ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ କରିବାକୁ ଏ ଯାଏଁ ନିଷ୍ପତ୍ତି ନେଇନାହିଁ ବସ୍ ମାଲିକ ମହାସଙ୍ଘ

ସୋମବାର ଠାରୁ ରାଜ୍ୟରେ ବସ୍ ଚାଲିବା ସମ୍ଭାବନା କମ୍ ଦିଶୁଛି । ବସ୍ ମାଲିକମାନଙ୍କ ଟିକସ ଛାଡ଼ କରିବା ଅନୁରୋଧ ବିଷୟରେ ସରକାର କିଛି କହି ନ ଥିବାରୁ ସେମାନେ ମନ ଶୁଖାଇ ବସିଛନ୍ତି ।

ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ କରିବାକୁ ଏ ଯାଏଁ ନିଷ୍ପତ୍ତି ନେଇନାହିଁ ବସ୍ ମାଲିକ ମହାସଙ୍ଘ
କଟକର ଲିଙ୍କ ରୋଡ଼ରେ ଦୁଇ ମାସ ହେଲା ଠିଆହୋଇ ରହିଛନ୍ତି ଅନେକ ବସ୍ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ସୋମବାର ଠାରୁ ରାଜ୍ୟରେ ବସ ସହିତ ଅଟୋ ଚଳାଚଳ ସ୍ବାଭାବିକ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଫଳରେ ପ୍ରାୟ ଅଢ଼େଇ ମାସ ଧରି ଏକ ପ୍ରକାର ଠପ ହୋଇଯାଇଥିବା ସର୍ବସାଧରଣ ପରିବହନ ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରିବ ବୋଲି ଆଶା କରାଯାଉଛି ।

କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବସ ମାଲିକ ମହାସଙ୍ଘକୁ ଖୁସି କରି ପାରି ନାହିଁ । ପୂର୍ବରୁ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ କେବଳ ଗ୍ରୀନ ଜୋନରେ ବସ ଚଳାଚଳ ବାବଦରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ମହାସଙ୍ଘ ବିରୋଧ କରି ବସ ସେବା ଆରମ୍ଭ କରି ନ ଥିବା ବେଳେ ଏହି ନୂଆ ନିଷ୍ପତ୍ତିକୁ ମଧ୍ୟ ଗ୍ରହଣ କରି ପାରୁ ନାହିଁ । ଫଳରେ ସୋମବାର ଦିନ ବସ୍‌ ଗଡ଼ିବାର ସମ୍ଭାବନା ନାହିଁ ବୋଲି ପରୋକ୍ଷରେ ସ୍ପଷ୍ଟ କରିଛି ବସ ମାଲିକ ମହାସଙ୍ଘ ।

‘‘ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନୂଆ ଗାଇଡ଼ଲାଇନ ଆମ ପାଖରେ ପହଞ୍ଚିଛି । ଆମେ ତ ବସ କରିଛୁ ଚଲାଇବା ପାଇଁ । କିନ୍ତୁ ଏଥିରେ ଆମେ ପୂର୍ବରୁ ଦାବି କରିଥିବା ଟିକସ ଛାଡ଼ କଥା ଉଲ୍ଲେଖ ନାହିଁ କିମ୍ବା ବସ କର୍ମଚାରୀଙ୍କ ବାବଦରେ ମଧ୍ୟ ସରକାର କିଛି ସ୍ପଷ୍ଟ କରି ନାହାଁନ୍ତି । ତେଣୁ ଏହି ନୂଆ ଗାଇଡ଼ଲାଇନକୁ ଆମେ ଜିଲ୍ଲା ସଙ୍ଘଗୁଡ଼ିକ ନିକଟକୁ ପଠାଉଛୁ । ସବୁ ଜିଲ୍ଲାର ବସ ମାଲିକ ସଙ୍ଘର ମତ ଜାଣିବା ପରେ ଆମେ ବୈଠକରେ ସର୍ବଶେଷ ନିଷ୍ପତ୍ତି ଗ୍ରହଣ କରିବୁ,’’ କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ସଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ।

ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ସଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ


ବସ ସହ ଅଟୋ ଚଳାଚଳକୁ ମଧ୍ୟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଫଳରେ ଏଣିକି ଅତି ବେଶୀରେ ୨ ଜଣ ଯାତ୍ରୀଙ୍କୁ ନେଇ ରାଜ୍ୟରେ ଅଟୋ ସେବା ଆରମ୍ଭ ହୋଇ ପାରିବ । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ରାଜ୍ୟ ଅଟୋ ମାଲିକ ସଙ୍ଘ ।

‘‘ଆମେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛୁ । ବସ ଚାଲିବା ଦ୍ବାରା ଯାତ୍ରୀ ପରିବହନ ସ୍ବାଭାବିକ ହେବ । ଏହାର ସିଧାସଳଖ ଫାଇଦା ଅଟୋ ସେବା ଉପରେ ପଡିବ । ଅଟୋ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିବା ରାଜ୍ୟର ଦେଢ଼ ଲକ୍ଷରୁ ଉର୍ଦ୍ଧ ଅଟୋ ଚାଳକ ଏହା ଦ୍ବାରା ଉପକୃତ ହେବେ । ତେବେ ଅଟୋରେ ଦୁଇ ଜଣ ଯାତ୍ରୀଙ୍କ ଠାରୁ ଅଧିକ ଯାତ୍ରୀ ପରିବହନ ନ କରିବା ପାଇଁ ମହାସଙ୍ଘ ଅଟୋ ଚାଳକମାନଙ୍କୁ ଅପିଲ୍‌ କରୁଛି,’’ କହିଛନ୍ତି ନିଖିଳ ଉତ୍କଳ ଅଟୋ ଚାଳକ ମହାସଙ୍ଘର ସଭାପତି ତଥା ରାଜ୍ୟସଭା ସାଂସଦ ସୁବାଷ ସିଂ ।

ତେବେ କଟକ ସହରବାସୀ ରାଜ୍ୟ ସରକାରଙ୍କ ଏହି ସଂଶୋଧିତ ନିୟମକୁ ସ୍ବାଗତ କରିଥିଲେ ମଧ୍ୟ ଏହା ଦ୍ବାରା ରାସ୍ତାଘାଟରେ ପୁଣି ଅଯଥା ଗହଳି ଦେଖା ଯିବ ବୋଲି କହିଛନ୍ତି । ଏହା ସହ ସମସ୍ତେ ରାଜ୍ୟ ସରକାରଙ୍କ ଏହି ନୂଆ ନିୟମକୁ ଯେ ଅକ୍ଷର ଅକ୍ଷରେ ପାଳନ କରିବେ ତାହା ସମ୍ଭବ ହେବ ନାହିଁ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।

‘‘ସରକାର ଲକଡ଼ାଉନ ନିୟମକୁ କୋହଳ କରିବା ନିହାତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଏହି ନିୟମ ସଠିକ ଭାବେ ପାଳନ କରାଯାଉଛି ବା ନାହିଁ ତାକୁ କେମତି ଯାଞ୍ଚ କରିବେ? ଏବେ କଟକ ସହରରେ ଅଟୋରେ ୩-୪ ଜଣ ବସି ଯାଉଛନ୍ତି, କିନ୍ତୁ ସେମାନଙ୍କୁ ଯାଞ୍ଚ କରାଯାଉନାହିଁ । ଏମିତି ତ ଦୁଇ ଦିନ ତଳେ ସାବିତ୍ରୀ ଅମାବାସ୍ୟା ଗଲା ଯେ ବଜାର ଘାଟରେ ହଠାତ ଭିଡ଼ ବଢ଼ିଗଲା । ଫଳ ଦୋକାନ ଠାରୁ ଲୁଗା ଦୋକାନ କୋଉଠି ବି ପାଦ ପକାଇବାକୁ ଯାଗା ମିଳିଲା ନାହିଁ । ଲୋକ ସଚେତନ ନ ହେଲେ ଏହା ଦ୍ବାରା ସମସ୍ୟା ବଢ଼ିବ,’’ କହିଛନ୍ତି କଟକ ବାଦାମବାଡ଼ି ବାସିନ୍ଦା ଦିଲ୍ଲୀପ ସାମନ୍ତରାୟ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: 
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 24, 2020, 9:42 PM IST
corona virus btn
corona virus btn
Loading