କରୋନା ଯୋଗୁଁ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଆଣିଲେ ‘ଆଶିର୍ବାଦ’ ଯୋଜନା

ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି । ଜଣେ ବି ଅସହାୟ ଶିଶୁ ଯେପରି ଏହି ଯୋଜନାରୁ ବାଦ୍ ନ ପଡ଼ନ୍ତି ସେଥି ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ।

କରୋନା ଯୋଗୁଁ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଆଣିଲେ ‘ଆଶିର୍ବାଦ’ ଯୋଜନା
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ; (ପିଲାଟିର ଛବି ପ୍ରତୀକାତ୍ମକ)
  • News18 Odia
  • Last Updated: June 20, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ସଂକ୍ରମଣ କାରଣରୁ ବାପା, ମାଆ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶିଶୁମାନଙ୍କ ଲାଳନପାଳନ ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଶୀର୍ବାଦ’ ନାମରେ ଏକ ନୂଆ ଆର୍ଥିକ ସହାୟତା ଯୋଜନା ଘୋଷଣା କରିଛନ୍ତି । ଜଣେ ବି ଅସହାୟ ଶିଶୁ ଯେପରି ଏହି ଯୋଜନାରୁ ବାଦ୍ ନ ପଡ଼ନ୍ତି ସେଥି ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଯୋଜନା ଅନୁସାରେ ଉଭୟ ପିତାମାତାଙ୍କୁ ବା ଏକା ଥିବା ପାରେଣ୍ଟଙ୍କୁ (single parent) ହରାଇଥିବା ପ୍ରତି ପିଲାକୁ ମାସିକ ୨,୫୦୦ ଟଙ୍କା ମିଳିବ । କେବଳ ମୁଖ୍ୟ ଉପାର୍ଜନକାରୀ ବାପା ବା ମା’ ଜଣକୁ ହରାଇଥିବା ପ୍ରତି ପିଲାକୁ ମାସିକ ୧,୫୦୦ ଟଙ୍କା ମିଳିବ । ଏପ୍ରିଲ୍‌ ୧, ୨୦୨୦ରୁ ଉଭୟ ବାପା ଓ ମା’ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ପିଲାମାନଙ୍କ ଶିକ୍ଷା ଦୀଷା ଓ ଭରଣପୋଷଣ ପାଇଁ ଏହି ଘୋଷଣା କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଏହି ବଲିଉଡ୍ ସେଲିବ୍ରିଟିମାନଙ୍କ ଫିଟନେସ୍ ମନ୍ତ୍ର ହେଉଛି ଯୋଗ; ସେମାନେ ଦିନ ଆରମ୍ଭ କରନ୍ତି ଯୋଗରୁ

ରବିବାର ଦିନ ଘୋଷଣା କରାଯାଇଥିବା ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି । ଉଭୟ ବାପା ଓ ମା’ଙ୍କୁ ହରାଇଥିବା ପିଲା, ଏକାକୀ ପାରେଣ୍ଟଙ୍କୁ (single parent) ହରାଇଥିବା ପିଲା ଓ ଉପାର୍ଜନକାରୀ ବାପା ବା ମାଆଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲା ଏହି ଆର୍ଥିକ ସହାୟତାର ସୁଯୋଗ ପାଇବେ । ଆଶୀର୍ବାଦ ଯୋଜନା ଅନୁଯାୟୀ ବାପା ଓ ମା’ ଉଭୟଙ୍କୁ ହରାଇଥିବା ପିଲାମାନଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ବ୍ୟାଙ୍କ୍‌ ଖାତାରେ ପିଲାର ଭରଣପୋଷଣ, ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ମାସିକ ୨,୫୦୦ ଟଙ୍କା ଜମା କରାଯିବ ।

ଏହା ବି ପଢ଼ନ୍ତୁ | ‘‘ମୋଅକ୍ସିଜେନ୍ ସ୍ତର କମୁଛିଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ମୃତ୍ୟୁ ପୂର୍ବରୁ କହିଲେ ଅଭିନେତା ରାହୁଲ

ପିଲାକୁ ୧୮ ବର୍ଷ ହେବା ପର୍ୟ୍ୟନ୍ତ ଏହି ସହାୟତା ଜାରି ରହିବ । ତା’ ପୂର୍ବରୁ ଯଦି ପିଲାକୁ କେହି ପୋଷ୍ୟ ଭାବରେ ଗ୍ରହଣ କରନ୍ତି ତେବେ ଆଉ ସହାୟତା ଦିଆଯିବ ନାହିଁ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନା ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଏମିତି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇବେ ବୋଲି ବି ସରକାର ଘୋଷଣା କରିଛନ୍ତି ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

‘‘ଏହା ଭାରତ ବର୍ଷରେ ଏକ ଐତିହାସିକ ନିଷ୍ପତ୍ତି । ଏହା ପୂର୍ବରୁ କୌଣସି ରାଜ୍ୟରେ ଏ ଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନାହିଁ । ଏହି ଯୋଜନାରେ ଅସହାୟ ଶିଶୁମାନଙ୍କର ସୁରକ୍ଷା ଓ ଶିକ୍ଷା ପାଇଁ ସବୁ ପ୍ରକାର ଯୋଜନା ହୋଇଛି । ଏମିତି ପିଲାମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବି ସାମିଲ କରାଯିବ,’’ କହିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ଏହି ଯୋଜନା ଅନୁସାରେ ବାପା ଓ ମା’ଙ୍କ ମୃତ୍ୟୁ ପୂର୍ବରୁ ପିଲାମାନେ ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବେ । ମାତ୍ର ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ଯଦି ଅନ୍ୟ ସ୍ଥାନରେ ରହୁଥାନ୍ତି, ତେବେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ । ଯଦି ଆବଶ୍ୟକ ପଡ଼େ ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦୀୟ ବିଦ୍ୟାଳୟ ବା ସେହି ମାନର କୌଣସି ବିଦ୍ୟାଳୟରେ ଏହି ପିଲାମାନଙ୍କ ପଢ଼ିବା ପାଇଁ ସରକାର ସାହାଯ୍ୟ କରିବେ ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଝିଅଟି ଅଶ୍ଳୀଳ ଇଙ୍ଗିତର ବିରୋଧ କରିବାରୁ ନାବାଳକ ତାକୁ ନୃଶଂସ ଭାବେ ମାଡ଼ ମାରିଲା; VIDEO ଭାଇରାଲ୍

ପିଲାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ଯଦି ଚାହିଁବେ ତେବେ ପିଲାକୁ ଅନ୍ୟ ସ୍କୁଲରେ ପଢ଼ାଇବା ପାଇଁ ଶିକ୍ଷା ଅଧିକାର ଆଇନ ଅନୁସାରେ ଜିଲ୍ଲାପାଳ ସହଯୋଗ ଯୋଗାଇଦେବେ । ଉଚ୍ଚ ଶିକ୍ଷା ପାଇଁ ପିଲାକୁ ରାଜ୍ୟ ସରକାରଙ୍କ ଗ୍ରୀନ୍‌ ପ୍ୟାସେଜ୍‌ ଯୋଜନାରେ ବି ସହଯୋଗ ଯୋଗାଇ ଦିଆଯିବ । ଦାୟିତ୍ୱ ନେଇଥିବା ଆତ୍ମୀୟ ଯଦି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ପିଲାର ମଙ୍ଗଳକୁ ଦୃଷ୍ଟିରେ ରଖି ତାଙ୍କୁ ଏମିତି ଘର ବି ମଞୁର କରାଯିବ ।

ଏହା ବି ପଢ଼ନ୍ତୁ | ମମତା ବାନାର୍ଜୀଙ୍କୁଦେଶର ନେତାବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା; ବଢୁଛି ‘ଦିଦିଗିରି’

‘‘କରୋନା ଜନିତ ମାମଲାରେ ବହୁ ତ୍ରୁଟି ପରିଲକ୍ଷିତ ହେଉଛି । ଜଣେ ପିତା କି ମାତାଙ୍କର ଯଦି କରୋନା ସଂକ୍ରମଣରେ ମୃତ୍ୟୁ ହେଉଛି ତେବେ ମୃତ୍ୟୁ ରିପୋର୍ଟରେ ମୃତ୍ୟୁର କାରଣ କରୋନା ବୋଲି ଉଲ୍ଲେଖ ନ ରହି ମଲ୍ଟି-ଡିଜିଜ୍‌ ଲେଖା ହୋଇଥିବା ଦେଖିବାକୁ ମିଳୁଛି । ଏ କ୍ଷେତ୍ରରେ ସ୍ୱଚ୍ଛତା ନ ଆସିଲେ ଅନେକ ଅନାଥ ପିଲା ଆଶିର୍ବାଦ ଯୋଜନାରୁ ବାଦ ପଡ଼ିଯିବେ,’’ କହିଛନ୍ତି ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତି ।



ଆଶିର୍ବାଦ ଯୋଜନା ଅନୁସାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହି ପିଲାର ଭଲମନ୍ଦ ଉପରେ ନଜର ରଖବେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡି.ସି.ପି.ଓ.), ଚାଇଲ୍ଡଲାଇନ୍‌, ପଞ୍ଚାୟତସ୍ତରୀୟ କମିଟି ଓ ବ୍ଲକ୍‌ କମିଟି ସମେତ ସମାଜର ଫ୍ରଣ୍ଟଲାଇନ୍‌ ବ୍ୟକ୍ତିମାନଙ୍କ ଜରିଆରେ ଏମିତି ଅନାଥ ପିଲାମାନଙ୍କୁ ଚିହ୍ନଟ କରି ଏକ ତାଲିକା ପ୍ରସ୍ତୁତ ହେବ ।
Published by: Anand ST Das
First published: June 20, 2021, 11:59 PM IST