ରାଜ୍ୟରେ କରୋନା: ‘‘ଅଧିକ ବେଡ଼ ଓ ICUର ଆବଶ୍ୟକତା ଅଛି,’’ କହିଲେ BJDର ସତ୍ୟବାଦୀ MLA

କୋଭିଡ ଚିକିତ୍ସାରେ ଅବହେଳା ହେଉଥିବା ଓ ରୋଗୀମାନଙ୍କୁ ଅଣଦେଖା କରାଯାଉଥିବା ତଥା ଘରୋଇ ହସପିଟାଲମାନଙ୍କ ଦ୍ୱାରା ଶୋଷଣ କରାଯାଉଥିବା ଅଭିଯୋଗଗୁଡ଼ିକ ନିରାଧାର ନୁହେଁ ବୋଲି କହିଛନ୍ତି BJD ବିଧାୟକ ଉମାକାନ୍ତ ସାମନ୍ତରାୟ ।

ରାଜ୍ୟରେ କରୋନା: ‘‘ଅଧିକ ବେଡ଼ ଓ ICUର ଆବଶ୍ୟକତା ଅଛି,’’ କହିଲେ BJDର ସତ୍ୟବାଦୀ MLA
BJD ବିଧାୟକ ଉମାକାନ୍ତ ସାମନ୍ତରାୟ; (ଡାହାଣ) ଏକ କୋଭିଡ ହସପିଟାଲର ନର୍ସମାନେ
  • News18 Odia
  • Last Updated: September 28, 2020, 12:00 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ ନେଇ ଶାସକ ଦଳ ବିଜେଡିର ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁହଁ ଖୋଲିଛନ୍ତି ଓ ବିରୋଧୀ ଦଳମାନେ କରିଥିବା ଅନେକ ଅଭିଯୋଗ ଉପରେ ଏକ ପ୍ରକାର ମୋହର ଲଗାଇଛନ୍ତି । କୋଭିଡ ଚିକିତ୍ସାରେ ଅବହେଳା ହେଉଥିବା ଓ ରୋଗୀମାନଙ୍କୁ ଅଣଦେଖା କରାଯାଉଥିବା ତଥା ଘରୋଇ ହସପିଟାଲମାନଙ୍କ ଦ୍ୱାରା ଶୋଷଣ କରାଯାଉଥିବା ଅଭିଯୋଗଗୁଡ଼ିକ ନିରାଧାର ନୁହେଁ ବୋଲି ସେ କହିଛନ୍ତି । ଉମାକାନ୍ତଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ବିରୋଧୀ ଦଳମାନେ ।

‘‘ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ନୁହେଁ । ମୁଁ ଏକଥାକୁ ସ୍ୱୀକାର କରୁଛି । ଯେଉଁ ରେଟରେ ରୋଗୀ ବଢ଼ୁଛନ୍ତି ଆମକୁ ଆଜିର ଦିନରେ ଆଉ ଅଧିକ ଆଇସିୟୁ ବେଡ଼ ଦରକାର । ଆମେ ବିଧାନ ସଭାରେ ବି ଏକଥା ଆଲୋଚନା କରିବୁ । ଯେତିକି ବେଡ଼ ଅଛି ତା’ ଠୁ ଅଧିକ ରୋଗୀ ଆସୁଛନ୍ତି । ତେଣୁ ଆମକୁ ଆଉ ଅଧିକ ବେଡ଼ର ଆବଶ୍ୟକତା ରହିଛି । ଯେଉଁ ରୋଗୀ ମାନଙ୍କୁ କୋଭିଡ ହୋଇ ନାହିଁ ସେମାନେ ବି ହସପିଟାଲ ଗଲେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ । ଆମେ ବିଧାନ ସଭାରେ ଏହି ସ୍ଥିତି ଆଡ଼କୁ ସ୍ୱାସ୍ଥ୍ୟ ମନ୍ତ୍ରୀ, ବାଚସ୍ପତି ଓ ମୁଖ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ,’’ କହିଛନ୍ତି ସାମନ୍ତରାୟ ।

ଆଗରୁ ଥିବା ଓଏସଟିଏଫ ଫଣ୍ଡ ଓ ଏବେକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ଼ରେ ବହୁତ ତାରତମ୍ୟ ରହୁଛି ବୋଲି ବି କହିଛନ୍ତି ସେ । ‘‘ସେଇଥି ପାଇଁ ରୋଗୀମାନେ ହସପିଟାଲ ଯାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ଼ରେ ବି ସୁବିଧା ମିଳୁନି । ବିଏସକେୱାଇକୁ ଓଏସଟିଏଫ ସହିତ ସମାନ କରିବାକୁ ହେବ । ଆପୋଲୋ ଓ ଆମରି ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହିତ ସହ ଅନୁବନ୍ଧିତ ହୋଇ ନାହାନ୍ତି । ଆମକୁ ବର୍ତ୍ତମାନ ସବୁ ହସପିଟାଲରେ ଆଇସିୟୁ ବେଡ଼କୁ ବଢାଇବାକୁ ପଡ଼ିବ । ନୂଆ କିଛି ଘରୋଇ ହସ୍ପିଟାଲରେ ଆଇସିୟୁ ବେଡ଼ ବି ବଢାଇବାକୁ ପଡିବ । ଆଇସିୟୁ ଅଧିକ ହେଲେ କେହି ରୋଗୀ ଫେରିବେ ନାହିଁ । ରାଜ୍ୟରେ ଯେତିକି କୋଭିଡ ହସ୍ପିଟାଲ ଅଛି ତାହା ସଫିସେଣ୍ଟ ନୁହେଁ । ତାକୁ ବଢାଇବାକୁ ହେବ,’’ କହିଛନ୍ତି ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ


ବିରୋଧୀ ଦଳର ନେତାମାନେ କହିଛନ୍ତି ଯେ ସତ କହିଛନ୍ତି ସତ୍ୟବାଦୀ ବିଧାୟକ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ‘‘ଲୋକେ ଆଦୌ ସେବା ପାଉନାହାଁନ୍ତି । କୋଭିଡ ସେଣ୍ଟରରେ ଖାଇବାକୁ କି ପିଇବାକୁ ଗରମ ପାଣି ବି ଟିକିଏ ମିଳୁନି । କୋଭିଡ ଦୁର୍ନୀତି ଏ ଶତାବ୍ଦୀର ସବୁଠୁ ବଡ଼ ଦୁର୍ନୀତି । ସରକାର ପୂର୍ବରୁ ଜୋର ଜବରଦସ୍ତ ଲୋକଙ୍କୁ ନେଇ ଯାଉଥିଲା, ଏବେ କିନ୍ତୁ ଲୁଚାଉଛନ୍ତି । ସରକାର ଏବେ ମୃତ୍ୟୁ ସଂଖ୍ୟାକୁ ବି ଲୁଚାଇବାକୁ ଚେଷ୍ଟା କରୁଛନ୍ତି ।’’

ଏହା ବି ପଢ଼ନ୍ତୁ | Bollywood & Drugs: ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ଦୀପିକା; ଶ୍ରଦ୍ଧା ଓ ସାରାଙ୍କୁ ବି ଜେରା କରାଗଲା

ଏହା ବି ପଢ଼ନ୍ତୁ CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

‘‘ପଞ୍ଚାୟତ ସ୍ତରରେ ଅଧିକ ଅବ୍ୟବସ୍ଥା ହେଉଥିଲା । ଏବେ ଘରୋଇ ହସ୍ପିଟାଲ ଲୋକଙ୍କୁ ଲୁଟୁଛନ୍ତି । ଗୋଟିଏ ଦିନରେ ୫୦ ହଜାର ଟଙ୍କାର ବିଲ କେଉଁ ଲୋକ ଦେଇ ପାରିବ? ସରକାର ଜାଣିଶୁଣି ଏପରି ତ୍ରୁଟି କରୁଛନ୍ତି । ଏବେ ସରକାରଙ୍କ ଫାଇଭ୍‌ ଟି (5T) କୁଆଡ଼େ ଗଲା? ମୁଁ ବିଧାନ ସଭାରେ କହିଥିଲି 5T ମାନେ 5 ଟାଉଟର୍‌ । ଆଜି ସେଇଟା ସତ ପ୍ରମାଣିତ ହୋଇଗଲା । ଯେଉଁଠି ଯିଏ ସରକାରଙ୍କ ଅବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି ତାକୁ ସରକାର ନାଲି ଆଖି ଦେଖାଉଛନ୍ତି । ସମ୍ବଲପୁର ଘଟଣାରେ ବି ମୋ’ ନାମରେ କେସ ଦେଇଛନ୍ତି,’’ କହିଛନ୍ତି ଜୟନାରାୟଣ ମିଶ୍ର ।



ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ‘‘ଘରୋଇ ହସ୍ପିଟାଲକୁ ସରକାର ସୁବିଧା ଯୋଗାଇଛନ୍ତି ସତ କିନ୍ତୁ ସେମାନେ ମନମାନି କରୁଛନ୍ତି । ରୋଗୀ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି । ଏମାନଙ୍କ ଉପରେ କାହିଁକି ସରକାର ଅଙ୍କୁଶ ଲଗାଉନାହାନ୍ତି? ସ୍ୱାସ୍ଥ୍ୟ ମନ୍ତ୍ରୀ କୁଆଡ଼େ ଗଲେ?’’
Published by: Anand Shankar Thankur Das
First published: September 28, 2020, 12:00 AM IST
corona virus btn
corona virus btn
Loading