ଟ୍ରେନରେ ଓଡ଼ିଶା ଫେରୁଥିବା ଲୋକଙ୍କ ହାତରେ ଷ୍ଟାମ୍ପ ଲାଗିବ; ସେମାନେ କ୍ୱାରେଣ୍ଟାଇନରେ ରହିବେ

କେରଳ ପରେ ଆଉ ଏକ ଟ୍ରେନ ଗୁଜୁରାଟରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଓଡିଶା ଆସିବ । ସେହି ଟ୍ରେନ୍ କେବେ ଆସିବ ତାହା ସ୍ପଷ୍ଟ ହୋଇ ନାହିଁ, କିନ୍ତୁ ଖୁବ ଜଲଦି ଆସିବ ବୋଲି ସରକାର କହିଛନ୍ତି ।

ଟ୍ରେନରେ ଓଡ଼ିଶା ଫେରୁଥିବା ଲୋକଙ୍କ ହାତରେ ଷ୍ଟାମ୍ପ ଲାଗିବ; ସେମାନେ କ୍ୱାରେଣ୍ଟାଇନରେ ରହିବେ
କେରଳରେ ଟ୍ରେନ୍ ଚଢ଼ିବା ପୂର୍ବରୁ ଧାଡ଼ି ବାନ୍ଧି ବସିଛନ୍ତି ପ୍ରବାସୀ ଓଡ଼ିଆମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଟ୍ରେନ୍‌ ଯୋଗେ ବାହାର ରାଜ୍ୟରୁ ଓଡ଼ିଶା ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ନେଇ ରାଜ୍ୟ ସରକାର ସଜାଗ ଅଛନ୍ତି । ଓଡ଼ିଶା ପହଞ୍ଚିବା ପରେ ସେହି ଲୋକମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ ଓ ସେମାନଙ୍କ ଡାହାଣ ହାତରେ ଷ୍ଟାମ୍ପ ଲଗାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ଓଡ଼ିଶା ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ପଞ୍ଜିକରଣ କରିବା ବାଧ୍ୟତାମୂଳକ କରିଛନ୍ତି ସରକାର । ଯଦି କୌଣସି ବ୍ୟକ୍ତି ପଞ୍ଜିକରଣ କରିବେ ନାହିଁ, ତେବେ ତାଙ୍କୁ ରାଜ୍ୟକୁ ପ୍ରବେଶ କରାଇଦିଆଯିବ ନାହିଁ ।

‘‘ପ୍ରବାସୀ ଓଡ଼ିଆମାନଙ୍କର ରାଜ୍ୟରେ ପ୍ରବେଶ କରିବା ପାଇଁ ୧୧ଟି ସ୍ଥାନ ରହିଛି । ସେହି ସ୍ଥାନରେ ପ୍ରଶାସନ ପକ୍ଷରୁ ଚେକ୍‌ ପଏଣ୍ଟ କରାଯିବ । ସେଠାରେ ପ୍ରବାସୀ ଓଡ଼ିଆମାନଙ୍କ ଡାହାଣ ହାତରେ ଷ୍ଟାମ୍ପ ଲଗାଯିବ । ସେହି ଷ୍ଟାମ୍ପରେ ଫେରିବା ଦିନର ତାରିଖ ରହିବ । ସେହି ଦିନ ଠାରୁ ସେମାନେ କ୍ବାରେଣ୍ଟାଇନରେ ରହିବେ,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

କେରଳରୁ ୧,୨୦୦ ଓଡ଼ିଆ ଶ୍ରମିକଙ୍କୁ ଧରି ଏକ ବିଶେଷ ଟ୍ରେନ୍‌ ଶୁକ୍ରବାର ରାତିରେ ଯାତ୍ରା ଆରମ୍ଭ କରିବ ବୋଲି ସୂଚନା ଆସିବା ପରେ ମୁଖ୍ୟ ସଚିବ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ପ୍ରବାସୀ ଓଡ଼ିଆଙ୍କ ଥଇଥାନ ବିଷୟରେ ସୂଚନା ଦେଉଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।


‘‘ପ୍ରବାସୀ ଶ୍ରମିକମାନେ ଯେଉଁ ରାଜ୍ୟରୁ ଆସିବେ ସେଠାକାର ଜିଲ୍ଲା ପ୍ରଶାସନର ଅନୁମତି ଆଣିବେ । ହେଲେ ଓଡ଼ିଶାକୁ ଆସିବା ପୂର୍ବରୁ ପଞ୍ଜିକରଣ ବାଧ୍ୟତାମୂଳକ । ଓଡ଼ିଶାରେ ପହଞ୍ଚିବା ପରେ ଚେକ୍‌ ପଏଣ୍ଟରେ ଚେକ କରାଯିବ,’’ କହିଛନ୍ତି ତ୍ରିପାଠୀ ।

କେରଳ ପରେ ଆଉ ଏକ ଟ୍ରେନ ଗୁଜୁରାଟରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଓଡିଶା ଆସିବ । ସେହି ଟ୍ରେନ୍‌ କେବେ ଆସିବ ତାହା ସ୍ପଷ୍ଟ ହୋଇ ନାହିଁ, କିନ୍ତୁ ଖୁବ ଜଲଦି ଆସିବ ବୋଲି ସରକାର କହିଛନ୍ତି ।

ରେଳ ଷ୍ଟେସନରୁ ପ୍ରଶାସନ ଲୋକଙ୍କୁ ସେମାନଙ୍କ ଅଞ୍ଚଳକୁ ପଠାଇବାର ବ୍ୟବସ୍ଥା କରିବ। ସ୍ବାସ୍ଥ୍ୟାବସ୍ଥା ଭଲ ଥିଲେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିପାରିବେ । ହୋମ୍‌ କ୍ବାରେଣ୍ଟାଇନରେ ରହିଲେ ଘର ଆଗରେ ଲଗାଯିବ ଷ୍ଟିକର । ସହରାଞ୍ଚଳରେ ପେଡ୍‌ କ୍ବାରେଣ୍ଟାଇନର ବ୍ୟବସ୍ଥା କରାଯାଇଛି । କରୋନା ସମ୍ପର୍କୀତ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରିଛନ୍ତି ତ୍ରିପାଠୀ ।

‘‘ଆମ ରାଜ୍ୟର ବିନା କ୍ଲିୟରାନ୍ସରେ ଟ୍ରେନ୍‌ ଆସିପାରିବ ନାହିଁ ଓଡିଶାକୁ । ଆବଶ୍ୟକତା ଦୃଷ୍ଟିରୁ କିଛି ନିର୍ଦ୍ଦିଷ୍ଟ ଷ୍ଟେସନରେ ହିଁ ରହିବ ଟ୍ରେନ୍‌… କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା ହୋଇଥିବା ହୋଟେଲ୍‌ ଓ ଲଜରେ ରହିପାରିବେ ପ୍ରବାସୀ ଓଡ଼ିଆ,’’ ସେ କହିଛନ୍ତି । ପାଖାପାଖି ସାଢ଼େ ସାତ ଲକ୍ଷ ଲକ୍ଷ ଓଡ଼ିଆ ରାଜ୍ୟ ବାହାରେ ଅଛନ୍ତି ।
First published: May 1, 2020, 10:46 PM IST
corona virus btn
corona virus btn
Loading