ଲକଡାଉନ୍: PM ମୋଦୀଙ୍କ ସହ ବୈଠକରେ CM ନବୀନ ପଟ୍ଟନାୟକ ତିନିଟି ଦାବି ରଖିଲେ

ବିଭିନ୍ନ ରାଜ୍ୟରେ ଥିବା ଶ୍ରମିକମାନଙ୍କ ସୁରକ୍ଷା ସଂପୃକ୍ତ ରାଜ୍ୟ ସରକାର ନିଅନ୍ତୁ ଓ ପ୍ରଧାନ ମନ୍ତ୍ରୀ ଏ ନେଇ ହସ୍ତକ୍ଷେପ କରି ପରାମର୍ଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ ।

ଲକଡାଉନ୍: PM ମୋଦୀଙ୍କ ସହ ବୈଠକରେ CM ନବୀନ ପଟ୍ଟନାୟକ ତିନିଟି ଦାବି ରଖିଲେ
ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ଭିସିରେ ଆଲୋଚନା କରୁଛନ୍ତି ପ୍ରଧାନ ମନ୍ତ୍ରୀ ।
  • News18 Odia
  • Last Updated: April 27, 2020, 3:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ବିଷୟରେ ଆଜି ସବୁ ମୁଖ୍ୟ ମନ୍ତ୍ରୀମାନଙ୍କ ସହ ଭିସିରେ ଆଲୋଚନା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧିକ ପ୍ରଭାବିତ ରାଜ୍ୟରେ ଲକଡାଉନ ଜାରି ରହିପାରେ ବୋଲି ଏଥିରୁ ସୂଚନା ମିଳିଛି ।

ପ୍ରଧାନ ମନ୍ତ୍ରୀଙ୍କ ସହ ବୈଠକରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଟି ଦାବି ରଖିଛନ୍ତି । ନିଜ ନିଜ ରାଜ୍ୟରେ ଥିବା ଶ୍ରମିକମାନଙ୍କ ସୁରକ୍ଷା ସଂପୃକ୍ତ ରାଜ୍ୟ ସରକାର ନିଅନ୍ତୁ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ହସ୍ତକ୍ଷେପ କରି ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି ପଟ୍ଟନାୟକ। ଜାତୀୟ SOPକୁ ପାଳନ କରିବାକୁ ଦାବି କରିଛନ୍ତି ମୁଖ୍ୟ ମନ୍ତ୍ରୀ । ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଫେରାଇ ଆଣିବା ଉପରେ ସ୍ବତନ୍ତ୍ର ଧ୍ୟାନ ଦେବା ସହ ରାଜ୍ୟରେ କରୋନା ଟେଷ୍ଟିଂ କ୍ଷମତା ବଢ଼ାଇବାକୁ  ଦାବି କରିଛନ୍ତି ପଟ୍ଟନାୟକ।

ଦେଶରେ ଲକଡାଉନ ହଟିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ପ୍ରଧାନ ମନ୍ତ୍ରୀ ମୋଦୀ । ମିଳିଥିବା ସୂଚନା ଅନୁସାରେ ଅଧିକ ପ୍ରଭାବିତ ରାଜ୍ୟରେ ଲକଡାଉନ ଜାରି ରହିବ । କମ୍ ପ୍ରଭାବିତ ରାଜ୍ୟରେ ଜିଲ୍ଲାମାନଙ୍କରେ କୋହଳ ହେବ ନିୟମ ।

ଆଜି କରୋନା ପାଇଁ ଦେଶବ୍ୟାପୀ ଲକଡାଉନ୍ ସ୍ଥିତିର ସମୀକ୍ଷା କରିବା ବେଳେ ଲକଡାଉନକୁ ପର୍ଯ୍ୟାୟ କ୍ରମେ ହଟାଇବା ନେଇ ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀଙ୍କ ସହ ପ୍ରଧାନ ମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଥିଲେ । କିଛି ରାଜ୍ୟ ଲକଡାଉନ ପର୍ଯ୍ୟାୟ କ୍ରମେ ହଟାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି । ତେବେ ମେଘାଳୟ ଓ ହିମାଚଳ ପ୍ରଦେଶ ଲକଡାଉନ ବୃଦ୍ଧି ସପକ୍ଷରେ ଜୋର ଦେଇଛନ୍ତି । ବୈଠକରେ ଗୃହ ମନ୍ତ୍ରାଳୟର ଗାଇଡଲାଇନ ଉପରେ ବି ବିସ୍ତୃତ ଆଲୋଚନା ହୋଇଛି ।

ରାଜ୍ୟମାନଙ୍କର ସାମୁହିକ ପ୍ରୟାସକୁ ପ୍ରଧାନ ମନ୍ତ୍ରୀ ପ୍ରଶଂସା କରିଛନ୍ତି ।


ଦେଶବ୍ୟାପୀ କିପରି ଆର୍ଥିକ କାର୍ଯ୍ୟକଳାପ ବଢିବ, ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକ ଫସି ରହିଥିବାରୁ ସେମାନଙ୍କୁ ନିଜ ନିଜ ରାଜ୍ୟକୁ କିପରି ପଠାଯିବ ତା’ ଉପରେ ବି ଏହି ବୈଠକରେ ଆଲୋଚନା ହୋଇଛି । ଦେଶରେ ମାସାଧିକ କାଳ ଜାରିଥିବା ଲକଡାଉନର ଲାଭ ମିଳିଛି ଓ ହଜାର ହଜାର ଲୋକ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି ବୋଲି ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ବୈଠକ ପରେ କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ରାଜ୍ୟମାନଙ୍କର ସାମୁହିକ ପ୍ରୟାସକୁ ବି ପ୍ରଧାନ ମନ୍ତ୍ରୀ ପ୍ରଶଂସା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ କରୋନା ବିରୋଧୀ ଲଢେଇ ଏକ ଲମ୍ବା ଲଢେଇ । ଏଥି ପାଇଁ ଧୈର୍ଯ୍ୟ ଧରିବାକୁ ପଡ଼ିବ । ଆଉ ଧୈର୍ଯ୍ୟର ସହ ଏହାର ଲଢେଇ କରିବାକୁ ପଡ଼ିବ । ଲକଡାଉନ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଶାହ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନ ନିୟମ ଉଲ୍ଲଙ୍ଘନକୁ ତତ୍କାଳ ରୋକିବା ଉପରେ ଶାହ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସ୍ଥିତି ଭଲ ରହିଛି ବୋଲି ସେ କହିଛନ୍ତି।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମେ ସମସ୍ତେ ଏକତ୍ର କାମ ଚାଲୁ ରଖିବା ଉଚିତ । ବିଶ୍ବର ଏଭଳି ସ୍ଥିତିରେ ଭାରତ ତା'ର ଉପସ୍ଥିତି ଜାହିର କରିବ । ନୀତି ଆୟୋଗ ସଂସ୍କାରମୂଳକ ଉପାୟ କରିବ। ଜାତୀୟ ଲକଡାଉନ୍ ଜାରି ରହିବା ଉଚିତ । ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକଳାପକୁ ଅନୁମତି ମିଳିବା ଉଚିତ । ସାଧାରଣ ସମାବେଶ, ଧାର୍ମିକ ସମାବେଶ ଓ ଶିକ୍ଷାନୁଷ୍ଠାନ ସବୁ ପୂର୍ଣ୍ଣ ରୂପେ ବନ୍ଦ ରହିବା ଉଚିତ । କେବଳ ରାଜ୍ୟ ମଧ୍ୟରେ ଆର୍ଥିକ କାର୍ଯ୍ୟକଳାପ ଚାଲୁ ରହିବା ଉଚିତ ବୋଲି ସେ କହିଛନ୍ତି ।

ରାଜ୍ୟ ବାହାରେ ଥିବା ଓଡ଼ିଆମାନଙ୍କୁ ବସ୍‌ ଯୋଗେ ଓଡ଼ିଶା ଫେରାଇ ଆଣିବା ପାଇଁ ପ୍ରୟାସ ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାଜ୍ୟରେ ୧୫ ହଜାର ବସ୍‌ ପ୍ରସ୍ତୁତ ଥିବା ବେଳେ ପଡ଼ୋଶୀ ରାଜ୍ୟ ମଧ୍ୟ ନିଜ ବସରେ ଓଡ଼ିଆଙ୍କୁ ପଠାଇବା ନେଇ ଆଲୋଚନା ହେବ ବୋଲି ସେ କହିଛନ୍ତି ।
First published: April 27, 2020, 3:30 PM IST
corona virus btn
corona virus btn
Loading