ଜୁନ୍ ଶେଷ ଯାଏଁ ଓଡ଼ିଶାକୁ ବିମାନ ଓ ଟ୍ରେନ କଟକଣା ଜାରି ରଖାଯାଉ: ମୋଦିଙ୍କୁ କହିଲେ ନବୀନ
ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ସରିବା ପରେ ହିଁ ଜାତୀୟ ସ୍ତରର ପରୀକ୍ଷା କରାଯିବାକୁ ଓ ଉପସାଗରୀୟ ଦେଶରେ ଫସି ରହିଥିବା ଓଡ଼ିଆମାନଙ୍କୁ ଫେରାଇ ଆଣିବାକୁ ବି ମୋଦିଙ୍କୁ ଅନୁରୋଧ କରିଛନ୍ତି ନବୀନ ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ (ଡାହାଣ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି
- News18 Odia
- Last Updated: June 17, 2020, 11:55 PM IST
ଭୁବନେଶ୍ୱର: କୋଭିଡ ସ୍ଥିତି ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା ବେଳେ ପଟ୍ଟନାୟକ ତାଙ୍କ ଆଗରେ ତିନିଟି ପ୍ରସ୍ତାବ ରଖିଛନ୍ତି । ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ସରିବା ପରେ ହିଁ ଜାତୀୟ ସ୍ତରର ପରୀକ୍ଷା କରାଯିବାକୁ ସେ ଦାବି ରଖିଛନ୍ତି । କୋଭିଡ ସ୍ଥିତି ଦୃଷ୍ଟିରୁ ବର୍ତ୍ତମାନ ଚାରିଟି ଷ୍ଟ୍ରିମର ୨୩ରୁ ଅଧିକ ପରୀକ୍ଷା ବାକି ଅଛି । ଜୁଲାଇ ୧ରୁ ୧୫ ଭିତରେ ଏହି ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଯୁକ୍ତ ୨ ପରୀକ୍ଷା ସରିବା ପରେ ହିଁ ଜାତୀୟ ସ୍ତରର ପରୀକ୍ଷା କରାଯିବାକୁ ଦାବି ରଖିଛନ୍ତି ସେ । ଏପରିକି NEET, JEE ମେନ୍ ଓ CLAT ଭଳି ପରୀକ୍ଷା ପରେ କରିବାକୁ ପ୍ରସ୍ତାବ ଦେଇଛନ୍ତି ନବୀନ ।
ଉପସାଗରୀୟ ଦେଶରେ ଫସିଥିବା ଓଡ଼ିଆଙ୍କୁ ଆଣିବାକୁ ମଧ୍ୟ ଅନୁରୋଧ କରିଛନ୍ତି ନବୀନ । କମ ଦରମା ପାଉଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ଆଲୋଚନା କାଳରେ ନବୀନ ମୋଦିଙ୍କୁ ଅନୁରୋଧ କରିଛନ୍ତି । ସେହି ପରି ତୃତୀୟ ପ୍ରସ୍ତାବଟି ଓଡ଼ିଶାକୁ ବିମାନ ଓ ଟ୍ରେନ୍ ସେବା କଟକଣା ଜାରି ରଖିବାକୁ କହିଛନ୍ତି । ମୌସୁମୀ ବର୍ଷା ଓ ଅଧିକ ସଂଖ୍ୟାରେ ପ୍ରବାସୀ ଆସିଥିବାରୁ ଜୁନ୍ ମାସ ଓଡ଼ିଶା ପାଇଁ ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି ନବୀନ।
ପ୍ରତି ଦିନ ବଭିନ୍ନ ରାଜ୍ୟରୁ ଓଡିଶାକୁ ପ୍ରବାସୀମାନେ ଫେରୁଛନ୍ତି । ଆଜି ୨,୪୯୮ ଜଣ ଓଡ଼ିଆ ଫେରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୫୬ ହଜାର ଓଡ଼ିଆ ଫେରିଛନ୍ତି । କେବଳ ଶ୍ରମିକ ଟ୍ରେନରେ ୩ ଲକ୍ଷରୁ ଅଧିକ ଫେରିଛନ୍ତି। ସମସ୍ତଙ୍କ ରହିବା ପାଇଁ ଅସ୍ଥାୟୀ ମେଡିକାଲ କେନ୍ଦ୍ର ର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟ ବଢ଼ୁଥିବା ବେଳେ ଆଗକୁ ମୌସୁମୀ ରହୁଛି । ତେଣୁ ଜୁନ ମାସ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଓଡ଼ିଶାକୁ ବିମାନ ଓ ଟ୍ରେନ କଟକଣା ଜାରି ରଖିବାକୁ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ।

ଦୁଇ-ଦିନିଆ ସଟଡାଉନରେ ରାସ୍ତା ସବୁ ଶୁନ୍ ଶାନ୍ ରହିଛି ।
ଓଡ଼ିଶା ସମେତ ମହାରାଷ୍ଟ୍ର, ଦିଲ୍ଲୀ, ବିହାର, ପଶ୍ଚିମ ବଙ୍ଗ, ତାମିଲ ନାଡୁ, ଗୁଜୁରାଟ, ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, କାର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ହରିୟାଣା, ତେଲେଙ୍ଗାନା ଓ ଜାମ୍ମୁ କାଶ୍ମୀର ଆଧି ୧୫ଟି ରାଜ୍ୟର ମୁଖ୍ୟ ମନ୍ତ୍ରୀଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରିଛନ୍ତି ମୋଦି । ଦୁଇ ଦିନ ଧରି ପ୍ରଧାନ ମନ୍ତ୍ରୀ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହିତ ଆଲୋଚନା କରୁଛନ୍ତି । ଗତ କାଲି ସେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ମନ୍ତ୍ରୀମାନଙ୍କ ସହ କଥା ହୋଇଥିଲେ ।
ବର୍ତ୍ତମାନ କଟକଣା କୋହଳ ହୋଇଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେବା ସହ ସମସ୍ତ ରାଜ୍ୟ ଏକାଠି ହୋଇ ଲଢ଼ିବାକୁ ପରାମର୍ଶ ଦେଇଛନ୍ତି ମୋଦି । ସବୁ ନିୟମ ମାନି ଚଳିଲେ କୋଭିଡ କ୍ଷତି କାମ ହୋଇପାରିବ ବୋଲି ସେ କହିଛନ୍ତି । କୋଭିଡ ସ୍ଥିତି ଭିତରେ ପ୍ରାୟ ୫ ଥର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କଲେଣି ପ୍ରଧାନ ମନ୍ତ୍ରୀ । ମୁଖ୍ୟ ମନ୍ତ୍ରୀମାନଙ୍କ ଅନେକ ପ୍ରସ୍ତାବ ମଧ୍ୟ କାର୍ଯ୍ୟକାରୀ ହୋଇଥିବା ଦେଖିବାକୁ ମିଳିଛି ।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଜୁନ ମାସକୁ ନିର୍ଣ୍ଣାୟକ କହିବା ସହିତ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି । ଏହି ୧୭ ଦିନରେ ରାଜ୍ୟରେ ୨,୩୯୦ ଜଣ ପଜିଟିଭ ଚିହ୍ନଟ ହେବା ଏହାର ସତ୍ୟତାକୁ ପ୍ରମାଣିତ କରୁଛି । ଏହି ମାସରେ ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ବି ଘଟିଲାଣି ।
ଏହା ବି ପଢ଼ନ୍ତୁ:
ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ
କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍
ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ
ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ
ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା