ଏଣିକି ଡୋର ଟୁ ଡୋର ହେବ ଟେଷ୍ଟିଂ; ଦିନକରେ ହେଉଛି ୩୦୦ ଟେଷ୍ଟ

ବର୍ତ୍ତମାନ କରୋନା ସ୍ଥିତିକୁ ଆଖି ଆଗରେ ରଖି ବିଏମସି ପକ୍ଷରୁ ନିଆଯାଇଛି ଏଭଳି ନିଷ୍ପତ୍ତି l ଭୁବନେଶ୍ୱର ୩୫୦ରୁ ଉର୍ଦ୍ଧ ବସ୍ତିରେ ଡୋର ଟୁ ଡୋର ବୁଲି କୋଭିଡ ଟେଷ୍ଟ କରିବ ବିଏମସି l

ଏଣିକି ଡୋର ତୁ ଡୋର କରୋନା ଟେଷ୍ଟ ହେବ (ପ୍ରତୀକାତ୍ମକ ଛବି)

ଏଣିକି ଡୋର ତୁ ଡୋର କରୋନା ଟେଷ୍ଟ ହେବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବର୍ତ୍ତମାନ କରୋନା ସ୍ଥିତିକୁ ଆଖି ଆଗରେ ରଖି ବିଏମସି ପକ୍ଷରୁ ନିଆଯାଇଛି ଏଭଳି ନିଷ୍ପତ୍ତି l ଭୁବନେଶ୍ୱର ୩୫୦ରୁ ଉର୍ଦ୍ଧ ବସ୍ତିରେ ଡୋର ଟୁ ଡୋର ବୁଲି କୋଭିଡ ଟେଷ୍ଟ କରିବ ବିଏମସି l

କିଛି ଦିନ ଅନ୍ତର ପରେ ଏବେ ରାଜଧାନୀରେ କୋଭିଡ ସ୍ଥିତି ପୁଣି ସଙ୍ଗୀନ ହେବାରେ ଲାଗିଛି । ଏନେଇ ବିଏମ୍ସି ଏଣୁ ଭୁବନେଶ୍ୱର ବସ୍ତି ଅଞ୍ଚଳରେ ପୁଣି ଆରମ୍ଭ ହେଲା ରେପିଡ଼ ଆଣ୍ଟିଜେନ ଟେଷ୍ଟ l  ପ୍ରାଥମିକ ପର୍ଯ୍ୟାୟ ରେ ଟେଷ୍ଟିଙ୍ଗ ପ୍ରକ୍ରିୟା କେତେକ ବସ୍ତିରେ ଆରମ୍ଭ ହୋଇଥିବା ବେଳେ l ପର୍ବପର୍ବାଣୀରେ ହୋଇଥିବା ଭିଡ଼ଭାଡ଼କୁ ଆଖିଆଗରେ ରଖି ସଂକ୍ରମଣ ବଢିବା ଆଶଙ୍କାରେ ଆରମ୍ଭ ହୋଇଛି ପ୍ରକ୍ରିୟା l

ସଂକ୍ରମଣ ବଢିବା ଆଶଙ୍କାରେ ପୁଣି ୩୫୦ରୁ ଉର୍ଦ୍ଧ୍ବ ବସ୍ତିରେ ହେବ ଏହି ରାପିଡ଼ ଆଣ୍ଟିଜେନ ଟେଷ୍ଟ l ପାର୍ବଣରେ ହୋଇଥିବା ଭିଡ଼ ପାଇଁ ସଂକ୍ରମଣର ରହିଛି ଆଶଙ୍କା। ଏଥିପାଇଁ ପୂର୍ବରୁ ଟେଷ୍ଟିଙ୍ଗ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ବିଏମସି l ରାଜ୍ୟରେ ସଂକ୍ରମଣ ହାର ବଢ଼ୁଥିବାବେଳେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ରେଡ ଜୋନରେ ରହିଛି l ଯେଉଁଠି ମୋଟ ସଂକ୍ରମଣର ୪୦ ପ୍ରତିଶତ ଖୋର୍ଦ୍ଧା ଜିଲ୍ଲାର। ଆଉ ଖୋର୍ଦ୍ଧା ଜିଲ୍ଲା ପାଇଁ ଚିନ୍ତା ବଢ଼ାଉଛି ସ୍ମାର୍ଟ ସିଟି ଭୁବନେଶ୍ୱର। ତେଣୁ ଏହାକୁ ଆଖିଆଗରେ ରଖି ଆଜି ଭୁବନେଶ୍ୱର ର ବିଭିନ୍ନ ବସ୍ତିରେ ଟେଷ୍ଟିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇଛି l ଅଞ୍ଚଳ ଜେଡିସି ଓ ଲାବଟେକ୍ନିସିଆନ ଓ ଅଙ୍ଗନବାଡି କର୍ମୀଙ୍କ ସହାୟକରେ ଏହି ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି l କେବଳ ଟେଷ୍ଟିଙ୍ଗ ନୁହେଁ ବରଂ ବସ୍ତି ଅଂଚଳର ଜନସାଧାରଣଙ୍କୁ ପୁଣି ସଚେତନ କରାଇବା ସହ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ବିଏମସି l

"ଗତ କିଛି ମାସ ହେବ ସ୍ଥିର ହେଇଥିଲା କୋଭିଡ। ଏବେ ପୁଣି ସଂଖ୍ୟା ବଢୁଛି । ଏଣୁ ଆମକୁ ପୁଣି ବସ୍ତି ବସ୍ତି ବୁଲି ଲୋକଙ୍କୁ ସତର୍କ କରାଇବା ସହ ଟେଷ୍ଟ କରିବା ପାଇଁ କୁହାଯାଇଛି। ଆମେ ଟେଷ୍ଟ କରିବା ପାଇଁ ଲୋକଙ୍କୁ ବୁଝାଉଛୁ, କେମିତି ସୁସ୍ଥ ଓ ନିରୋଗ ରହିବେ କଣ କରିବେ କେମିତି ରହିବେ ତାହା ମଧ୍ୟ ବୁଝାଉଛୁ। ଲୋକମାନେ ବି ସହଯୋଗ କରୁଛନ୍ତି,"କହିଛନ୍ତି ଅଙ୍ଗନବାଡ଼ି କର୍ମୀ ସୁଜାତା ବେହେରା।

ଯଥେଷ୍ଟ ସମୟ ପୂର୍ବରୁ ସ୍ଥିତିକୁ ଆଖିଆଗରେ ରଖି ପ୍ରସ୍ତୁତ ହୋଇଛି ବିଏମସି l ସ୍ଥିତି ଟିକେ ଭଲ ରହିଥିବାରୁ ପାର୍ବଣ ସମୟରେ ଜନସାଧାରଣ ନିୟମ କୁ ଭୁଲି ବିଭିନ୍ନ ଜାଗାରେ ଭିଡ଼ କରିଛନ୍ତି। ତେଣୁ ପୁଣି ଆମକୁ ସଜାଗ ହୋଇ ଜେଡିସିଙ୍କ ତତ୍ୱାବଧାନରେ ବିଭିନ୍ନ ବସ୍ତିରେ ଟେଷ୍ଟିଙ୍ଗ କରିବା ସହ ଜନସାଧାରଣ ଙ୍କୁ ସଚେତନ କରାଉଛି ବିଏମସି l ୩୫୦ରୁ ଉର୍ଦ୍ଧ ବସ୍ତି ଅଞ୍ଚଳରେ ଡୋର ଟୁ ଡୋର କୋଭିଡ ଟେଷ୍ଟ କରିବ ବିଏମସି l ଏବେ ୨୫ ଟି ଟିମ କାମ କରୁଥିବାବେଳେ ପ୍ରତି ଟିମ ଦିନକୁ ପ୍ରାୟ ୨୫୦ ରୁ ୩୦୦ ଟେଷ୍ଟ କରୁଛନ୍ତି।  ପର୍ଯାୟକ୍ରମେ କିଛି ବସ୍ତି ରେ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ l କେବଳ ବସ୍ତି ଅଞ୍ଚଳ ନୁହେଁ ବରଂ ଭିଡ଼ଭାଡ଼ ହୋଇଥିବା ସ୍ଥିତି କୁ ଆଖି ଆଗରେ ରଖି ମଲ, ଭିଡ଼ଦୋକାନ ସହ ଅନ୍ୟାନ ଭିଡ଼ ଅଞ୍ଚଳରେ ଟେଷ୍ଟିଙ୍ଗ ପ୍ରକ୍ରିୟା ଆରମ୍ଭ କରିଛି ବିଏମସି l

"ବର୍ତ୍ତମାନ କୋଭିଡ ସ୍ଥିତି ଭଲ ଅଛି। ବିଶେଷ ବଢି ନାହିଁ। କିନ୍ତୁ ଯେତିକି ପଜିଟିଭ ସଂଖ୍ୟା ରହିଛି ସେଥିରେ ଭୁବନେଶ୍ୱରରୁ ପଜିଟିଭ ସଂଖ୍ୟା ଅଧିକ। ଯାହା ଚିନ୍ତାର ବିଷୟ। ଏଣୁ ଖାଲି ବସ୍ତି ନୁହେଁ ଆମେ ଧୀରେ ଧୀରେ ସମସ୍ତ ଗହଳିପୂର୍ଣ୍ଣ ଅଞ୍ଚଳରେ ରାପିଡ଼ ଟେଷ୍ଟ କରିବୁ ଓ ଲୋକଙ୍କୁ ସଚେତନ କରିବୁ,"କହିଛନ୍ତି ବିଏମସି ଅତିରିକ୍ତ ଆୟୁକ୍ତ ଲକ୍ଷ୍ମୀକାନ୍ତ ସେଠୀ।

ତେବେ କୋରୋନା ସଂକ୍ରମଣକୁ ନେଇ ଲୋକେ ସଚେତନ ହେବା ଦରକାର। ଆଗକୁ ଯେମିତି ଲାକଡାଉନ ଓ ସଟ ଡାଉନ ସ୍ଥିତି ନ ଉପୁଜେ ସେଥିପାଇଁ ଆଗୁଆ ପଦକ୍ଷେପ ନେଉଛି ବିଏମସି।
Published by:Soumya Das
First published: