News18 Odia Digital
ଭୁବନେଶ୍ୱର: କରୋନା ମହାମରୀ ଯୋଗୁଁ ନିଜ ଭିଟାମାଟିକୁ ଫେରି ଆସିଥିବା ପ୍ରବସୀ ଓଡ଼ିଆ ଏବେ ନିଜର ପୁରୁଣା କର୍ମ ସଂସ୍ଥାନକୁ ଫେରୁଛନ୍ତି । ଦୀର୍ଘଦିନ ଧରି ତାଲା ବନ୍ଦ ଯୋଗୁଁ ଘରେ ରହିବା ପରେ ପୁନର୍ବାର ଅନ୍ୟ ରାଜ୍ୟ ମୁହାଁ ହୋଇଛନ୍ତି । ଲକଡାଉନ ସମୟରେ କାମ ଧନ୍ଦା ବନ୍ଦ ରହିବା ସହ ସଞ୍ଚିତ ଅର୍ଥ ଶେଷ ହେବା ପରେ ପୁଣି ଜୀବିକା ପାଇଁ ଅନ୍ୟ ରାଜ୍ୟକୁ ଯିବା ଆରମ୍ଭ କରିଛନ୍ତି ବୋଲି ସୂଚନା ମିଳିଛି । ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ସହ ସହ ଶ୍ରମିକ ଶ୍ରେଣୀର ଲୋକ ଏବେ ଅନ୍ୟ ରାଜ୍ୟରୁ ଡାକରା ପାଇ ଯିବା ଆରମ୍ଭ କରିଛନ୍ତି । ନିଜର ଦକ୍ଷତା ଅନୁସାରେ ଅନ୍ୟ ରାଜ୍ୟରେ ସୁଯୋଗ ଥିବାରୁ ଏମାନେ ଏବେ କର୍ମ ସନ୍ଧାନରେ। କୋଭିଡ଼ ସ୍ଥିତି ଏବେବି ଗମ୍ଭୀର ଥିବା ବେଳେ ବିଭିନ୍ନ ଜିଲ୍ଲାରୁ ନିଜ ନିଜର କାମ ପାଇଁ ସେମାନେ ଫେରିବା ଆରମ୍ଭ କରିଛନ୍ତି।
''ଲକଡାଉନ ଯୋଗୁଁ କାମଧନ୍ଦା ନାହିଁ। ନିଜର ପରିବାର ପୋଷଣ ପାଇଁ ସମ୍ବଳ ନାହିଁ । ଆଉ କେତେଦିନ ବସିବୁ। ସେଠାରେ କାମ ଆରମ୍ଭ ହେବ ସହ ଡାକରା ଆସିଥିବାରୁ ଆମେ ଫେରି ଯାଉଛୁ.'' ଗୁଜୁରାଟରେ କାମ କରୁଥିବା ଏହି ଶ୍ରମିକ ଜଣକ କହିଛନ୍ତି। କେବଳ ଏହି ଜଣେ ନୁହନ୍ତି ଏହିପରି ଅନେକ ପ୍ରବାସୀ ନିଜ ଜୀବିକ ଅନ୍ୱେଷଣରେ ଅନ୍ୟ ରାଜ୍ୟ ମୁହାଁ ହୋଇଛନ୍ତି।
ଏହି ପରିସ୍ଥିତିରେ ପ୍ରବାସୀମାନେ ଫେରୁଥିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିରୋଧି ଅଭିଯୋଗ କରି କହିଛନ୍ତି ରାଜ୍ୟ ସରକାର କାମ ଯୋଗାଇ ନ ଦେବାରୁ ପ୍ରବାସୀ ମାନେ ପୁଣି ନିଜ ଜୀବିକ ଅନ୍ୱେଷଣ ବାହାରିଛନ୍ତି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ ସରକାର କାମ ଯୋଗାଇ ନଦେବାରୁ ଲୋକମାନେ ହତୋତ୍ସାହିତ ହୋଇ ଅନ୍ୟ ରାଜ୍ୟକୁ ଫେରିଯାଉଛନ୍ତି । ଅନ୍ୟ ରାଜ୍ୟରୁ ଡାକରା ପାଇବା ପରେ ଆସ୍ଥା ରଖି ନିଜ ଭିଟାମାଟି ଛାଡ଼ୁଛନ୍ତି । ରାଜ୍ୟ ସରକାର କିନ୍ତୁ ସେମାନଙ୍କୁ ବିଶ୍ୱାସ ଦେବାରେ ବିଫଳ । ସେ ନିଜ ଅଞ୍ଚଳର ଉଦାହରଣ ଦେଇ କହିଛନ୍ତି ପ୍ରତିଦିନ ସହ ସହ ଶ୍ରମିକ ବାହାରକୁ ଯାଉଛନ୍ତି।
"ରାଜ୍ୟ ସରକାର କାମ ଦେବାରେ ବିଫଳ। ସରକାରଙ୍କ ପାଖରେ ସାଧନ ନାହିଁ। କାମଧନ୍ଦା ନ ପାଇ ସେମାନେ ଅନ୍ୟ ରାଜ୍ୟକୁ ଫେରୁଛନ୍ତି। ଜୀବିକ ନରହିଲେ ଲୋକ ଜୀବନ କେମିତି ବଞ୍ଚିବ। କିନ୍ତୁ ସରକାର ସେମାନଙ୍କୁ କାମ ଦେବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି,'' କହିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ।
ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବଏହା ବି ପଢ଼ନ୍ତୁ | ଆମେରିକାରେ ୪ କୋଟି ଟଙ୍କାର ବୃତ୍ତି ପାଇ ପଢ଼ୁଥିବା ଭାରତୀୟ ଛାତ୍ରୀ ସଡ଼କ ଦୁର୍ଘଟଣାରେ ମୃତବିରୋଧୀ ଦଳଙ୍କ ଅଭିଯୋଗର ଜବାବ ରଖି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ ପ୍ରବାସୀ ମାନେ ବିଭିନ୍ନ ରାଜ୍ୟରୁ ଫେରିବା ପରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସେମାନଙ୍କୁ ସାମିଲ କରାଯାଇଛି । ଜୀବିକା ପାଇଁ ଦକ୍ଷତା ବିକାଶ ସହ ମନରେଗା ଭଳି ବିଭିନ୍ନ କ୍ଷେତ୍ରରେ କାମ ଯୋଗାଇ ଦିଆଯାଉଛି । ସହରାଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି କରାଯାଇଛି। ଆଗକୁ ସେମାନଙ୍କୁ କାମ ଧନ୍ଦା ଯୋଗାଇଦେବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି।
ସରକାରଙ୍କ ତଥ୍ୟ ଅନୁସାରେ କୋଭିଡ଼ ସମୟରେ ପ୍ରାୟ ସାଢ଼େ ଆଠ ଲକ୍ଷ ପ୍ରବାସୀ ଫେରିଛନ୍ତି। ତେବେ ବାହାରୁ ଆସିଥିବା ନିର୍ମାଣ ଶ୍ରମିକଙ୍କୁ କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ଼ରେ ଅନ୍ତର୍ଭୁକ୍ତ ନେଇ ପ୍ରକ୍ରିୟା ଜାରି ରହିଛି। କୋଭିଡ଼ ସମୟରେ ବାହାର ରାଜ୍ୟରୁ ଫେରିଥିବା ପ୍ରାୟ ୧ ଲକ୍ଷ ୪୦ ହଜାର ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ ନେଇ ସରକାର ଲକ୍ଷ ରଖିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।