ମୋଦିଙ୍କ ସହ ଫୋନରେ କଥା ହେଲେ ନବୀନ; କରୋନା ମୁକାବିଲା, ରଥ ଯାତ୍ରା ବିଷୟରେ ଆଲୋଚନା

ଓଡ଼ିଶାରେ କରୋନା ଭାଇରସ୍ ମୁକାବିଲାର ତାଜା ସ୍ଥିତି ଓ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ଆୟୋଜନ ସାମନାରେ ଏହି ମହାମାରୀ ଆଣିଥିବା ବାଧା ବିଷୟରେ କଥାବାର୍ତ୍ତା ହୋଇଛନ୍ତି ଦୁଇ ନେତା ।

ମୋଦିଙ୍କ ସହ ଫୋନରେ କଥା ହେଲେ ନବୀନ; କରୋନା ମୁକାବିଲା, ରଥ ଯାତ୍ରା ବିଷୟରେ ଆଲୋଚନା
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ (ଡାହାଣ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି
  • News18 Odia
  • Last Updated: April 24, 2020, 2:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ଫୋନରେ କଥା ହୋଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ଭାଇରସ୍‌ ମୁକାବିଲାର ସ୍ଥିତି ଓ ରଥ ଯାତ୍ରା ସମ୍ପର୍କରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।

ଆଜି ହେଉଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ସମ୍ପର୍କରେ ମଧ୍ୟ ପ୍ରଧାନ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ମୁଖ୍ୟ ମନ୍ତ୍ରୀ । ଚଳିତ ବର୍ଷ କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା କିଭଳି ଆୟୋଜନ ହେବ ତାକୁ ନେଇ ଲାଗି ରହିଛି ଆଶଙ୍କା । ଏହି ସମୟରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହେଉଥିବାରୁ ସଂକ୍ରମଣ ନିୟନ୍ତ୍ରଣ କରିବା କଷ୍ଟକର ହେବ । ତେଣୁ ଅନୁମାନ କରାଯାଉଛି ଏ ନେଇ ସରକାର ବଡ଼ ନିଷ୍ପତ୍ତି ନେଇପାରନ୍ତି ।

ପୂର୍ବରୁ ରଥ ଯାତ୍ରାର ଆୟୋଜନ ସମ୍ପର୍କରେ ନିଜେ ଗଜପତି ମହାରାଜ ଦିବ୍ୟସିଂହ ଦେବ ମୁଖ୍ୟ ମନ୍ତ୍ରୀଙ୍କ ସମେତ ଅନ୍ୟମାନଙ୍କୁ ଚିଠି ଲେଖିଥିଲେ । ସରକାର ମଧ୍ୟ ବିଭିନ୍ନ ପକ୍ଷଙ୍କ ସହ ଲଗାତର ଆଲୋଚନା କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପ୍ରଥମେ ସେବାୟତଙ୍କ ସହ ଆଲୋଚନା କରିଥିଲା । ତା’ପରେ ଏ ପ୍ରସଙ୍ଗରେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ କଥା ହୋଇଥିଲେ । ପୁଣି ଗତ ରାତିରେ ଗଜପତି ଦିବ୍ୟସିଂହ ଦେବଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରେ ଭେଟିଥିଲେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଏବେ ମୁଖ୍ୟ ମନ୍ତ୍ରୀ ପ୍ରଧାନ ମନ୍ତ୍ରୀଙ୍କ ସହ କଥା ହେବା ପରେ ସମସ୍ତଙ୍କ ନଜର ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଉପରେ ରହିଛି । ହୁଏତ ବୈଠକ ପରେ ରଥ ଯାତ୍ରା ସଂପର୍କରେ କୌଣସି ଘୋଷଣା କରିପାରନ୍ତି ରାଜ୍ୟ ସରକାର ବା ଶ୍ରୀମନ୍ଦିର ପ୍ରଶାସନ ।

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଭିଡିଓ କନଫରେନ୍ସିଂରେ ଗଜପତି ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ରହିଥିବା ବେଳେ ଜିଲ୍ଲା ଭିସି ହଲ୍‌ରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ ପରିଚାଳନା କମିଟିର ଛଅ ଜଣ ସଦସ୍ୟ ରହିଛନ୍ତି । ବୈଠକରେ ରଥ ନିର୍ମାଣ ଓ ରଥଯାତ୍ରା ଆୟୋଜନ ନେଇ ଆଲୋଚନା ହେଉଛି । ଏଥି ସହିତ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟାକୁ ନେଇ ମଧ୍ୟ ଆଲୋଚନା ହେଉଛି । ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ନେଇ ମଧ୍ୟ ଆଲୋଚନା ହେବାର ପ୍ରସ୍ତାବ ରହିଛି । ବୈଠକରେ କଣ ନିଷ୍ପତ୍ତି ହେଉଛି, ଏବେ ତା ଉପରେ ରହିଛି ସମସ୍ତଙ୍କ ନଜର । ଲକଡାଉନ ସମୟରେ କିଭଳି ରଥ ନିର୍ମାଣ ହେବ ତାକୁ ନେଇ ବି ଦେଖାଦେଇଛି ଆଶଙ୍କା ।
First published: April 24, 2020, 2:30 PM IST
corona virus btn
corona virus btn
Loading