News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହିତ କାର୍ଯ୍ୟ କରୁଥିବା ଓଡ଼ିଆ ଆଇ.ଏ.ଏସ୍. ଅଧିକାରୀ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କର (Odisha IAS officer Guruprasad Mohapatra) ଜୁନ୍ ୧୯ ତାରିଖରେ କୋଭିଡ୍ (COVID-19) ସମ୍ପର୍କିତ ଜଟିଳତା କାରଣରୁ ଦେହାନ୍ତ ହୋଇଯାଇଛି । ସେ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର (DPIIT) ସଚିବ ଥିଲେ । କିଛି ସପ୍ତାହ ତଳେ ଯେତେବେଳେ ଦେଶରେ COVID-୧୯ର ଦ୍ୱିତୀୟ ତରଙ୍ଗ ଆରମ୍ଭ ହୋଇଥିଲା, ନାଗରିକମାନଙ୍କ ଜୀବନ ବଞ୍ଚାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ମହାପାତ୍ର । ନିଜେ COVID-19 ରୋଗରେ ଆକ୍ରାନ୍ତ ହୋଇଥାଇ ବି ଓ ଦେହରେ ଉଚ୍ଚ ଜ୍ୱର ଥିବା ସତ୍ତ୍ୱେ ସେ (Guruprasad Mohapatra)ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣର ବ୍ୟବସ୍ଥା କରିଥିଲେ ।
ଡଃ ମହାପାତ୍ରଙ୍କ ଦେହାନ୍ତ ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ସମବେଦନା ଜଣାଇ କହିଛନ୍ତି, “DPIIT ସଚିବ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ ଦେହାନ୍ତରେ ମୁଁ ଦୁଃଖିତ। ମୁଁ ତାଙ୍କ ସହ ଗୁଜୁରାଟରେ ଓ କେନ୍ଦ୍ର ସରକାରରେ ବହୁତ କାମ କରିଥିଲି । ପ୍ରଶାସନିକ ସମସ୍ୟାଗୁଡିକ ବିଷୟରେ ତାଙ୍କର ବହୁତ ଭଲ ବୁଝାମଣା ଥିଲା ଓ ସେ ନିଜ ଅଭିନବ ଉତ୍ସାହ ପାଇଁ ଜଣାଶୁଣା ଥିଲେ । ତାଙ୍କ ପରିବାର ଓ ବନ୍ଧୁମାନଙ୍କ ପ୍ରତି ମୋ’ର ସମବେଦନା । ଓମ୍ ଶାନ୍ତି ।’’
ଏହା ବି ପଢ଼ନ୍ତୁ | ଚାଲିଗଲେ ଗାୟିକା ତପୁ ମିଶ୍ର; ତାଙ୍କୁ ଛଡ଼େଇନେଲା ନିଷ୍ଠୁର କରୋନା, ଅପେକ୍ଷା କଲାନି ଉନ୍ନତ ଚିକିତ୍ସା ପର୍ଯ୍ୟନ୍ତ
ଡଃ ମହାପାତ୍ର 'ଟିମ୍ ମୋଦି'ର ଶାସନ ଦର୍ଶନ ଓ କାର୍ଯ୍ୟଶୈଳୀର ଏକ ଉଦାହରଣ ଥିଲେ, ଯାହା ଅନୁସାରେ ଭାରତ ପ୍ରଥମେ ଆସେ ଓ ତା’ ପରେ ଆଉ ସବୁ କିଛି ଆସେ ।
କିଛି ସପ୍ତାହ ପୂର୍ବରୁ କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ରାଜ୍ୟଗୁଡିକ ଆବଶ୍ୟକ କରୁଥିବା ସମସ୍ତ ଜିନିଷ ଯୋଗାଇ ଦିଆଯିବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଥିବା ବେଳେ ସେହି ପ୍ରୟାସର ଏକ ପ୍ରମୁଖ ଅଂଶ ଥିଲା ବିଭିନ୍ନ ରାଜ୍ୟକୁ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ଯୋଗାଣ ସୁନିଶ୍ଚିତ କରିବା । ପ୍ରଧାନ ମନ୍ତ୍ରୀ ମୋଦି ଏହି କାମର ଦାୟିତ୍ୱ ମହାପାତ୍ରଙ୍କୁ ଦେଇଥିଲେ । ସମଗ୍ର ଦେଶରେ ମେଡିକାଲ ଅମ୍ଳଜାନ ଯୋଗାଣ ଉପରେ ନଜର ରଖିବା ଦାୟିତ୍ୱରେ ଥିବା ସଶକ୍ତୀକୃତ ଚିମର ମୁଖ୍ୟ ଥିଲେ ମହାପାତ୍ର ।
ଏହା ବି ପଢ଼ନ୍ତୁ | କାମ ଦେଲାନି ଏକମୋ ଚିକିତ୍ସା; COVID ଛଡ଼େଇନେଲା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ
ନିଜ କର୍ତ୍ତବ୍ୟ ପ୍ରତି ଡଃ ମହାପାତ୍ରଙ୍କର ପ୍ରତିବଦ୍ଧତାକୁ ଏହି କାର୍ଯ୍ୟରୁ ଅନୁଧ୍ୟାନ କରାଯାଇପାରେ ଯେ ସେ ନିଜେ କୋଭିଡ୍ ରୋଗରେ ଆକ୍ରାନ୍ତ ହୋଇଥିଲେ ବି ଏପ୍ରିଲ୍ ୧୯ ତାରିଖରେ ରାଜ୍ୟମାନଙ୍କୁ ଅମ୍ଳଜାନ ଯୋଗାଣର ସମୀକ୍ଷା କରିବା ପାଇଁ ଆୟୋଜିତ ସେହି ସଶକ୍ତୀକୃତ ଟିମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହାର କିଛି ଘଣ୍ଟା ପରେ ତାଙ୍କୁ ଦିଲ୍ଲୀର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଉଚ୍ଚ ଜ୍ୱର ସତ୍ତ୍ୱେ ସେ ନିଜକୁ ପୂରା ସପ୍ତାହର ପ୍ରତି ଘଣ୍ଟା ଉପଲବ୍ଧ କରାଇଥିଲେ । ପ୍ରାୟତଃ ପ୍ରତି ବୈଠକରେ ସେ ଭର୍ଚ୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିଲେ ଓ ଡାକ୍ତରୀ ଅମ୍ଳଜାନର ଦୈନିକ ବିତରଣ ପରିମାଣର ପ୍ରାୟ ୧୦ ଗୁଣ ବିତରଣ ସୁନିଶ୍ଚିତ କରିଥିଲେ ।
ଏହା ବି ପଢ଼ନ୍ତୁ | ନୟାଗଡ଼: ୬ ବର୍ଷର ଝିଅକୁ ମୋବାଇଲ୍ ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍ କରିବା ପରେ ହତ୍ୟା କଲା
କରୋନାର ଦ୍ୱିତୀୟ ତରଙ୍ଗର ଶିଖର ସମୟରେ ଗଣମାଧ୍ୟମର ଓ ସୋସିଆଲ ମିଡିଆର ଅନେକ ଲୋକ ଗୁରୁପ୍ରସାଦ ମହାପାତ୍ର, ସୁମିତା ଦାୱରା ଓ ଅନ୍ୟ ଅଧିକାରୀମାନଙ୍କ ଲଗାତର କାର୍ଯ୍ୟ ଉପରେ ମନ୍ତବ୍ୟ ଦେଇଥିଲେ, କେମିତି ବିଭିନ୍ନ ଅଦାଲତରେ ଶୁଣାଣିରେ ଏହି ଅଦିକାରୀମାନେ ନିରନ୍ତର ଭାବେ ଯୋଗଦେଉଥିଲେ । ଯଦିଓ ଏହା ସେମାନଙ୍କୁ ନିଜ ମୁଖ୍ୟ କାର୍ଯ୍ୟରୁ ଅନ୍ୟତ୍ର ଟାଣିନେଉଥିଲା, ତଥାପି ସେମାନେ ଅକ୍ଲାନ୍ତ ପରିଶ୍ରମ କରିବାରେ ଲାଗିଥିଲେ । ସେମାନେ ବ୍ୟକ୍ତିଗତ ଭାବରେ ସଂକ୍ରମିତ ହୋଇଥିଲେ ବି ଏକାଧିକ ଦୈନିକ ଅଦାଲତୀ ଶୁଣାଣିରେ ଭାଗ ନେଇଥିଲେ ଓ ତଥାପି ଦେଶର COVID ମୁକାବିଲା ସ୍ଥିତିକୁ ସୁଦୃଢ଼ କରିବା ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିଥିଲେ ।
ଏହା ବି ପଢ଼ନ୍ତୁ | ରାଜ୍ୟରେ ଗରିବ ଓ କାଳିଆ ଯୋଜନାର ଚାଷୀଙ୍କ ପାଇଁ ବଡ଼ ଆର୍ଥିକ କୋଭିଡ୍ ପ୍ୟାକେଜ୍ ଘୋଷଣା କଲେ ନବୀନ
COVID ସଙ୍କଟ ସମୟରେ ଥରେ ପ୍ରଧାନ ମନ୍ତ୍ରୀ ମୋଦି ପଶ୍ଚିମ ବଙ୍ଗ ଗସ୍ତରୁ ଫେରି ରାତି ୧୧ଟା ବେଳେ ଅଧିକାରୀମାନଙ୍କର ଏକ ଟିମ୍ ସହିତ ଏକ ବୈଠକ ଆରମ୍ଭ କରିଥିଲେ । ଏହି ବୈଠକରେ ଗୁରୁପ୍ରସାଦ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନ ମନ୍ତ୍ରୀ ମୋଦି ତାଙ୍କୁ ଦେଖି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ସେ ନିଜେ ଅସୁସ୍ଥ ଥିବା ସତ୍ତ୍ୱେ କାହିଁକି ଏତେ ରାତିରେ କାମ କରୁଛନ୍ତି ବୋଲି ମୋଦି ପଚାରିଥିଲେ । ମହାପାତ୍ର ଉତ୍ତର ଦେଇ କହିଥିଲେ ଯେ ସେ ଠିକ୍ ହୋଇଯିବେ ଓ ସେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଠାରୁ ପ୍ରେରଣା ନେଇ ଦେଶକୁ ନିଜ ଠାରୁ ଆଗେ ରଖି ଅସୁସ୍ଥ ଥିବା ସତ୍ତ୍ୱେ ବିନା ବିରତିରେ କାର୍ଯ୍ୟ କରୁଛନ୍ତି ଓ ସେ ମୋଦିଙ୍କୁ ଅନୁକରଣ କରିବା ଜାରି ରଖିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ପହିଲି ରଜରେ କାହିଁକି ମନ ଉଦାସ ହେଲା? ଭଦ୍ରକରେ ଭଡ଼ା ଘରେ ପଙ୍ଖାରୁ ଝୁଲି ଜୀବନ ଦେଲେ ଯୁବତୀ
ଡଃ ଗୁରୁପ୍ରସାଦ ମହାପାତ୍ର ୧୯୮୬ ବ୍ୟାଚ୍ ଗୁଜୁରାଟ କ୍ୟାଡରର ଆଇ.ଏ.ଏସ୍. ଅଧିକାରୀ ଥିଲେ । ସେ ୧୯୯୯ରୁ ୨୦୦୨ ପର୍ଯ୍ୟନ୍ତ ସୁରଟର ମ୍ୟୁନିସିପାଲ୍ କମିଶନର ଭାବରେ କାର୍ଯ୍ୟ କରିଥିଲେ । ସେଠାରେ ଥିବା ସମୟରେ ଭଲ କାମ ପାଇଁ ତାଙ୍କୁ ଆଜି ବି ସ୍ମରଣ କରାଯାଏ । ପରେ ଅହମଦାବାଦର ମ୍ୟୁନିସିପାଲ୍ କମିଶନର ଭାବରେ ସେ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାବରମତୀ ରିଭରଫ୍ରଣ୍ଟ୍, ବି.ଆର୍.ଟି.ଏସ୍., କାଙ୍କାରିଆ ଲେକ୍-ଫ୍ରଣ୍ଟ୍ ଓ ହେରିଟେଜ୍ ପ୍ରମୋସନ୍ ଭଳି ପ୍ରକଳ୍ପରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ୪ ଛୁଆ ଓ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ଓ ବାପା ମଲେ
କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ସହ ଭାରତର ମୁକାବିଲାରେ ବଡ଼ ଭୂମିକା ନିର୍ବାହ କରିଥିବା ମହାପାତ୍ର ଦେଢ଼ ମାସ ଧରି ଏହି ମହାମାରୀ ସହ ନିଜେ ଲଢ଼ିବା ପରେ ଜୁନ୍ ୧୯ ତାରିଖରେ ମୃତ୍ୟୁ ବରଣ କରିଥିଲେ । ଗୁରୁପ୍ରସାଦ ମହାପାତ୍ରଙ୍କୁ ଆସନ୍ତା ବର୍ଷ ଅବସର ନେବାର ଥିଲା, କିନ୍ତୁ ତା’ ପୂର୍ବରୁ ସେ ଦେଶକୁ ନିଜର ସର୍ବସ୍ୱ ଦେଇଥିଲେ ।
ଏହା ବି ପଢ଼ନ୍ତୁ | ୬ ମାସ ପରେ ଜେଲ୍ରୁ ବାହାରିବା ବେଳେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁରେ ହସ ନ ଥିଲା
ତାଙ୍କ ଅକାଳ ମୃତ୍ୟୁରେ କ୍ୟାବିନେଟ ସଚିବ ରାଜୀବ ଗୌବା ଗଭୀର ଶୋକ ପ୍ରକାଶ କରିଛନ୍ତି । ଗୁରୁପ୍ରସାଦ ମହାପାତ୍ରଙ୍କ ଉଦାହରଣକୁ ପ୍ରଶଂସା କରି ଗୌବା କହିଛନ୍ତି, “ଗତ ଦୁଇ ମାସ ମଧ୍ୟରେ ସେ ନିଜେ କୋଭିଡ୍ ରୋଗରେ ପୀଡିତ ଥାଇ ମଧ୍ୟ ନିଜ କାର୍ଯ୍ୟ ପ୍ରତି ପ୍ରତିବଦ୍ଧ ରହିଥିଲେ ଓ କ୍ରମାଗତ ଭାବରେ ସମଗ୍ର ଦେଶରେ ଅମ୍ଳଜାନ ଯୋଗାଣ ଉପରେ ନଜର ରଖିଥିଲେ । ତାଙ୍କର ସକ୍ରିୟ ପଦକ୍ଷେପ ଓ ଜନ ସେବା ପ୍ରତି ପ୍ରତିବଦ୍ଧତା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ । ।’’
ଗୁରୁପ୍ରସାଦ ମହାପାତ୍ର ‘ଟିମ୍ ମୋଦି’ରେ ଥିବା ବ୍ୟକ୍ତିମାନଙ୍କର ଏକ ଉଜ୍ଜ୍ୱଳ ଉଦାହରଣ ଥିଲେ, ଯେଉଁମାନେ କଠିନ ପରିଶ୍ରମ କରନ୍ତି, କେବେ ଅଟକି ଯାଆନ୍ତି ନାହିଁ ଓ ଦେଶବାସୀଙ୍କ ସ୍ୱାର୍ଥକୁ ଅନ୍ୟ ସବୁ କିଛିଠାରୁ ଆଗରେ ରଖନ୍ତି – ଆଉ ବେଳେବେଳେ ନିଜ ସ୍ୱାସ୍ଥ୍ୟକୁ ମଧ୍ୟ ଅଣଦେଖା କରନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।