ଲକଡାଉନ ସମୟରେ ରାଜ୍ୟର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଟିଭି ମାଧ୍ୟମରେ ପାଠ ପଢ଼ାଯିବ

କ୍ଲାସ୍ ରୁମର ପାଠ ପଢ଼ା ଓରସାକ୍ ଜରିଆରେ ରେକର୍ଡ଼ିଂ ହୋଇ ଦିନକୁ ଦୁଇ ଥର ଦୂରଦର୍ଶନରେ ପ୍ରସାରିତ ହେବ । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଏହି କ୍ଲାସ ରୁମ୍ ପ୍ରସାରଣ । ମେ ୧୨ ପର୍ଯ୍ୟନ୍ତ ଚାଲିବ।

ଲକଡାଉନ ସମୟରେ ରାଜ୍ୟର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଟିଭି ମାଧ୍ୟମରେ ପାଠ ପଢ଼ାଯିବ
ଏକ ସରକାରୀ ସ୍କୁଲର ଶ୍ରେଣୀ ଗୃହର ଫାଇଲ୍ ଫଟୋ
  • News18 Odia
  • Last Updated: April 18, 2020, 5:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦଶମ ଶ୍ରେଣୀ ପାଠ ପଢ଼ାକୁ ନେଇ ରାଜ୍ୟ ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପୁର୍ବରୁ ଦୀକ୍ଷା ଆପ୍‌ ଜରିଆରେ ଅନଲାଇନରେ ପାଠ ପଢ଼ାଇବାକୁ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ଆସନ୍ତା ୨୦ଏପ୍ରିଲ ରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ଦୂରଦର୍ଶନ ଚାନେଲ ଜରିଆରେ ଶ୍ରେଣୀ ଗୃହର ରେକର୍ଡ଼ିଂ ଭିଡିଓ ପ୍ରସାରିତ ହେବ ।

ସୋମବାରରୁ ଶୁକ୍ରବାର ଦିନକୁ ଦୁଇ ଥର ପ୍ରସାରିତ ହେବ ଏହି କ୍ଲାସ୍‌ । ସକାଳ ୧୧ଟା ରୁ ୧୨ଟା ଓ ଅପରାହ୍ନ ୩ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ପ୍ରସାରିତ ହେବ । ଗଣିତ, ଇଂରାଜୀ, ଭୂଗୋଳ, ଭୌତିକ ଓ ଜୀବ ବିଜ୍ଞାନ ଭଳି ଛଅଟି ବିଷୟର ମୋଟ ୩୪ଟି  କ୍ଲାସ୍‌ ପ୍ରସାରଣ କରାଯିବ । ତେବେ ଛାତ୍ରଛାତ୍ରୀଙ୍କ ପାଖରେ ନୂଆ ବା ପରିବର୍ତ୍ତିତ ବହି ବର୍ତ୍ତମାନ ସୁଦ୍ଧା ପହଞ୍ଚି ନ ଥିବା ବେଳେ ଏଭଳି ପଦକ୍ଷେପ ନିଆଯାଇଛି ।

‘‘ଚଳିତ ବର୍ଷ ଦଶମ ଶ୍ରେଣୀରେ ଆଠଟି ବିଷୟର କିଛି ବିଷୟ ବଦଳିଥିବା ବେଳେ ଏବେ ସୁଦ୍ଧା ନୂଆ ବହି ପହଞ୍ଚି ନାହିଁ । ଏହି ମାଧ୍ୟମରେ ଆମେ ନୂଆ ବିଷୟ ସମ୍ପର୍କରେ ଜାଣିବା ସହ କ୍ଲାସ ମଧ୍ୟ କରିପାରିବୁ,’’ କହିଛନ୍ତି ରାଜଧାନୀର ଏକ ହାଇ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ପ୍ରଜ୍ଞା ନିବେଦିତା ସାହୁ ।

ଏ ନେଇ  ଆଜି ଓସେପାର ଯୁଗ୍ମ ନିର୍ଦ୍ଦେଶକ ସମସ୍ତ ଜିଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନେ ପିଲାଙ୍କୁ ଏ ନେଇ ଅବଗତ କରାଇବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି । ଏହା ବ୍ୟତୀତ ଦୀକ୍ଷା ଓ ମଧୁ ଆପରେ ମଧ୍ୟ ଛାତ୍ରଛାତ୍ରୀମାନେ ଏହାକୁ ପାଇବା ସହ ଷ୍ଟଡି ମାଟେରିଆଲ ପାଇ ପାରିବେ ବୋଲି କୁହାଯାଇଛି ।

ଟିଭି ଜରିଆରେ ପାଠ ପଢ଼ାକୁ ନେଇ ସରକାରଙ୍କ ଚିଠି


‘‘ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ଏ ପଦକ୍ଷେପ ସ୍ୱାଗତଯୋଗ୍ୟ । ହେଲେ ଏହି ଆପଗୁଡିକୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଆହୁରି ଡେଭେଲପ କରିବାର ଆବଶ୍ୟକତା ରହିଛି । ନଚେତ ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହୋଇପାରିବେ ନାହିଁ,’’ ଶିକ୍ଷକ ଗଙ୍ଗାଧର ଷଡଙ୍ଗୀ କହିଛନ୍ତି।"

ଶିକ୍ଷାବିତ ବସନ୍ତ କୁମାର ସାହୁ କହିଛନ୍ତି: ‘‘ରାଜ୍ୟର ଅଧିକାଂଶ ଗ୍ରାମାଞ୍ଚଳରେ ଭିତ୍ତିଭୂମି ଅଭାବ ହେତୁ ଅନଲାଇନ ପାଠ ପଢ଼ା ବ୍ୟାହତ ହୋଇଥିଲା । ହେଲେ ଏହି ଟିଭି ଜରିଆରେ ରାଜ୍ୟର ପ୍ରାୟ ଛଅ ଲକ୍ଷ ଛାତ୍ରଛାତ୍ରୀ ଲାଭବାନ ହେବେ ।’’

ପୂର୍ବରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଖବରକାଗଜରେ ଶିକ୍ଷା ସମ୍ବନ୍ଧୀୟ ସ୍ୱତନ୍ତ୍ର କାଗଜ ଆସୁଥିବା ବେଳେ ଏବେ ଟିଭିରେ ପ୍ରସାରିତ ହେବ କ୍ଲାସ୍‌ । ପ୍ରଥମ ଥର ପାଇଁ କରୋନା ମହାମାରୀକୁ ଦେଖି ଏଭଳି ବ୍ୟବସ୍ଥା କରାଯାଇଛି ।
First published: April 18, 2020, 5:46 PM IST
corona virus btn
corona virus btn
Loading