ବଢ଼ୁଛି ବସ୍, ଆସୁଛନ୍ତି ଯାତ୍ରୀ; ସ୍ବାଭାବିକ ସ୍ଥିତି ଆଡ଼କୁ ମୁହାଁଉଛି ରାଜ୍ୟରେ ବସ୍ ଚଳାଚଳ

କିଛି ଦିନ ମଧ୍ୟରେ ରାଜ୍ୟର ସବୁ ଅଞ୍ଚଳରୁ ଦୈନିକ ଅତି କମରେ ୫ଟି ଲେଖାଏଁ ବସ୍ ଚାଲିବ । ଆଉ କିଛି ସ୍ଥାନରୁ ଅଡ୍-ଇଭିନ୍ ଢାଞ୍ଚାରେ ବସ୍ ଚଳାଯିବ ବୋଲି ବସ ମାଲିକ ମହାସଙ୍ଘ କହିଛି ।

ବଢ଼ୁଛି ବସ୍, ଆସୁଛନ୍ତି ଯାତ୍ରୀ; ସ୍ବାଭାବିକ ସ୍ଥିତି ଆଡ଼କୁ ମୁହାଁଉଛି ରାଜ୍ୟରେ ବସ୍ ଚଳାଚଳ
କଟକ ବାଦାମବାଡ଼ି ବସ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଛନ୍ତି କିଛି ଯାତ୍ରୀ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟରେ ଘରୋଇ ବସ ଚଳଚଳର ଆରମ୍ଭ ହେବାର ଆଜି ହେଉଛି ତୃତୀୟ ଦିନ । ତେବେ ପୂର୍ବ ଦୁଇ ଦିନ ଅପେକ୍ଷା ଆଜି ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି । ବସଷ୍ଟାଣ୍ଡଗୁଡ଼ିକରେ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଥିବା ବେଳେ ବସ ଗୁଡ଼ିକର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

ବସ ଯାତ୍ରା ପ୍ରତି ଲୋକଙ୍କ ଆଗ୍ରହକୁ ଦେଖି କଟକ ବାଦାମବାଡ଼ି ବସଷ୍ଟାଣ୍ଡ ନିକଟରେ ଥିବା ଘରୋଇ ବସର ବୁକିଂ କାଉଣ୍ଟରଗୁଡ଼ିକ ମଧ୍ୟ ଖୋଲିବାରେ ଲାଗିଛି । ପ୍ରଥମ ଦିନ ଗୋଟିଏ ବି କାଉଣ୍ଟର ଖୋଲି ନ ଥିବା ବେଳେ ଆଜି ୪ଟି କାଉଣ୍ଟର ଖୋଲିଛି । ସେଠାରେ କଟକ ଦେଇ ଯାତାୟତ କରୁଥିବା ସମସ୍ତ ଘରୋଇ ବସର ଟିକେଟ୍ ଉପଲବ୍ଧ ହେଉଛି । କିନ୍ତୁ ଯେଉଁ ରୁଟ୍‌ରେ ଯେଉଁ ବସଗୁଡିକ ଚାଲିଛି କିମ୍ବା ଚାଲିବ ବୋଲି ସୂଚନା ମିଳୁଛି କେବଳ ସେହି ବସଗୁଡ଼ିକର ଟିକେଟ୍ ହିଁ ବିକ୍ରି କରାଯାଉଛି ।

ବସ ଚଳାଚଳ ଆରମ୍ଭ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ବାଦାମବାଡ଼ି ବସଷ୍ଟାଣ୍ଡକୁ ଯାତ୍ରୀ ଆସିବାରେ ଲାଗିଛନ୍ତି । କିନ୍ତୁ ସମସ୍ତ ରୁଟରେ ବସ ନ ଚାଲିବା ଏବଂ ଯେଉଁ ବସଗୁଡ଼ିକ ଚାଲୁଛି ତାହାର ନିର୍ଦ୍ଦିଷ୍ଟ ସମୟ ନ ଥିବାରୁ ଯାତ୍ରୀମାନଙ୍କୁ ସମସ୍ୟା ଭୋଗିବାକୁ ପଡୁଛି ।

‘‘ମୁଁ ରାୟଗଡ଼ାରେ ଜେ.କେ. ପେପର ମିଲରେ କାମ କରେ । ରାୟଗଡ଼ାରୁ ଗୋଟିଏ ବେସରକାରୀ ବସରେ ଆସି ଭୋରରୁ ବାଦାମବାଡ଼ିରେ ବସିଛି । ବାଲେଶ୍ବର ଯିବା ପାଇଁ ବସକୁ ଅପେକ୍ଷା କରିଛି । ଶୁଣୁଛି ଯେ ଦିନ ୧୧ଟାରେ ଗୋଟିଏ ବସ ଏଠୁ ବାଲେଶ୍ବର ଯିବ । ବସ ଆସିଲେ ଘରକୁ ଯିବି,’’ କହିଛନ୍ତି ଯାତ୍ରୀ ସନ୍ତୋଷ ମୁଦୁଲି ।

ବାଦାମବାଡ଼ି ବସଷ୍ଟାଣ୍ଡରେ ନିଜ ଭେରାଇଟି ଷ୍ଟୋରରେ କେଦାର ରାଓ


ବସ ସଂଖ୍ୟା ବୃଦ୍ଧି କରିବା ପାଇଁ କିଛି ନୂଆ ପଦକ୍ଷେପ ଗ୍ରହଣ କରିବା ପାଇଁ ଯୋଜନା କରିଛି ରାଜ୍ୟ ଘରୋଇ ବସ ମାଲିକ ମହାସଙ୍ଘ । ରାଜ୍ୟର କିଛି ଅଞ୍ଚଳରୁ ଅତିକମରେ ଦୈନିକ ୫ଟି ଲେଖାଏଁ ବସ ନିଜର ପୂର୍ବ ନିର୍ଦ୍ଧାରିତ ରୁଟରେ ଚଳାଯିବ । ଏହ ସହ କିଛି ସ୍ଥାନରୁ ଅଡ଼-ଇଭିନ ଢାଞ୍ଚାରେ ବସ ଚଳାଇବା ନେଇ ବିଚାର କରୁଛି ମହାସଙ୍ଘ ।

‘‘ଅନେକ ରୁଟରେ ନାଇଟ୍‌ କୋଚ୍‌ ବସ ଚାଲିବା ଆରମ୍ଭ ହୋଇଛି । ଦିନ ବେଳା ଚାଲୁଥିବା ବସର ସଂଖ୍ୟା ବଢାଇବା ପାଇଁ ଯୋଜନା କରାଯାଉଛି । ଆଗାମୀ ଦୁଇ ତିନି ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର ଓ ଚଣ୍ଡିଖୋଲରୁ ଦିନକୁ ୫ରୁ ୧୦ ଖଣ୍ଡ ବସ ଚଲାଇବା ପାଇଁ ଯୋଜନା ହେଉଛି । ଏହା ସହିତ ଅନୁଗୁଳ ଓ ଢେଙ୍କାନାଳ ରୁଟରେ ଅଡ଼-ଇଭିନ୍ ଢାଞ୍ଚାରେ ବସ ଚଳାଇବା ନେଇ ମଧ୍ୟ ସେଠାକାର ମାଲିକ ସଙ୍ଘ ପ୍ରସ୍ତାବ ଦେଇଛନ୍ତି,’’ କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ।

ଏହାରି ଭିତରେ ବାଦାମବାଡ଼ି ବସଷ୍ଟାଣ୍ଡରେ ଦେକାନଗୁଡ଼ିକ ମଧ୍ୟ ଖେଲିବାରେ ଲାଗିଲାଣି । ଯାତ୍ରୀ ଆସିବାରୁ ବ୍ୟବସାୟୀମାନେ ଦୁଇ ପଇସା ରୋଜଗାର କରିବାର ସୁଯୋଗ ପାଉଥିବା କହିଛନ୍ତି ।

‘‘ଦୁଇ ଦିନ ହେଲା ଦେକାନ ଖୋଲିଛି । ପ୍ରଥମ ଦିନ ଯେମିତି ସେମିତି ଚାଲିଗଲା । କାଲି ୩ଶହ ଟଙ୍କାର ବେପାର କରିଛି,’’ ଅଳ୍ପ ଖୁସି ବ୍ୟକ୍ତ କରି କହିଛନ୍ତି ବାଦାମବାଡ଼ି ବସଷ୍ଟାଣ୍ଡରେ ଭେରାଇଟି ଷ୍ଟୋର କରିଥିବା କେଦାର ରାଓ ।

ଏହା ବି ପଢ଼ନ୍ତୁ: 

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’


ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ

First published: May 30, 2020, 8:38 PM IST
corona virus btn
corona virus btn
Loading