ସୋସିଆଲ ମିଡିଆରେ ନବୀନ ବଦଳାଇଲେ ନିଜ ପ୍ରୋଫାଇଲ ଫଟୋ, କରୋନା ସଚେତନତାର ବାର୍ତ୍ତା ଦେଲେ

ଫେସବୁକ ଓ ଟ୍ୱିଟର ପେଜରେ ଦୀର୍ଘ ଦିନ ଧରି ରହିଥିବା ନିଜ ଫଟୋକୁ ପରିବର୍ତ୍ତନ କରି ନୂଆ ଫଟୋ ଅପଲୋଡ କରିଛନ୍ତି ନବୀନ । ତାହା ପୁଣି ମାସ୍କ ପିନ୍ଧିଥିବା ଫଟୋ । ଏହାକୁ ନେଇ ଲୋକେ ଅନେକ ସକାରାତ୍ମକ କମେଣ୍ଟ ଦେଉଛନ୍ତି ।

ସୋସିଆଲ ମିଡିଆରେ ନବୀନ ବଦଳାଇଲେ ନିଜ ପ୍ରୋଫାଇଲ ଫଟୋ, କରୋନା ସଚେତନତାର ବାର୍ତ୍ତା ଦେଲେ
ଟ୍ୱିଟରରେ ମୁଖ୍ୟ ମନ୍ତ୍ରୀ ଲଗେଇଥିବା ଫଟୋରେ ସେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସୋସିଆଲ ମିଡିଆରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଛନ୍ତି । ଉଭୟ ଫେସବୁକ ଓ ଟ୍ୱିଟର ପେଜରେ ଦୀର୍ଘ ଦିନ ଧରି ରହିଥିବା ଫଟୋକୁ ପରିବର୍ତ୍ତନ କରି ନୂଆ ଫଟୋ ଅପଲୋଡ କରିଛନ୍ତି । ତାହା ପୁଣି ମାସ୍କ ପିନ୍ଧିଥିବା ଫଟୋ । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଲୋକେ ଅନେକ ସକାରାତ୍ମକ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।

ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ପର ଠୁ ଗଣ ମାଧ୍ୟମରେ  ମୁଖ୍ୟ ମନ୍ତ୍ରୀଙ୍କୁ ସବୁ ବେଳେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥାଏ । ବାତ୍ୟା ଅମ୍ଫାନ ପରେ ଏରିଏଲ ରିଭ୍ୟୁ ହେଉ କି ପ୍ରଧାନ ମନ୍ତ୍ରୀ ଙ୍କ ସହ ଭେଟ ହେଉ, ମୁଖ୍ୟ ମନ୍ତ୍ରୀ ମାସ୍କ ପିନ୍ଧି ବାହାରକୁ ଆସିଥିବା ଦେଖିବାକୁ ମିଳିଥିଲା । ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେଉଥିବା ବେଳେ ଅନେକ ସମସ୍ୟ ମଧ୍ୟରେ କୋଭିଡ ନିୟମ ମାନିବା ସହିତ ମାସ୍କ ପିନ୍ଧିବାକୁ ବାର୍ତ୍ତା ଦେଇଆସିଛନ୍ତି ନବୀନ । ପହିଲି ରଜରେ ସେ ନିଜର ସୋସିଆଲ ମିଡିଆ ପେଜରେ ମାସ୍କ ପିନ୍ଧା ଫଟୋ ଛାଡ଼ି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିବା କୁହାଯାଉଛି ।

ମୁଖ୍ୟ ମନ୍ତ୍ରୀ ଫେସବୁକରେ ଏହି ଫଟୋ ଅପଲୋଡ କରିବାର ୧୦ ଘଣ୍ଟା ଭିତରେ ଅହାକୁ ୫୫ ହଜାର କମେଣ୍ଟ ,୨,୬୦୦ ଲାଇକ ଓ ୪୨୬ ସେଆର ମିଳିଥିଲା ।

ଫଟୋଟିକୁ ଲୋକେ ଲାଇକ କରିବା ସହ ବେଶ ପ୍ରଶଂସା କରିଛନ୍ତି ଏବଂ ସକାରାତ୍ମକ କମେଣ୍ଟ ଲେଖିଥିବା ନଜରକୁ ଆସିଛି । ବିଭିନ୍ନ ବର୍ଗର ଲୋକେ ଏହି ନୂଆ ଫଟୋକୁ ପସନ୍ଦ କରିବା ସହିତ ଲାଇକ ଓ କମେଣ୍ଟ କରି ଲେଖିଛନ୍ତି । ବବିତା ବିଶ୍ୱାଳ ନାମକ ଜଣେ ଫଲୋଅର ଲେଖିଛନ୍ତି, ‘‘ଆପଣଙ୍କର ପ୍ରତିଟି ଆଗୁଆ ନିଷ୍ପତ୍ତି ଆମ ପାଇଁ ବହୁତ ମୂଲ୍ୟବାନ। ଏଥି ପାଇଁ ଆମେ ଏଭଳି ପରିସ୍ଥିତିରେ ସୁରକ୍ଷିତ ଅଛୁ।’’

ମୁଖ୍ୟ ମନ୍ତ୍ରୀ ନିଜ ଫେସବୁକ୍ ପେଜରେ ଲଗେଉଥିବା ଫଟୋରେ ବି ମାସ୍କ ପିନ୍ଧିଛନ୍ତି ।


ଆଉ ଜଣେ ଫଲୋଅର ଫରିଦ୍‌ ବେଗ୍‌ ଲେଖିଛନ୍ତି, ‘‘ଆପଣଙ୍କୁ ମୁଖ୍ୟ ମନ୍ତ୍ରୀ ଭାବେ ପାଇ ଆମେ ଭାଗ୍ୟବାନ। ସର୍ବଦା ପ୍ରାକୃତିକ ବିପର୍ଯ୍ୟରେ ରକ୍ଷା କରିବା ସହିତ ଏଭଳି ଭାଇରସ୍‌ କବଳରୁ ରକ୍ଷା କରିଛନ୍ତି ।’’ ଏହି ଭଳି ଅନେକ ପ୍ରେରଣାଦାୟୀ ମେସେଜ ଦେଇଛନ୍ତି ଜନସାଧାରଣ।

ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ପର ଠୁ ସର୍ବୋଚ୍ଚ କ୍ଷମତା କେନ୍ଦ୍ର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଠୁ ଆରମ୍ଭ କରି ବରିଷ୍ଠ ଅଧିକାରୀମାନେ ମାସ୍କ ପରିଧାନ କରୁଥିବା ଦେଖିବାକୁ ମିଳିଛି । ଏପରିକି କର୍ମଚାରୀମାନଙ୍କ ପାଇଁ କାର୍ଯ୍ୟ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ମାସ୍କ ବ୍ୟବହାର ନକଲେ ଫାଇନ ଓ ଦଣ୍ଡ ବିଧାନର ବ୍ୟବସ୍ଥା ଥିବା ବେଳେ ନିୟମ ଖିଲାପକାରୀଙ୍କ ଠାରୁ ୧ କୋଟି ୨୫ ଲକ୍ଷ ଟଙ୍କାର ଫାଇନ କଟାଯାଇଥିବା ଦୁଇ ଦିନ ତଳେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା ସମୟରେ ସାମ୍ନାକୁ ଆସିଥିଲା ।

ମାସ୍କ ପିନ୍ଧିବା ଦ୍ୱାରା ହଜାର ହଜାର ଲୋକଙ୍କୁ ସଂକ୍ରମଣରୁ ମୁକ୍ତ କରାଯାଇ ପାରିଥିବା ଅନୁଧ୍ୟାନରୁ ଜଣାପଡ଼ିଛି । ସାମାଜିକ ଦୂରତା ଓ ବିଭିନ୍ନ କଟକଣା ଅପେକ୍ଷା ମାସ୍କ ପରିଧାନ ସଂକ୍ରମଣକୁ ରୋକିବାରେ ଅଧିକ ସଫଳ ହୋଇଥିବା ଜଣାପଡିଛି ।

ଏହା ବି ପଢ଼ନ୍ତୁ: 

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 15, 2020, 7:16 PM IST
corona virus btn
corona virus btn
Loading