ବାଲେଶ୍ୱର ବସ୍ ଷ୍ଟାଣ୍ଡରୁ ଗଡ଼ିଲାନି ଗୋଟିଏ ବି ବସ୍; ମାତ୍ର ଜଣେ ଯାତ୍ରୀ ଆସି ପହଞ୍ଚିଥିଲେ

ବସଗୁଡ଼ିକୁ ସାନିଟାଇଜ୍ କରି ଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ରଖିଥିଲେ ମାଲିକମାନେ, ହେଲେ ଯାତ୍ରୀ ଅଭାବରୁ ଉତ୍ତର ଓଡ଼ିଶାର ବୃହତ୍ତମ ବସ ଷ୍ଟାଣ୍ଡରୁ ଗୋଟିଏ ବି ବସ୍ ଆଜି ଗଡ଼ିଲା ନାହିଁ ।

ବାଲେଶ୍ୱର ବସ୍ ଷ୍ଟାଣ୍ଡରୁ ଗଡ଼ିଲାନି ଗୋଟିଏ ବି ବସ୍; ମାତ୍ର ଜଣେ ଯାତ୍ରୀ ଆସି ପହଞ୍ଚିଥିଲେ
ବାଲେଶ୍ୱର ବସ୍ ଷ୍ଟାଣ୍ଡରେ ପ୍ରସ୍ତୁତ ହୋଇ ରହିଛନ୍ତି ବସ୍ ସବୁ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଘରୋଇ ବସ୍‌ ଚାଲିବା ନିଷ୍ପତ୍ତି ହେବା ପରେ ଆଜି ବାଲେଶ୍ୱର ବସଷ୍ଟାଣ୍ଡ ଚଳଚଞ୍ଚଳ ହୋଇଉଠିଥିଲା । ହେଲେ ଗୋଟିଏ ବି ବସ ଷ୍ଟାଣ୍ଡରୁ ଗଡିପାରି ନ ଥିଲା କାରଣ କୌଣସି ଜଣେ ବି ଯାତ୍ରୀ ବସ ଷ୍ଟାଣ୍ଡରେ ଦେଖିବାକୁ ମିଳି ନ ଥିଲେ ।

ବାଲେଶ୍ୱର ବସ ଷ୍ଟାଣ୍ଡ ହେଉଛି ଉତ୍ତର ଓଡ଼ିଶାର ବୃହତ୍ତମ ବସ ଷ୍ଟାଣ୍ଡ । ଏଠାରୁ ଦୈନିକ ୧୫୦ରୁ ଅଧିକ ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରକୁ ଗଡ଼ିଥାଏ । ମୋଟ ୩୫୦ରୁ ଅଧିକ ବସ ବାଲେଶ୍ୱର ଷ୍ଟାଣ୍ଡରୁ ଦୈନିକ ଗଡିଥାଏ । ହେଲେ ବିଡମ୍ବନାର ବିଷୟ ଯେ ମହାମାରୀ କରୋନା ପାଇଁ ବାଲେଶ୍ୱର ବସ ଷ୍ଟାଣ୍ଡ ଶଦ୍ଦହୀନ ହୋଇ ପଡ଼ି ରହିଛି । ଦୀର୍ଘ ଅଢ଼େଇ ମାସର ପ୍ରତୀକ୍ଷା ପରେ ଆଜି ବସ ଚଳାଚଳ ଆରମ୍ଭ ହେବାର ଥିଲା, କିନ୍ତୁ ହୋଇପାରିଲା ନାହିଁ ।

‘‘ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଆଜି ବାଲେଶ୍ୱର ବସଷ୍ଟାଣ୍ଡରେ ସମସ୍ତ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଥିବା ବସଗୁଡିକୁ ସାନିଟାଇଜ କରାଯିବା ସହ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ ରଖାଯାଇ ବସଗୁଡ଼ିକ ଗଡ଼ିବା ପାଇଁ ପ୍ରସ୍ତୁତ କରି ରଖାଯାଇଥିଲା । ଅପେକ୍ଷା ଥିଲା କେବଳ ଯାତ୍ରୀଙ୍କୁ । ମାସ ପୂରିବା ପାଇଁ ଆଉ କିଛି ଦିନ ବାକି ରହିଛି । ବସଗୁଡିକ ଚାଲିଲେ ଇନସୁରାନସ ମିଳିବା କଷ୍ଟକର ହୋଇପଡ଼ିବ । ହେଲେ କୌଣସି ଜଣେ ବି ଯାତ୍ରୀ ନ ଆସିବାରୁ ବସଗୁଡିକ ବସଷ୍ଟାଣ୍ଡରୁ ବାହାରକୁ ବାହାରି ନ ଥିଲା । ଆସନ୍ତା ୧ତାରିଖ ଠାରୁ ଚାଲିବ,’’ କହିଛନ୍ତି ବାଲେଶ୍ୱର ମୋଟର ଆସୋସିଏସନର ସମ୍ପାଦକ କମଳାକାନ୍ତ ଦାସ ।

କେବଳ ବସମାନଙ୍କର କର୍ମଚାରୀ ଦେଖାଯାଉଥିଲେ ବସ୍ ଷ୍ଟାଣ୍ଡରେ; ଯାତ୍ରୀ ନ ଥିଲେ ।


ବସ କଣ୍ଡକ୍ଟର ଯୋଗେନ୍ଦ୍ର ଦାସ କହନ୍ତି ଯେ ଗୋଟିଏ ଦିନ ଗୋଟିଏ ବସ୍‌ କଟକ କିମ୍ବା ଭୁବନେଶ୍ୱର ଯିବା ପାଇଁ ୭ ହଜାର ଟଙ୍କାରୁ ଅଧିକର ତେଲ ଆବଶ୍ୟକ ପଡ଼େ। ହେଲେ ସେହି ଅନୁପାତରେ ଯାତ୍ରୀଙ୍କ ସଂଖ୍ୟା  କମ ରହିବା ଫଳରେ ତେଲ ଟଙ୍କା ଉଠିବା ଅସମ୍ଭବ ହୋଇପଡ଼ିବ ।

‘‘ଯାତ୍ରୀ ନ ମିଳିବାରୁ ଆମେ ବସରେ କାହାକୁ ନେଇ ଯିବୁ? କରୋନାର ପ୍ରଭାବ କମି ନ ଥିବାରୁ ଯାତ୍ରୀମାନେ ବସରେ ଯିବାକୁ ନାପସନ୍ଦ କରୁଛନ୍ତି । ସେମାନେ ଭାବୁଛନ୍ତି ବସରେ ଗଲେ କରୋନା ରୋଗର ସଂକ୍ରମଣ ହୋଇପାରେ । ସେଥି ପାଇଁ ସେମାନେ ବସରେ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି,’’ କହିଛନ୍ତି ଦାସ ।

ଯାତ୍ରୀ ଧରମଜିତ ମହାନ୍ତି ଆଜି ସକାଳେ ଭୁବନେଶ୍ୱର ଯିବା ପାଇଁ ପ୍ରସ୍ତୁତ ହୋଇ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ବସଗୁଡିକୁ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ବେଳେ ତାଙ୍କ ବ୍ୟତୀତ ଅନ୍ୟ କୌଣସି ଯାତ୍ରୀ ନ ଥିଲେ । ତେଣୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ବସ ନ ଯିବାରୁ ସେ ବାଧ୍ୟ ହୋଇ ଘରକୁ ଫେରିଆସିଥିଲେ ବୋଲି କହିଛନ୍ତି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 28, 2020, 9:50 PM IST
corona virus btn
corona virus btn
Loading