କରୋନା ସୁରକ୍ଷା: ଆଜି ସକାଳ ଠୁ ୮ ଦିନ ପାଇଁ ୫ଟି ଜିଲ୍ଲା ଓ ୮ଟି ସହରରେ ଲକ୍‌ଡାଉନ୍‌ ଲାଗୁ ହେଲା

ଲକ୍‌ଡାଉନ୍ ଘୋଷଣା ଯୋଗୁଁ ନିହାତି ଦରକାର ନ ଥିଲେ ବାହାରକୁ ନ ବାହାରିବାକୁ ମୁଖ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନିୟମ ଉଲ୍ଲଙ୍ଘନକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ରାଜ୍ୟ ପୋଲିସକୁ ଆଦେଶ ଦେଇଛନ୍ତି ବୋଲି କହିଛନ୍ତି ।

କରୋନା ସୁରକ୍ଷା: ଆଜି ସକାଳ ଠୁ ୮ ଦିନ ପାଇଁ ୫ଟି ଜିଲ୍ଲା ଓ ୮ଟି ସହରରେ ଲକ୍‌ଡାଉନ୍‌ ଲାଗୁ ହେଲା
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
  • News18 Odia
  • Last Updated: March 22, 2020, 1:09 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇ ପାଞ୍ଚଟି ଜିଲ୍ଲା ଓ ଆଠଟି ସହରକୁ ଆଜି ସକାଳ ଠାରୁ ଲକଡାଉନ୍‌ (ସମ୍ପୂର୍ଣ୍ଣ ବନ୍ଦ୍‌) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଲକଡାଉନ୍‌ ଆଜି (ମାର୍ଚ୍ଚ ୨୨) ସକାଳ ୭ଟାରୁ ମାର୍ଚ୍ଚ ୨୯ ରବିବାର ରାତି ୯ଟା ଯାଏ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ପାଞ୍ଚଟି ଜିଲ୍ଲା ହେଉଛି ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୁଳ । ଆଠଟି ସହର ହେଉଛି ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ବର, ଯାଜପୁର ରୋଡ୍‌, ଯାଜପୁର ଟାଉନ ଓ ଭଦ୍ରକ । ପୂର୍ବରୁ ଲାଗୁ ହୋଇଥିବା ଅନ୍ୟାନ୍ୟ କଟକଣା ସହିତ ଏହି ଲକଡାଉନ୍‌ ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଏହି ନୂଆ ଘୋଷଣା ପରେ ରାଜଧାନୀ ଭୁବନେଶ୍ୱର ବାଦ୍‌ ରାଜ୍ୟର ୪୦ ପ୍ରତିଶତ ଅଞ୍ଚଳ ଲକ୍‌ଡାଉନ ହେଉଛି । ଘରୋଇ କମ୍ପାନିର କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଥି ବେଳେ ନିହାତି ଦରକାର ହେଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ ବୋଲି କୁହାଯାଇଛି । ଅସ୍ଥାୟୀ ଭାବେ ସେବା ନ ଯୋଗାଇଲେ ବି ଘରୋଇ କମ୍ପାନିର କର୍ମଚାରୀମାନଙ୍କ ଦରମା ବନ୍ଦ ହେବ ନାହିଁ ବୋଲି କୁହାଯାଇଛି ।

ମୁଖ୍ୟ ମନ୍ତ୍ରୀ ରାଜ୍ୟବାସୀଙ୍କୁ ଲକ୍‌ଡାଉନ୍‌ ବିଷୟରେ କହୁଛନ୍ତି ।


ନିହାତି ଦରକାର ନ ଥିଲେ ବାହାରକୁ ନ ବାହାରିବାକୁ ମୁଖ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି  । ତା’ ସହିତ ଏହି ନିୟମ ଉଲ୍ଲଙ୍ଘନକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଟେଲିଭିଜନରେ ନିଜେ ଆସି କହିଛନ୍ତି ।

ଓଡ଼ିଶାରେ ଏ ପର୍ଯ୍ୟନ୍ତ ସେହି ଦୁଇଟି କରୋନା ଭାଇରସ୍‌ ପଜିଟିଭ୍‌ ମାମଲାକୁ ଛାଡ଼ି ଆଉ ନୂଆ ମାମଲା ସାମନାକୁ ଆସି ନାହିଁ । ସରକାରଙ୍କ ଦ୍ୱାରା ଜାରୀ ହୋଇଥିବା ସବୁ କଟକଣାକୁ ମାନିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟରେ କରୋନା ଭାଇରସ୍‌ ରୋକିବା ପାଇଁ ଗଠିତ ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ।
First published: March 21, 2020, 6:27 PM IST
corona virus btn
corona virus btn
Loading