ଭୁବନେଶ୍ୱର ଓ କଟକରେ ଦୁଇଟି କରୋନା ହସପିଟାଲ୍ କାର୍ଯ୍ୟକ୍ଷମ ହେଲା; ନବୀନ ଉଦଘାଟନ କଲେ

କରୋନା ପାଇଁ ଭୁବନେଶ୍ବରରେ ସ୍ଥାପିତ ହୋଇଛି ଏକ ୫୦୦ ବେଡ୍ ହସ୍ପିଟାଲ୍ ଓ କଟକରେ ୧୫୦ଟି ବେଡ୍ ଥିବା ଏକ ହସ୍ପିଟାଲ୍ । ଆଗମୀ ତିନି ଦିନ ମଧ୍ୟରେ ଭୁବନେଶ୍ୱରରେ ୪୫୦ ବେଡ୍ ଥିବା ଏକ କରୋନା ହସ୍ପିଟାଲ ପ୍ରସ୍ତୁତ ହୋଇଯିବ ।

ଭୁବନେଶ୍ୱର ଓ କଟକରେ ଦୁଇଟି କରୋନା ହସପିଟାଲ୍ କାର୍ଯ୍ୟକ୍ଷମ ହେଲା; ନବୀନ ଉଦଘାଟନ କଲେ
ଭିଡିଓ କନଫରେନ୍ସିଂରେ ଦୁଇଟି ସ୍ବତନ୍ତ୍ର ହସ୍ପିଟାଲର ଉଦଘାଟନ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀ ସହ ଲଢେଇ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସ୍ୱରୂପ ରୋଗୀଙ୍କ ଚିକିତ୍ସା ପାଇଁ ଟ୍ବିନ ସିଟିରେ ଆଜି ଠାରୁ କାର୍ଯ୍ୟକ୍ଷମ ହୋଇଛି ଦୁଇଟି ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ । ଭିଡିଓ କନଫରେନ୍ସିଂରେ ଭୁବନେଶ୍ୱର ଓ କଟକରେ ଥିବା ଏହି ଦୁଇଟି ସ୍ବତନ୍ତ୍ର ହସ୍ପିଟାଲର ଉଦଘାଟନ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ବରର କିମ୍‌ସରେ ସ୍ଥାପିତ ହୋଇଛି ଏକ ୫୦୦ ବେଡ୍ ହସ୍ପିଟାଲ୍‌ ଓ କଟକର ଅଶ୍ବିନୀ ହସ୍ପିଟାଲରେ ସ୍ଥାପିତ ହୋଇଛି ଏକ ୧୫୦ଟି ବେଡ୍‌‌ ଥିବା କରୋନା ହସ୍ପିଟାଲ୍‌ । କରୋନା ଭାଇରସର ମୁକାବିଲା ପାଇଁ ସପ୍ତାହକ ମଧ୍ୟରେ ୬୫୦ଟି ସ୍ବତନ୍ତ୍ର ବେଡ୍‌ ଥିବା ଦୁଇଟି ହସପିଟାଲ୍‌ ପ୍ରସ୍ତୁତ ହେବା ଦେଶରେ ଏକ ରେକର୍ଡ ।

ଏହି ଦୁଇଟି ହସ୍ପିଟାଲର ସମସ୍ତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ସହ ମଧ୍ୟ କଥା ହୋଇଛନ୍ତି ମୁଖ୍ୟ ମନ୍ତ୍ରୀ । ମାତ୍ର ସପ୍ତାହକ ମଧ୍ୟରେ ହସ୍ପିଟାଲ ଦୁଇଟି କାର୍ଯ୍ୟକ୍ଷମ ହୋଇଥିବାରୁ ସେମାନଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ ପଟ୍ଟନାୟକ ।

ଭୁବନେଶ୍ୱରରେ ସ୍ଥାପିତ ହସପିଟାଲର ଆଇ.ସି.ୟୁ.ର ଦୃଶ୍ୟ ।


ଏହି ହସ୍ପିଟାଲ ଦୁଇଟି ଓଡିଶା ଖଣି ନିଗମ ସହାୟତାରେ କାମ କରିବ । କରୋନା ସଂକ୍ରମିତଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ । ଏହି ଦୁଇଟି ହସ୍ପିଟାଲ ବ୍ୟତୀତ ଭୁବନେଶ୍ୱରରେ ଥିବା ସମ୍ ହସ୍ପିଟାଲ ସହିତ କରୋନା ବେଡ୍ ପାଇଁ ମଧ୍ୟ ବୁଝାମଣା କରିଛନ୍ତି ରାଜ୍ୟ ସରକାର । କରୋନା ମୁକାବିଲା ପାଇଁ ସେଠାରେ ୪୫୦ଟି ବେଡ୍ ଓ ୨୦ଟି ଆଇସିୟୁ ରହିବ ।

ଆଗମୀ ତିନି ଦିନ ମଧ୍ୟରେ ସମ୍‌ ହସପିଟାଲ୍‌ ଭିତରେ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଯିବ ବୋଲି ଜଣାଯାଇଛି । ଏମ୍‌.ସି.ଏଲ୍‌. ସହାୟତାରେ ଏହି ହସ୍ପିଟାଲଟି କାର୍ଯ୍ୟ କରିବ ।
First published: April 2, 2020, 4:08 PM IST
corona virus btn
corona virus btn
Loading