରିବାକୁ ଚେଷ୍ଟା ହେଉଛି’’

ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣ ସାରା ବିଶ୍ୱରେ ଏକା ସମୟରେ ସଙ୍କଟଜନକ ସ୍ଥିତି ସୄଷ୍ଟି କରିଛି ଓ ଭାରତରେ ଦ୍ବିତୀୟ ଲହରର ବ୍ୟାପକ ପ୍ରଭାବ ଦେଖାଦେଇଛି । ଆଗକୁ ଅଧିକ ଲହର ଓ ବିଭିନ୍ନ ପ୍ରକାର କରୋନା ଭୂତାଣୁ ଆସିବାର ଭୟ ରହିଛି । ଲକଡାଉନ୍‌ ସଂକ୍ରମଣକୁ ରୋକିପାରିଥିଲେ ବି ଅର୍ଥନୀତିକୁ ବ୍ୟାପକ ପ୍ରଭାବିତ କରୁଛି । ଏଭଳି ସ୍ଥିତିରେ ବିଶେଷଜ୍ଞମାନେ ଟିକାକରଣ ବୄଦ୍ଧି କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା ଭାଇରସ୍କୁ ଚୀନ୍ ୱୁହାନ୍ ଲ୍ୟାବରେ ବନେଇଥିଲା! ବ୍ରିଟେନ୍ ନରୱେର ବୈଜ୍ଞାନିକମାନେ ଜାଣିଲେ

ଆଗାମୀ ଲହର ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିପାରେ ବୋଲି କୁହାଯାଉଥିବା ବେଳେ ଏହା ଖୁବ୍‌ ଚିନ୍ତାଜନକ ବୋଲି କହି ମୁଖ୍ୟ ମନ୍ତ୍ରୀ ଏଥି ପାଇଁ କିଭଳି ପ୍ରସ୍ତୁତି ଜରୁରୀ ବୋଲି ବିଶେଷଜ୍ଞମାନଙ୍କୁ ପଚାରିଛନ୍ତି । ରାଜ୍ୟରେ ମେ ୨୮ ତାରିଖ ସୁଦ୍ଧା ୭୫ ଲକ୍ଷ ଲୋକ କରୋନା ଟିକା ନେଇସାରିଛନ୍ତି । ଏହା ରାଜ୍ୟର ଜନସଂଖ୍ୟାର ୨୫ ପ୍ରତିଶତ ବି ନୁହେଁ । ରାଜ୍ୟକୁ ପର୍ଯ୍ୟାପ୍ତ ସଂଖ୍ୟାରେ ଟିକା ଆଣିବା ପାଇଁ ହେଉଥିବା ଗ୍ଲୋବାଲ୍‌ ଟେଣ୍ଡର ପ୍ରକ୍ରିୟା ସାତ ଦିନ ଘୁଞ୍ଚିଛି ।

ଏହା ବି ପଢ଼ନ୍ତୁ | ରିଲାଏନ୍ସ ଆରମ୍ଭ କଲା ଘରୋଇ କ୍ଷେତ୍ରର ସୁବଠୁ ବଡ଼ ମାଗଣା ଟିକାକରଣ ଅଭିଯାନ; ୮୮୦ ସହରରେ ହେବ

‘‘ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ନିଜ ପିକ୍‌ ପାର୍‌ କରି ସାରିଲାଣି । ସଂକ୍ରମଣ ଏବେ ନିମ୍ନଗାମୀ ହେଉଛି । ଟି.ପି.ଆର୍‌. କମିଛି । ଆଜି (ଶନିବାର ଦିନ) ଏହା ୧୪ ପ୍ରତିଶତ ଅଛି, ଯାହା ପିକ୍‌ ବେଳେ ୨୬ ପ୍ରତିଶତ ଥିଲା । ଏହା ଇଙ୍ଗିତ କରୁଛି ଯେ ସଂକ୍ରମଣ ଧୀରେ ଧୀରେ କମିବ । ଯେତିକି କଟକଣା ଅଛି ତାକୁ ଆହୁରି କଡ଼ାକଡ଼ି କରିବାକୁ ପଡ଼ିବ । ଡବ୍ଲ୍ୟୁ.ଏଚ୍‌.ଓ. ଅନୁଯାୟୀ ପଜିଟିଭ୍‌ ହାର ପାଞ୍ଚ ପ୍ରତିଶତକୁ ନ କମିବା ପର୍ଯ୍ୟନ୍ତ କଟକଣା କୋହଳ କରିବା ଅନୁଚିତ,’’ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।

ଏହା ବି ପଢ଼ନ୍ତୁ | ମେନିଞ୍ଜାଇଟିସ୍ ଏକ ଗୁରୁତର ରୋଗ; ଜାଣନ୍ତୁ ଏଥିରେ ହୁଏ କେମିତି ନିଜକୁ ସୁରକ୍ଷିତ ରଖିବେ

ରାଜ୍ୟରେ ଲକଡାଉନ ଠିକ୍‌ ସମୟରେ ହୋଇଥିବାରୁ କରୋନା ସଂକ୍ରମଣ ପ୍ଲାଟୁ ଷ୍ଟେଜରେ ରହିଲା ବୋଲି ସେ କହିଛନ୍ତି । ତିନି ଚାରି ମାସରେ ଯଦି ବୃହତ ଭାବରେ ଟିକାକରଣ କରାଯାଏ ତେବେ ତୃତୀୟ ଲହରୀ ଆସିବ ନାହିଁ ଓ ଯଦି ଆସେ ତା’ର ପ୍ରଭାବ ପଡ଼ିବନି ବୋଲି କହିଛନ୍ତି ଡଃ ମିଶ୍ର । ଏକ୍ସପର୍ଟ କମିଟିର ଉପଦେଶ ମାନି ଟିକାକରଣ ଉପରେ ଗୁରୁତ୍ୱ ଦେଲେ ଓ କଟକଣା ଜାରି ରଖିଲେ ରାଜ୍ୟରେ ତୃତୀୟ ଲହରୀର ପ୍ରଭାବ ପଡି଼ ନ ପାରେ ବୋଲି ସେ କହିଛନ୍ତି ।



‘‘ଆଉ ଦୁଇ ସପ୍ତାହ ଅନ୍ତତଃ ଲକଡାଉନ୍‌ କରାଯାଉ । ତା’ ପରେ କିଛି ପରିମାଣରେ ଦେଖିକି କଟକଣା ହଟେଇବାକୁ ପଡି଼ବ । ପଜିଟିଭ୍‌ ରେଟ ପାଞ୍ଚ ପ୍ରତିଶତକୁ ଏକ ବେଞ୍ଚମାର୍କ ଭାବେ ଦେଖିବାକୁ ପଡି଼ବ । ଯଦି ଟି.ପି.ଆର୍‌.‌ ଦୁଇ ସପ୍ତାହ ମଧ୍ୟରେ କମ୍‌ ହୋଇ ପାଞ୍ଚ ପ୍ରତିଶତ ତଳକୁ ଆସିଯାଏ ତେବେ ଆଉ କଟକଣା ବୃଦ୍ଧି କରିବାର ଆବଶ୍ୟକତା ନାହିଁ,’’ କହିଛନ୍ତି ଡଃ ମିଶ୍ର ।
Published by: Anand ST Das
First published: May 29, 2021, 11:44 PM IST