ରାଜ୍ୟରେ କରୋନାରେ ପ୍ରଭାବିତ ଦୁଗ୍ଧ ଚାଷୀମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା ହେଲା

କରୋନା ଭାଇରସ୍ ସଂକ୍ରମଣର ଦ୍ୱିତୀୟ ଲହରୀରେ ଜାରି ହୋଇଥିବା ଲକଡାଉନ୍ ସମୟରେ ଓମଫେଡ୍ ନିୟମିତ ଦୈନିକ କ୍ଷୀର ଗ୍ରହଣକୁ ପ୍ରାୟ ୫.୪୫ ଲକ୍ଷ ଲିଟରରୁ ୨ରୁ ୩.୭୫ ଲକ୍ଷ ଲିଟର୍ ପର୍ଯ୍ୟନ୍ତ ହ୍ରାସ କରିଥିଲା । ଫଳରେ ଦୁଗ୍ଧ ଚାଷୀମାନେ କଷ୍ଟ ଭୋଗିଥିଲେ ।

ରାଜ୍ୟରେ କରୋନାରେ ପ୍ରଭାବିତ ଦୁଗ୍ଧ ଚାଷୀମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା ହେଲା
ନବୀନ ପଟ୍ଟନାୟକ ଓ (ଡାହାଣ) ଏକ ଓମଫେଡ୍ କ୍ଷୀର ପ୍ୟାକେଟ୍
  • News18 Odia
  • Last Updated: June 24, 2021, 11:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସ୍‌ ଜନିତ ଲଗାତର ଲକଡାଉନ୍‌ ଓ ସଟଡାଉନ୍‌ ଯୋଗୁଁ ପ୍ରଭାବିତ ହୋଇଥିବା ଦୁଗ୍ଧ ଚାଷୀମାନଙ୍କ ପାଇଁ ଗୁରୁବାର ଦିନ ଏକ ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଓମ୍‌ଫେଡ ସହ ଜଡ଼ିତ ଥିବା ଦୁଗ୍‌ଧ ଚାଷୀମାନଙ୍କୁ ମିଳିବ ସରକାରଙ୍କ ଏହି କୋଭିଡ ସହାୟତା ।

ସରକାରଙ୍କ ଘୋଷଣା ଅନୁସାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ଦୁଇ ହଜାର ଟଙ୍କାରୁ ସର୍ବାଧିକ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ସରକାରୀ ସହାୟତା ମିଳିବ । ଏ ବାବଦରେ ମୋଟ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏହା ଦ୍ବାରା ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି ସରକାର।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଜମ୍ମୁ-କଶ୍ମୀରକୁ ନେଇ ହେଲା ‘ମହାବୈଠକ’; ରାଜ୍ୟର ନେତାମାନଙ୍କୁ ଭେଟିଲେ PM ନରେନ୍ଦ୍ର ମୋଦି

‘‘କୋଭିଡ ମହାମାରୀ ଓଡି଼ଶା ସମେତ ସାରା ବିଶ୍ବର ଅର୍ଥ ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିଛି । ପ୍ରାୟ ଅନ୍ୟ ସମସ୍ତ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବା ବେଳେ କେବଳ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସଞ୍ଜିବନୀ ପରି ଆମ ଅର୍ଥ ବ୍ୟବସ୍ଥାକୁ ଶକ୍ତି ଯୋଗାଇଛି । ଲକଡାଉନ୍‌ ଓ ସଟଡାଉନ ସମୟରେ ଆମର ଚାଷୀମାନେ ଯେପରି ସାହସର ସହ ସେମାନଙ୍କର ଉତ୍ପାଦନ କାର୍ଯ୍ୟ ଜାରି ରଖିଛନ୍ତି ତାହା ଉଚ୍ଚ ପ୍ରଶଂସା ପାଇବା ପାଇଁ ହକଦାର,’’ ଏହି ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବା ଅବସରରେ କହିଛନ୍ତି ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | କରୋନା କାଳରେ ବି Reliance ଲାଭ ବଢ଼ି୫୩,୭୩୯ କୋଟି ହେଲା; ଏବେ ଅକ୍ଷୟ ଶକ୍ତି ଉପରେ ନଜର

ମୁଖ୍ୟ ମନ୍ତ୍ରୀ ଆହୁରି କହିଛନ୍ତି, ‘‘ଗ୍ରାମ୍ୟ ଅର୍ଥନୀତିରେ ଦୁଗ୍‌ଧ ଚାଷ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହା ଛୋଟ ଓ ନାମମାତ୍ର ଚାଷୀଙ୍କ ଜୀବନଜୀବିକାରେ ବିଶେଷ ସହାୟକ ହୋଇଥାଏ । କୋଭିଡ ମହାମାରୀ ପରିପ୍ରେକ୍ଷୀରର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ଚାହିଦାରେ ବଡ଼ ଧରଣର ହ୍ରାସ ଘଟିଥିବାରୁ ଏହା ଦୁଗ୍‌ଧ ଚାଷୀଙ୍କ ଜୀବିକାକୁ ଗୁରୁତର ଭାବରେ ପ୍ରଭାବିତ କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି  । ଏହା ଚାଷୀଙ୍କ ଆର୍ଥିକ ଉନ୍ନତିରେ ସହାୟକ  ହେବ ।’’

ଏହା ବି ପଢ଼ନ୍ତୁ | ରିଲାଏନ୍ସ Jio ଆଣିଲା ନୂଆ ସ୍ମାର୍ଟଫୋନ୍ଜିଓଫୋନ୍ ନେକ୍ସଟ୍’; ଜଲ୍ଦି ବଜାରକୁ ଆସିବ ଏହି JioPhone Next

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛି ରାଜ୍ୟ ଦୁଗ୍ଧ ଚାଷୀ ମହାସଙ୍ଘ । ମହାସଙ୍ଘର ସଭାପତି ରବି ବେହେରା କହିଛନ୍ତି, ‘‘ରାଜ୍ୟ ସରକାରଙ୍କ ପକ୍ଷରୁ ନିଆ ଯାଇଥିବା ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ଏହା ଦ୍ବାରା ରାଜ୍ୟର ଏକ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବେ । କୋଭିଡ ମହାମାରୀ ସମୟରେ ଏଭଳି ଘୋଷଣା ସମୟପଯୋଗୀ। ତେବେ ଏହି ସହାୟତା ବିଳମ୍ବରେ ଆସିଥିଲେ ବି ଆମେ ଏହାକୁ ସ୍ବାଗତ କରୁଛୁ ।’’

ଏହା ବି ପଢ଼ନ୍ତୁ | TV ସିରିଏଲରେ ଭଗବାନ ଶିବଙ୍କ ଭୂମିକାରେ ଏହି ଅଭିନେତାମାନେ ଖୁବ୍ ପ୍ରଶଂସିତ ହୋଇଥିଲେ

ବେହେରା ଆହୁରି କହିଛନ୍ତି ଯେ ଲକଡାଉନ ଓ ସଟଡାଉନ ସମୟରେ ଗୋଖାଦ୍ୟର ଦାମରେ ହୋଇଥିବା ଅହେତୁକ ବୃଦ୍ଧିକୁ ସରକାର ନିୟନ୍ତ୍ରଣ କରିବା ଉଚିତ । ‘‘ଚାଷୀଙ୍କ ଉନ୍ନତି ପାଇଁ ପୂର୍ବ ଭଳି ଓମଫେଡ୍‌ ଗୋଖାଦ୍ୟ ଯୋଗାଇବାର ଆବଶ୍ୟକତା ଅଛି,’’ ସେ କହିଛନ୍ତି । ରାଜ୍ୟ ସରକାରଙ୍କ ଏହି ସହାୟତା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ଜଣେ ପ୍ରଡ୍ୟୁସର୍ ମୋତେ ହିରୋଙ୍କ ସହ ଶୋଇବାକୁ କହିଥିଲେସବୁ ଇଣ୍ଡଷ୍ଟ୍ରୀରେ ଏମିତି ହୁଏ…’’

ଏହି ଆର୍ଥିକ ସହାୟତା ପ୍ୟାକେଜ୍‌ ଦୁଗ୍ଧ ଚାଷୀମାନଙ୍କୁ ଖୁସି ଆଣିଦେଇଛି । ଏହା ଦ୍ବାରା ଗୋରୁଗାଈଙ୍କ ଦାନା କିଣିବାରେ ସେମାନଙ୍କୁ ସାହାଯ୍ୟ ମିଳିବ ଓ ଫଳରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ ବୋଲି ସେମାନେ ଆଶା ରଖିଛନ୍ତି । ବଲାଙ୍ଗିର ଜିଲ୍ଲାରେ ୧୦ ହଜାରରୁ ଅଧିକ ଦୁଗ୍ଧ ଚାଷୀ ଏହି ପ୍ୟାକେଜର ସୁବିଧା ପାଇବେ । ସେଥି ପାଇଁ ସେମାନେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।



କୋଭିଡ-୧୯ର ଦ୍ୱିତୀୟ ଲହରୀ ମଧ୍ୟରେ ରାଜ୍ୟବ୍ୟାପୀ ଲକଡାଉନ୍‌ ଜାରି ଥିବା ବେଳେ ଦୁଗ୍ଧ ଚାଷୀମାନେ ଭୀଷଣ ପ୍ରଭାବିତ ହୋଇଥିଲେ । ରାଜ୍ୟର ସବୁଠୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ ସମବାୟ ସମିତି ଓମଫେଡ୍‌ ପୂର୍ବରୁ ନିୟମିତ ଦୈନିକ ପ୍ରାୟ ୫.୪୫ ଲକ୍ଷ ଲିଟର୍‌ କ୍ଷୀର ନେଉଥିବା ବେଳେ ଲକଡାଉନ୍‌ ସମୟରେ କ୍ଷୀରର ଚାହିଦା କମ୍‌ ହୋଇଛି କହି ଏହାକୁ ଦୈନିକ ୨ ଲକ୍ଷ ଲିଟରରୁ ୩.୭୫ ଲକ୍ଷ ଲିଟର୍‌ ପର୍ଯ୍ୟନ୍ତ ହ୍ରାସ କରିଥିଲା । ଫଳରେ ଦୁଗ୍ଧ ଚାଷୀମାନେ ହଇରାଣ ହୋଇଥିଲେ ।
Published by: Anand ST Das
First published: June 24, 2021, 11:31 PM IST