କରୋନା ଟିକା ଦେବା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ଯାଏଁ ଚାଲିଛି ବ୍ୟାପକ ପ୍ରସ୍ତୁତି; ଶୀତ ଯୋଗୁଁ ସତର୍କତା ଜରୁରୀ

କିଛି ଟିକାର ତିନୋଟି ପର୍ଯ୍ୟାୟ ପରୀକ୍ଷଣ ସରିଥିବା ବେଳେ ଆଉ କିଛି ସଂସ୍ଥା କରୋନା ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ଭାରତର ପ୍ରତି ନାଗରିକ ପାଖରେ ଟିକା ପହଞ୍ଚିବାକୁ ପ୍ରାୟ ଦୁଇରୁ ଅଢେଇ ବର୍ଷ ଲାଗିପାରେ ବୋଲି କହିଛନ୍ତି ବିଶେଷଜ୍ଞମାନେ ।

କରୋନା ଟିକା ଦେବା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ଯାଏଁ ଚାଲିଛି ବ୍ୟାପକ ପ୍ରସ୍ତୁତି; ଶୀତ ଯୋଗୁଁ ସତର୍କତା ଜରୁରୀ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 11, 2020, 10:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଟିକା ଆସିଗଲେ ତାକୁ ରାଜ୍ୟବାସୀଙ୍କୁ କେମିତି ବ୍ୟବସ୍ଥିତ ଢଙ୍ଗରେ ଦିଆଯିବ ସେଥି ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । କରୋନା ଯୋଦ୍ଧାଙ୍କୁ ପ୍ରଥମେ ଏହି ଟିକା ଦିଆଯିବ । ଏଥିରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସହ ଆଗଧାଡିର ଯୋଦ୍ଧାଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଜଣାପଡ଼ିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ ଏ ନେଇ ଏକ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିକଟରେ ଚିଠି ଲେଖିଛନ୍ତି । ଏଥିରେ ଗୋଟିଏ ଷ୍ଟିଅରିଂ କମିଟି ଓ ଦୁଇଟି ଟାସ୍କ ଫୋର୍ସ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି । ଷ୍ଟିଅରିଂ କମିଟିର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ। ସେହିଭଳି ଷ୍ଟେଟ ଟାସ୍କ ଫୋର୍ସର ମୁଖ୍ୟ ରହିବେ ସ୍ୱାସ୍ଥ୍ୟ ସଚିବ । ଜିଲ୍ଲା ଟାସ୍କ ଫୋର୍ସର ମୁଖ୍ୟ ରହିବେ ଜିଲ୍ଲାପାଳ । ଜିଲ୍ଲା ଟାସ୍କ ଫୋର୍ସର ବୈଠକ ପ୍ରତି ସପ୍ତାହରେ ହେବ ।

ଏହା ବି ପଢ଼ନ୍ତୁ | Bihar Polls: ଲଣ୍ଡନରେ ପଢ଼ି ଫେରିଥିବା ପୁଷ୍ପମ୍ ପ୍ରିୟା କହିଲେ ‘‘EVM ହ୍ୟାକ୍ ହୋଇ NDAକୁ ଗଲା ଭୋଟ୍’’

ପ୍ରତି ୧୫ ଦିନରେ ରାଜ୍ୟ ଟାସ୍କ ଫୋର୍ସର ବୈଠକ ହେବ। ପ୍ରତି ମାସରେ ଷ୍ଟେଟ ଷ୍ଟିଅରିଂ କମିଟିର ବୈଠକ ହେବ। ଟିକା ଆସିବା ପରେ ଜିଲ୍ଲାରେ ପରିଚାଳନାର ଦାୟିତ୍ୱ ରହିବ ଜିଲ୍ଲାପାଳଙ୍କ ହାତରେ । ଟିକା ବଣ୍ଟନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଦାୟିତ୍ୱ ସହ ଆବଶ୍ୟକ ସ୍ଥଳେ ଷ୍ଟିୟରିଂ କମିଟିର ନିଷ୍ପତ୍ତିକୁ ପରିବର୍ତ୍ତନ କରିପାରିବେ ଜିଲ୍ଲାପାଳ । ମୁଖ୍ୟଶାସନ ସଚିବ ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବେ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର


ପୂର୍ବରୁ ରାଜ୍ୟ ସରକାର କରୋନା ଟିକା ବଣ୍ଟନ ନେଇ ଡାଟା ବେସ ପ୍ରସ୍ତୁତ କରିବାକୁ ଡାକ୍ତର ସଂଘ ଓ ପାରମେଡିକାଲ ସଙ୍ଘକୁ ଚିଠି ଲେଖିଥିଲେ । ଅକୋଟବର ୨୯ରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ସମସ୍ତ ତଥ୍ୟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସ୍ୱାସ୍ଥ୍ୟ ସଚିବ । ଆଉ ଏକ ଚିଠିରେ ୨୫ ଅକୋଟବର ମଧ୍ୟରେ ଡାଟା ବେସ ପ୍ରସ୍ତୁତ କରିବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ବି ଚିଠି ଲେଖିଥିଲେ ସ୍ୱାସ୍ଥ୍ୟ ସଚିବ ।

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ାମୀ ସେନାରେ କାର୍ଯ୍ୟରତ

ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୦ କୋଟି ଟିକା ପ୍ରସ୍ତୁତ ହେବା ନେଇ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଶୀତ ଋତୁ ଆରମ୍ଭ ହୋଇଯାଇଥିବାରୁ କରୋନାର ଦ୍ୱିତୀୟ ଲହର ଆସିବା ଆଶଙ୍କା ଅଛି । ସେଇଥି ପାଇଁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞମାନେ । ଟିକା ପହଞ୍ଚିବା ପୂର୍ବୁରୁ ଯଦି କରୋନା ପୁଣି ଲେଉଟିଲା ତେବେ ଏହା ଅଧିକ ଭୟଙ୍କର ହେବାର ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି ।

କିଛି ଟିକାର ତିନୋଟି ପର୍ଯ୍ୟାୟ ପରୀକ୍ଷଣ ସରିଥିବା ବେଳେ ଆଉ କିଛି ସଂସ୍ଥା କରୋନା ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ଭାରତର ପ୍ରତି ନାଗରିକ ପାଖରେ ଟିକା ପହଁଞ୍ଚିବାକୁ ପ୍ରାୟ ଦୁଇରୁ ଅଢେଇ ବର୍ଷ ଲାଗିପାରେ ବୋଲି କହିଛନ୍ତି ବିଶେଷଜ୍ଞମାନେ ।



‘‘ଲୋକେ ପୁର୍ବ ଅପେକ୍ଷା ଅଧିକ ସତର୍କ ରହିବା ଉଚିତ । ଅଧିକ ସଂଖ୍ୟକ ଲୋକଙ୍କୁ ବର୍ତ୍ତମାନ ପରିସ୍ଥିତିରେ କେଉଁଠି ବି ଏକାଠି କରିବା ଅନୁଚିତ,’’ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।
Published by: Anand Shankar Thankur Das
First published: November 11, 2020, 10:51 PM IST
corona virus btn
corona virus btn
Loading