କରୋନାରେ ଇଂଲଣ୍ଡରେ ଥିବା ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ହେଲା; ଇନ୍ଦୋରରେ ୨ ଡାକ୍ତରଙ୍କ ମୃତ୍ୟୁ

ଏହି ଓଡ଼ିଆ ଡାକ୍ତର ରାଧାରମଣ ଶର୍ମାଙ୍କ ଘର କଟକର ମାରୱାଡି଼ପଟିରେ । ସେ ନିଜ ପରିବାର ସହ ଗତ କିଛି ବର୍ଷ ହେଲା ଇଂଲଣ୍ଡର କେଣ୍ଟରେ ରହୁଥିଲେ ।

କରୋନାରେ ଇଂଲଣ୍ଡରେ ଥିବା ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ହେଲା; ଇନ୍ଦୋରରେ ୨ ଡାକ୍ତରଙ୍କ ମୃତ୍ୟୁ
ନିଜ ପତ୍ନୀଙ୍କ ସହ ଡାକ୍ତର ରାଧାରମଣ ଶର୍ମା
  • News18 Odia
  • Last Updated: April 11, 2020, 1:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସରେ ସଂକ୍ରମିତ ହୋଇ ଇଂଲଣ୍ଡରେ କାର୍ଯ୍ୟରତ ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଆଁ ଡାକ୍ତର ରାଧାରମଣ ଶର୍ମା । ସେ ଜଣେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଥିଲେ । ଏହା ପୂର୍ବରୁ କରୋନା ଭାଇରସ୍‌ (କୋଭିଡ-୧୯) କାରଣରୁ ମଧ୍ୟ ପ୍ରଦେଶର ଇନ୍ଦୋରରେ ଦୁଇ ଜଣ ଡାକ୍ତରଙ୍କ ପ୍ରାଣ ଯାଇଛି ।

ଏହି ଓଡ଼ିଆ ଡାକ୍ତର ରାଧାରମଣ ଶର୍ମାଙ୍କ ଘର କଟକର ମାରୱାଡି଼ପଟିରେ । ସେ ନିଜ ପରିବାର ସହ ଗତ କିଛି ବର୍ଷ ହେଲା ଇଂଲଣ୍ଡର କେଣ୍ଟରେ ରହୁଥିଲେ । ତାଙ୍କ ବୟସ ପାଖାପାଖି ୭୦ ବର୍ଷ ଥିଲା । ସେ କଟକର ଷ୍ଟଆର୍ଟ୍‌ ସ୍କୁଲରେ ପାଠ ପଢ଼ିଥିଲେ ଓ ଏସ୍‌.ସି.ବି. ମେଡିକାଲ କଲେଜରୁ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ ।

ଡାକ୍ତର ଶର୍ମାଙ୍କ ମୃତ୍ୟୁର ଖବର ପାଇ କଟକରେ ଥିବା ତାଙ୍କ ପରିଜନଙ୍କ ମଧ୍ୟରେ ଗଭୀର ଶୋକ ଖେଳିଯାଇଛି । ଡାକ୍ତର ଶର୍ମାଙ୍କ ବିୟୋଗରେ ଇଂଲଣ୍ଡର ଓଡ଼ିଆ ସମାଜ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

ଗତ ତିନି ଦିନ ମଧ୍ୟରେ ମଧ୍ୟ ପ୍ରଦେଶର ଇନ୍ଦୋର ସହରରେ କାର୍ଯ୍ୟରତ ଦୁଇ ଜଣ ଡାକ୍ତର କରୋନା ଭାଇରସ୍ ସଂକ୍ରମଣରେ ପ୍ରାଣ ହରେଇଛନ୍ତି । ସେ ଦୁହିଁଙ୍କ ନାମ ଶତୃଘ୍ନ ପଞ୍ଜୱାଣି ଓ ଓମ୍‌ ପ୍ରକାଶ ଚୌହାନ ।

ଡାକ୍ତର ଚୌହାନ ଶୁକ୍ରବାର ସକାଳେ ମୃତ୍ୟୁ ବରଣ କରିଥିଲେ । ସେ ଜଣେ ଜେନେରାଲ୍‌ ଫିଜିସିଆନ୍‌ ଥିଲେ ଓ ଇନ୍ଦୋରର ମାରିମାଟା ଚୌରାହା ଅଞ୍ଚଳରେ ଏକ ଘରୋଇ କ୍ଲିନିକ୍ ଚଳାଉଥିଲେ । ତିନି ଦିନ ପୂର୍ବେ ସେ କରୋନା ଭାଇରସ୍‌ ପଜିଟିଭ୍ ଭାବେ ପରୀକ୍ଷିତ ହୋଇଥିଲେ । ତାଙ୍କୁ ଅରୋବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଗୁରୁବାର ଦିନ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଇନ୍ଦୋରର ଡକ୍ଟର ଶତୃଘ୍ନ ପଞ୍ଜୱାଣିଙ୍କ ମୃତ୍ୟୁ ହୋଇଥିଲା । ସେ ବି ଶ୍ରୀ ଅରୋବିନ୍ଦ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଦୁଇ ଡାକ୍ତର କୋଭିଡ-୧୯ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ନ ଥିଲେ ।

ଭାରତରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୭,୪୪୭ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୨୩୯କୁ ବୃଦ୍ଧି ପାଇଛି । ଦେଶରେ ଗତ ୨୪ ଘଣ୍ଟାରେ ୧,୦୩୫ ନୂଆ କରୋନା ଭାଇରସ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ଓ ୪୦ଟି ମୃତ୍ୟୁ ଘଟିଛି । ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ି ୨୩୯ ହୋଇଛି ଓ ପଜିଟିଭ୍ ଲୋକଙ୍କ ସଂଖ୍ୟା ୭,୪୪୭କୁ ବୃଦ୍ଧି ପାଇଛି । ଏବେ ୬,୫୬୫ ଜଣ ଆକ୍ରାନ୍ତ ଲୋକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
First published: April 11, 2020, 1:48 PM IST
corona virus btn
corona virus btn
Loading