News18 Odia Digital
କଟକ: ଠିକ୍ ଗୋଟିଏ ବର୍ଷ ପରେ ପୁଣି ଆରମ୍ଭ ହୋଇଯାଇଛି ପ୍ରବାସୀଙ୍କ ଘର ବାହୁଡ଼ା । କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଘରକୁ ଫେରିଥିବା ପ୍ରବାସୀ ଓଡ଼ିଆ ଦେଶର ବିଭିନ୍ନ ରାଜ୍ୟରେ ଥିବା ନିଜ ନିଜ କର୍ମସଂସ୍ଥାନରେ ଯୋଗ ଦେବା ପାଇଁ ଚାଲିଯାଇଥିଲେ । କିନ୍ତୁ ଦେଶର ବିଭିନ୍ନ ରାଜ୍ୟରେ, ବିଶେଷ କରି ମହାରାଷ୍ଟ୍ର ଓ ଛତିଶଗଡ଼ରେ, କାମ କରୁଥିବା ପ୍ରବାସୀମାନେ ଲକଡାଉନ ଭୟରେ ପୁଣି ଥରେ ଜନ୍ମ ମାଟିକୁ ଫେରିବାରେ ଲାଗିଛନ୍ତି ।
କଟକ ରେଳ ଷ୍ଟେସନ ଦେଇ ଦୈନିକ ହଜାର ହଜାର ପ୍ରବାସୀ ଓଡ଼ିଆ ନିଜ ନିଜ ଘରକୁ ଫେରୁଛନ୍ତି । କେବଳ କଟକ ରେଳ ଷ୍ଟେସନ ଦେଇ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ସଂଖ୍ୟା ଚଳିତ ସପ୍ତାହରେ ଗତ ସପ୍ତାହ ଠାରୁ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଶୁକ୍ରବାର ସକାଳେ ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଥିଲା । ସକାଳ ପ୍ରାୟ ସାଢେ ୬ଟା ବେଳେ ଲେକମାନ୍ୟ ତିଲକ ଏକ୍ସପ୍ରେସ କଟକ ରେଳ ଷ୍ଟେସନରେ ପହଞ୍ଚିବା ପରେ ପୂରା ପ୍ଲାଟଫର୍ମ ଲେକାରଣ୍ୟ ହୋଇଯାଇଥିଲା ।
ଏହା ବି ପଢ଼ନ୍ତୁ | IPL 2021: ଆରମ୍ଭ ହେଲା କ୍ରିକେଟ୍ର ମହା କୁମ୍ଭ; ଜାଣନ୍ତୁ #IPL2021 ବିଷୟରେ ସବୁ କଥା
ଟ୍ରେନରୁ ଓହ୍ଲାଇଥିବା ଯାତ୍ରୀଙ୍କ ମଧ୍ୟରେ ମୁମ୍ବାଇରେ କାମ କରୁଥିବା ଓ କରେନା ସଂକ୍ରମଣ ଜନିତ ଲକଡାଉନ ଯୋଗୁଁ କାମ ବନ୍ଦ ହୋଇଯିବା ଫଳରେ ରୋଜଗାର ହରାଇଥିବା ଲୋକଙ୍କ ସଂଖ୍ୟା ଅଧିକ ଥିଲା । କେବଳ ଲେକମାନ୍ୟ ତିଲକ ଏକ୍ସପ୍ରେସ ନୁହେଁ, ବରଂ ହାଉଡ଼ା-ସିକନ୍ଦାରାବାଦ ଓ ରାୟପୁରରୁ ଆସୁଥିବା ଦୁର୍ଗ-ପୁରୀ ଏକ୍ସପ୍ରେସରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଅନେକ ରେଳ ଯାତ୍ରୀଙ୍କୁ କେବଳ ଥର୍ମାଲ୍ ସ୍କ୍ରିନିଂ କରି ଛାଡ଼ି ଦିଆ ଯାଉଛି ।
‘‘ମୁଁ ରାୟପୁରରେ ରାଜମିସ୍ତ୍ରୀ ଭାବେ କାମ କରେ । କିନ୍ତୁ ସେଠି କରୋନା ବ୍ୟାପିବା ଯୋଗୁଁ କାମ ମିଳିବା ବନ୍ଦ ହୋଇଯାଇଥିଲା । ସେଥି ପାଇଁ ଘରକୁ ଚାଲି ଆସିଲି । କେବେ ପୁଣି ରାୟପୁର ଯିବି ଠିକ୍ କରି ନାହିଁ । ପନ୍ଦର ଦିନ ପରେ ଦେଖିବା କ’ଣ ହେଉଛି...,’’ ଦୁର୍ଗ-ପୁରୀ ଏକ୍ସପ୍ରେସରୁ ଓହ୍ଲାଇବା ପରେ କହିଛନ୍ତି ଯାଜପୁର ବାସିନ୍ଦା ସନ୍ତୋଷ କୁମାର ନାୟକ ।
ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥା
ସମାନ ଦୃଶ୍ୟ ବାଦାମବାଡ଼ି ବସଷ୍ଟାଣ୍ଡରେ ମଧ୍ୟ ଦେଖିବାକୁ ମଳୁଛି । ବିଶେଷ କରି ରାତ୍ରିକାଳୀନ ବସଗୁଡ଼ିକରେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ଭିଡ଼ ବାଦାମବାଡ଼ିରେ ଦେଖିବାକୁ ମିଳୁଛି । ଏମିତି ତ ପ୍ରତି ଦିନ ରାଜ୍ୟ ବାହାରୁ ଯାତ୍ରୀମାନେ ବାଦାମବାଡ଼ିରେ ପହଞ୍ଚି ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି । କିନ୍ତୁ ଶୁକ୍ରବାର ଦିନର ଭିଡ଼ରେ ଘରକୁ ବାହୁଡୁଥିବା ପ୍ରବାସୀଙ୍କ ସଂଖ୍ୟା ବେଶ ଅଧିକ ଥିଲା ।
ଏହା ବି ପଢ଼ନ୍ତୁ | ବିବାହ ପରେ ସେକ୍ସ ପ୍ରତି ଆଗ୍ରହ କମ୍ ହୋଇଯାଏ କାହିଁକି? ଏହି ପ୍ରଶ୍ନର ଉତ୍ତର ଏଇଠି ଅଛି
‘‘ମୁଁ ୨୫ ଦିନ ତଳେ ମୁମ୍ବାଇ ଯାଇଥିଲି । କିନ୍ତୁ ଲକଡାଉନ୍ ଯୋଗୁଁ ମୁମ୍ବାଇରେ ସବୁ ବନ୍ଦବାନ୍ଦ ହୋଇଗଲା । ବ୍ୟବସାୟ ବି ପୂରା ଠାପ ହୋଇଗଲା । ସେଥି ପାଇଁ ମୁଁ କାମ କରୁଥିବା ହୋଟେଲରେ ଥିବା ସବୁ ଲୋକ ନିଜ ନିଜ ଘରକୁ ଚାଲିଗଲେ । ମୁଁ ବି ଚାଲିଆସିଲି,’’ କହିଛନ୍ତି ମୁମ୍ବାଇର ଏକ ହୋଟେଲରେ କାମ କରୁଥିବା ବିଜୟ ନାୟକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପଣବନ୍ଦୀ କୋବ୍ରା ଯବାନ ରାକେଶ୍ବରଙ୍କୁ ଛାଡ଼ିଦେଲେ ମାଓବାଦୀମାନେ; ‘‘ମୋ’ ଆଖିରେ ପଟି ବାନ୍ଧି...’’
ଏତେ ସଂଖ୍ୟକ ଲୋକ ସଂକ୍ରମଣ ବଢ଼ୁଥିବା ରାଜ୍ୟଗୁଡ଼ିକରୁ ଫେରୁଥିବା ସତ୍ତ୍ୱେ ସେମାନଙ୍କ କୋଭିଡ଼ ପରୀକ୍ଷା ହେଉନାହିଁ । ରାଜ୍ୟ ବାହାରୁ, ବିଶେଷ କରି ସଂକ୍ରମଣ ବଢ଼ିଥିବା ରାଜ୍ୟଗୁଡ଼ିକରୁ, ଫେରୁଥିବା ଲୋକଙ୍କର ଆର୍.ଟି.ପି.ସି.ଆର୍. କୋଭିଡ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କଟକରେ ତାହା ହେଉ ନ ଥିବା ଦେଖିବାକୁ ମିଳୁଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ‘କୁଛ କୁଛ ହୋତା ହୈ’ର ଅଞ୍ଜଳି ଏବେ ବଡ଼ ହୋଇ ଗ୍ଲାମରସ୍ ହୋଇଛନ୍ତି; ବୋଲ୍ଡ ଫଟୋ ଶେୟାର୍ କଲେ
ବାଦାମବାଡ଼ି ବସଷ୍ଟାଣ୍ଡରେ କରୋନା ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇ ନ ଥିବା ବେଳେ ରେଳ ଷ୍ଟେସନରେ କାଁ ଭାଁ ଯାତ୍ରୀଙ୍କ ଆଣ୍ଟିଜେନ୍ ପରୀକ୍ଷା ହେଉଛି । ଅନେକ ଯାତ୍ରୀଙ୍କୁ କେବଳ ଥର୍ମାଲ୍ ସ୍କ୍ରିନିଂ କରି ଛାଡ଼ି ଦିଆ ଯାଉଛି । ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ପୋଲିସ କର୍ମୀମାନେ ଶୁକ୍ରବାର ଠାରୁ ସ୍ବତନ୍ତ୍ର ଅଭିଯାନ ଚଳାଇଛନ୍ତି ।
‘‘ଆମେ ତିନିଟି ସିଫ୍ଟରେ ଏଠି ଡିୟୁଟି କରୁଛୁ । ଗୋଟିଏ ଦିନରେ ହାରାହାରି ୬୦ରୁ ୭୦ ଜଣଙ୍କ କୋଭିଡ ପରୀକ୍ଷା କରୁଛୁ । ସେଥି ମଧ୍ୟରୁ ଦୈନିକ ପାଞ୍ଚରୁ ଛଅ ଜଣ ଯାତ୍ରୀ କୋଭିଡ ପଜିଟିଭ୍ ମିଳୁଛନ୍ତି । ଯେଉଁମାନଙ୍କ ରିପୋର୍ଟ ପଜିଟିଭ୍ ଆସୁଛି ସେମାନଙ୍କୁ ଆମେ ଏସ୍.ସି.ବି. କୋଭିଡ ୱାର୍ଡ଼ରେ ଭର୍ତ୍ତି କରାଉଛୁ,’’ କହିଛନ୍ତି ରେଳ ଷ୍ଟେସନରେ କୋଭିଡ ପରୀକ୍ଷା ଦାୟିତ୍ବରେ ଥିବା ଜଣେ ସ୍ବାସ୍ଥ୍ୟ କର୍ମୀ ।