ରାଜ୍ୟର ସହରାଞ୍ଚଳ ଶ୍ରମିକଙ୍କ ପାଇଁ ନବୀନ ଆଣିଲେ ୧୦୦ କୋଟି ଟଙ୍କାର ପ୍ୟାକେଜ୍

ଚଳିତ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ଯାଏ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ୧୧୪ଟି ପୌରାଞ୍ଚଳର ସାଢ଼େ ୪ ଲକ୍ଷ ଗରିବ ଶ୍ରମିକ ପରିବାର ଉପକୃତ ହେବେ ।

ରାଜ୍ୟର ସହରାଞ୍ଚଳ ଶ୍ରମିକଙ୍କ ପାଇଁ ନବୀନ ଆଣିଲେ ୧୦୦ କୋଟି ଟଙ୍କାର ପ୍ୟାକେଜ୍
ଏହି ଯୋଜନା ମାଧ୍ୟମରେ ଶ୍ରମଭିତ୍ତିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ।
  • News18 Odia
  • Last Updated: April 18, 2020, 10:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସହରାଞ୍ଚଳ ଶ୍ରମିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳରେ ଶ୍ରମଭିତ୍ତିକ କାର୍ଯ୍ୟକ୍ରମ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ସେ । ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ ନାଁ ରେ ସହରୀ ଶ୍ରମିକଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସମସ୍ତ ୧୧୪ଟି ପୌରାଞ୍ଚଳର ପ୍ରାୟ ସାଢ଼େ ୪ ଲକ୍ଷ ଗରିବ ଶ୍ରମିକ ପରିବାର ଉପକୃତ ହେବେ। ଶ୍ରମିକ ଓ ଗରିବ ଶ୍ରେଣୀର ଲୋକ ଏହି ବ୍ୟବସ୍ଥାରେ ଉପକୃତ ହେବେ ବୋଲି କୁହାଯାଇଛି । ଚଳିତ ମାସରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ଯାଏ ଚାଲିବ । ସପ୍ତାହରେ ପ୍ରତି ଶ୍ରମିକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବା । ମିଶନ ଶକ୍ତି ସହଭାଗିତା ଓ ସହାୟତାରେ ଏହି କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ  ସହରାଞ୍ଚଳରେ, ଗରିବ,ଶ୍ରମିକ ଓ ଫାଇନ ମଜୁରିଆଙ୍କ ପାଇଁ ଜୀବିକା ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟ ମନ୍ତ୍ରୀଙ୍କ  କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏହି ଯୋଜନା ମାଧ୍ୟମରେ ଶ୍ରମଭିତ୍ତିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ଡ୍ରେନରୁ ମାଟି କାଢିବା, ବନୀକରଣ, ସୌନ୍ଦର୍ଯ୍ୟକରଣ, ଜଳାଶୟ ଖନନ ଓ ନବୀକରଣ, ବର୍ଜ୍ୟ ବସ୍ତୁ ସଫେଇ, ପାର୍କ, ଖେଳପଡ଼ିଆ ଓ ଅନ୍ୟ ସ୍ଥାନ ଗୁଡିକରେ ଉନ୍ନତିକରଣ, ସ୍ଵୟ ସହାୟିକା ଗୋଷ୍ଠୀଙ୍କ ସାମୟିକ କାର୍ଯ୍ୟକ୍ଷେତ୍ର ନିର୍ମାଣ, ଶୌଚାଳୟ  ଆଦି ନିର୍ମାଣ କରାଯିବା ସହ ସହରର ସୌନ୍ଦର୍ଯ୍ୟକରଣ କରାଯିବ।ଏହା ସହ ଶିଳ୍ପୀ ଓ କାରିଗରଙ୍କୁ ରୋଜଗାର ଦେବା ପାଇଁ କାନ୍ଥରେ ପେଣ୍ଟିଙ୍ଗ କାର୍ଯ୍ୟ କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମ ସମୟରେ ସାମାଜିକ ଦୁରତା ଓ ସରକାରଙ୍କ ସମସ୍ତ ନୀତି ନିୟମ ମାନିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

କାର୍ଯ୍ୟକ୍ରମର ଗାଇଡ଼ଲାଇନକୁ ନେଇ ସମସ୍ତ ଜିଲ୍ଳାପାଳ ଓ ଅର୍ବନ ଲୋକାଲ ବଡି କମିଶନରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ଗୃହ ଓ ନଗର ଉନ୍ନୟନ ସଚିବ । ଭୁବେନେଶ୍ୱର ମହାନଗର ନିଗମ ଅଧୀନରେ ୧୦ କୋଟି ଓ ଅନ୍ୟ ଚାରିଟି ମହାନଗର ନିଗମ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ପାଇଁ ୫ କୋଟି ଲେଖାଏଁ ମୋଟ ୨୦ କୋଟି । ପୁରୀ, ବାଲେଶ୍ୱର, ବାରିପଦା, ଭଦ୍ରକ ମୁନିସିପାଲିଟି ପାଇଁ ୧ କୋଟି ୬୭ ଲକ୍ଷ ହିସାବରେ ମୋଟ ୬ କୋଟି ୬୮ ଲକ୍ଷ । ଅନ୍ୟ ସମସ୍ତ ମୁନିସିପାଲିଟିକୁ ୯୪ ଲକ୍ଷ ହିସାବରେ ୪୧ କୋଟି ୩୬ ଲକ୍ଷ । ସମସ୍ତ ୬୧ ଏନଏସିକୁ ୩୬ ଲକ୍ଷ ହିସାବରେ ୨୧ କୋଟି ୯୬ ଲକ୍ଷ ଖର୍ଚ୍ଚ କରାଯିବ । ଏହି ଭଳି ମୋଟ ୧୧୪ଟି ଅର୍ବନ ଲୋକାଲ ବଡି ପାଇଁ ୧୦୦ କୋଟି ବ୍ୟୟ ବରାଦ କରାଯାଇଛି।

ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି: ‘‘ସମସ୍ତ ପ୍ରକାର ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଏଥିରେ ସାମିଲ କରାଯିବ । ସିଧାସଳଖ ଶ୍ରମିକଙ୍କ ଆକାଉଣ୍ଟ କୁ ତାଙ୍କର ପ୍ରାପ୍ୟ ପ୍ରଦାନ କରାଯିବ।ସ୍ଵୟ ସହାୟକ ଗୋଷ୍ଠୀ ସହଯୋଗରେ ସମସ୍ତ କାର୍ଯ୍ୟ କରାଯିବ ।’’
First published: April 18, 2020, 10:35 PM IST
corona virus btn
corona virus btn
Loading