ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ରାଜଧାନୀରେ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଟିକାରକରଣ କରିବ ବିଏମସି

ରାଜଧାନୀରେ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଟିକାରକରଣ କରିବ ବିଏମସି

ବିଏମସି ତରଫରୁ ଜାରି ହୋଇଥିବା ୧୯୨୯ ନମ୍ବରକୁ ଫୋନ୍‌ କଲେ ଘରକୁ ଯାଇ କୋଭିଡ ଟେଷ୍ଟ କରାଯିବ । ସେହିପରି ଟିକାଦାନ କେନ୍ଦ୍ରକୁ ଯାଇପାରୁ ନଥିବା ବରିଷ୍ଠ ନାଗରିକଙ୍କୁ ବି ବିଏମସି ଘରୁ ଟିକାକରଣ କେନ୍ଦ୍ରକୁ ନେଇ ଟିକାକରଣ କରିବା ପରେ ପୁନର୍ବାର ଘରେ ଛାଡ଼ିବ ।

ରାଜଧାନୀରେ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଟିକାରକରଣ କରିବ ବିଏମସି
ରାଜଧାନୀରେ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଟିକାରକରଣ କରିବ ବିଏମସି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି । ମେ' ମାସରେ ଶନିବାର ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧ ଲକ୍ଷ ୫୬ ହଜାର ୨୯୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୫୧ ଜଣଙ୍କ ଜୀବନ ଯାଇଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଦିନ ହଜାର ଉପରେ ମାମଲା ଆସୁଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସଂକ୍ରମଣ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧା କାରଣ ହୋଇଛି । ଏପରି ସ୍ଥଳେ କେତେବେଳେ ଲୋକଙ୍କୁ ଆଇସିୟୁ ବେଡ଼ ଓ ଭେଣ୍ଟିଲେଟର ନ ମିଳିବା ଭଳି ଅଭିଯୋଗ ବି ସମ୍ନାକୁ ଆସୁଛି । ଏ ଦୃଷ୍ଟିରୁ ରାଜ୍ୟ ସରକାର କଟକ ଓ ଭୁବନେଶ୍ୱରରେ ହସ୍ପିଟାଲ ସ୍ଥିତି ତଦାରଖ ପାଇଁ ଏକ ଟିମ ଗଠନ କରିଛନ୍ତି । ଏହି ଟିମ ବିଭିନ୍ନ କୋଭିଡ ହସ୍ପିଟାଲ ପରିଦର୍ଶନ କରି ପ୍ରତିଦିନ ୫ ଟା ସୁଧା ରିପୋର୍ଟ ପ୍ରଦାନ କରିବ ।

କଟକ ପାଇଁ ଗଠିତ ଗୋଟିଏ କମିଟିରେ ୨ ଜଣ ସଦସ୍ୟ ଥିବା ବେଳେ ଭୁବନେଶ୍ୱର ପାଇଁ ଗଠିତ ୩ ଟି ଟିମରେ ଦୁଇ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସେପଟେ ଭୁବନେଶ୍ଵରର ସଂକ୍ରମଣ ସଂଖ୍ୟା ବିଏମସି ପ୍ରଶାସନ ପାଇଁ ମୁଣ୍ଡବିନ୍ଧା ବଢାଇ ଥିବା ବେଳେ ଟେଷ୍ଟିଙ୍ଗ ଓ ଟିକାକରଣ ଉପରେ ବିଏମସିର ନୂଆ କମିଶନର ଗୁରୁତ୍ବ ଦେଇଛନ୍ତି । ବରିଷ୍ଠ ନାଗରିକଙ୍କ ଟିକାକରଣ ଓ ଟେଷ୍ଟିଙ୍ଗ ପାଇଁ ପ୍ରଶାସନ ଅଣ୍ଟା ଭିଡିଛନ୍ତି । ଯେଉଁମାନେ କେନ୍ଦ୍ରକୁ ଆସିପାରିବାକୁ ଅସମର୍ଥ ସେମାନଙ୍କ ପାଖରେ ବ୍ୟବସ୍ଥା ପହଞ୍ଚାଇବାକୁ ପ୍ରଶାସନ ସ୍ଥିର କରିଛି ।

କୋଭିଡ ସମ୍ପର୍କିତ ସମସ୍ତ ଅଭିଯୋଗ ପାଇଁ ୧୯୨୯ କାର୍ଯ୍ୟକାରୀ କରାଯାଇଥିବା ବେଳେ ଏହାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି । କୋଭିଡ ମୁକାବିଲା ନେଇ ବିଏମସି ନୂଆ କମିସନର ସଂଜୟ ସିଂହଙ୍କ ସୂଚନା ଦେଇ କହିଛନ୍ତି ବିଏମସିର ହେଲ୍‌ପଲାଇନ୍‌ ନମ୍ବର ୧୯୨୯ରେ ସବୁ ସୁବିଧା ଯଥା ଚିକିତ୍ସା ପରାମର୍ଶ, ଟିକାକରଣ ଓ ବରିଷ୍ଠ ନାଗରିକଙ୍କ ପାଇଁ ସୂଚନା ଇତ୍ୟାଦି ମିଳିପାରିବ । ପୂର୍ବରୁ ୧୯୨୯ ନମ୍ବର କାର୍ଯ୍ୟ କରୁଥିଲେ ବି ଏବେ ଏହାକୁ କ୍ରିୟାଶୀଳ କରାଯାଇଛି । ୩୦ ଟି ଲାଇନ୍‌ ୨୪ ଘଣ୍ଟିଆ ସେବା ଯୋଗାଉଛି । କୋଭିଡ ଲକ୍ଷଣ ଥିଲେ ହେଳା ନକରି ୧୯୨୯କୁ ଫୋନ୍‌ କରିବାକୁ ସେ ଆହ୍ୱାନ କରିଛନ୍ତି । ବିଶେଷ କରି ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯାଇଛି । ଯେଉଁ ମାନଙ୍କ ବୟସ ୬୦ ବର୍ଷ ଉପରେ ସେମାନଙ୍କ ନିକଟରେ କେହି ନାହାନ୍ତି ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ପାଇଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ମେ’ ୧୭ରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଆରମ୍ଭ ହେବ ।

୧୯୨୯ ନମ୍ବରକୁ ଫୋନ୍‌ କଲେ ଘରକୁ ଯାଇ କୋଭିଡ ପରୀକ୍ଷା କରାଯିବ । ସେହିପରି ଟିକାଦାନ କେନ୍ଦ୍ରକୁ ଯାଇପାରୁ ନଥିବା ବରିଷ୍ଠ ନାଗରିକଙ୍କୁ ବି ସୁବିଧାରେ ଟିକାକରଣ କରାଯିବ । ବିଏମସି ବୟସ୍କଙ୍କୁ କେନ୍ଦ୍ରକୁ ନେଇ ଟୀକାକରଣ କରିବା ପରେ ପୁଣି ଘରେ ଛାଡ଼ିବ । ଏହା ସମତେ ୧୭ ମେ'ରୁ ପୁର୍ନବାର ଭୁବନେଶ୍ବରରେ ଡ୍ରାଇଭ ଇନ୍‌ ଟିକାକରଣ ଆରମ୍ଭ ହେବ । ଯାହା ଫଳରେ ନିଜ ଗାଡ଼ିରେ ରହି କୋଭିଡ୍‌ ଟିକା ହିତାଧିକାରୀ ନେଇ ପାରିବେ । "ଭୁବନେଶ୍ବରରେ ଟିକାକରଣ କେନ୍ଦ୍ର ଓ କୋଭିଡ ଶଯ୍ୟା ସଂଖ୍ୟା ବଢ଼ାଯିବ," କହିଛନ୍ତି ବିଏମ୍‌ସିର ନୂଆ କମିସନର ସଂଜୟ ସିଂହ।
Published by: Jagdish Barik
First published: May 16, 2021, 5:28 PM IST