୩ ନୁହେଁ, ଲଦ୍ଦାଖ ସୀମାରେ ଚୀନ୍ ସୈନିକଙ୍କ ଆକ୍ରମଣରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଛନ୍ତି

ଏହି ହିଂସାତ୍ମକ ମୁକାବିଲାର ପ୍ରକୃତ ଛବି ଏ ପର୍ଯ୍ୟନ୍ତ ସାମନାକୁ ଆସି ନ ଥିବା ବେଳେ ସୂତ୍ରରୁ ପ୍ରକାଶ ଯେ ଏଥିରେ କୌଣସି ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇ ନ ଥିଲା । ସକାଳେ ଭାରତୀୟ ସେନାର ମାତ୍ର ୩ ଜଣ ସହିଦ ହୋଇଥିବା କୁହାଯାଇଥିଲା ।

୩ ନୁହେଁ, ଲଦ୍ଦାଖ ସୀମାରେ ଚୀନ୍ ସୈନିକଙ୍କ ଆକ୍ରମଣରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଛନ୍ତି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: June 16, 2020, 10:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଲଦ୍ଦାଖ (Ladakh)ର ଗାଲୱାନ୍ ଉପତ୍ୟକାରେ ଚୀନ୍‌ ସୈନିକମାନଙ୍କ ସହ ହିଂସାତ୍ମକ ମୁହାଁମୁହିଁରେ (India-China Faceoff) ଅତି କମରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଛି ବୋଲି ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ । ଏହା ପୂର୍ବରୁ ଏକାଧିକ ସୂତ୍ରରୁ ଖବର ଆସୁଥିଲା ଯେ ଭାରତୀୟ ସୈନିକଙ୍କ ମୃତ୍ୟୁ ସଂଖ୍ୟା ତିନିରୁ ଅଧିକ ।

ସକାଳେ ଭାରତୀୟ ସେନା (Indian Army) କହିଥିଲା ଯେ ହିଂସାତ୍ମକ ମୁକାବିଲା ସମୟରେ ଭାରତ ଜଣେ ଅଧିକାରୀ ଓ ଦୁଇ ଜଣ ସୈନିକଙ୍କୁ ହରାଇଥିବା ବେଳେ ଚୀନ୍ ପକ୍ଷରୁ ମଧ୍ୟ କିଛି ସୈନିକ ଆହତ ହୋଇଛନ୍ତି । ଚୀନ୍ ପକ୍ଷରୁ କେତେ ଜଣ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ଏହି ସଙ୍ଘର୍ଷରେ ନିହତ ହୋଇଥିବା ଭାରତୀୟ ସେନାର ଅଧିକାରୀ ଜଣକ ହେଉଛନ୍ତି ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କର୍ଣ୍ଣେଲ ସନ୍ତୋଶ ବାବୁ । ଦୁଇ ନିହତ ସୈନିକ ହେଉଛନ୍ତି କେ. ପାଲାନି ଏବଂ ଓ. ଓଝା ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (External Affairs Ministry) କହିଛି ଯେ ବେଜିଂ ନିଜ ଆଡ଼ୁ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଥିଲା ଏବଂ ଗାଲୱାନ୍ ଉପତ୍ୟକାରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC)କୁ ସମ୍ମାନ ଦେବା ପାଇଁ ହୋଇଥିବା ସହମତିରୁ ବିଚ୍ୟୁତ ହୋଇଥିଲା । ଫଳରେ ହିଂସକ ଝଡ଼ପରେ ଉଭୟ ଦେଶର ସୈନିକ ନିହତ ହୋଇଛନ୍ତି ବୋଲି କହିଥିଲା ମନ୍ତ୍ରଣାଳୟ ।

ଭାରତ-ଚୀନ୍‌ ଭିତରେ ରହିଛି ୩,୪୮୮ କିମିର ଲମ୍ବା LAC ।


ଲଦାଖର ଗାଲୱାନ୍ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ଭାରତୀୟ ସେନାର ବିବାଦ ହିଂସକ ହେବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ସୋମବାର ରାତିରେ ଦୁଇ ଦେଶର ସୈନିକମାନେ ମୁହାଁମୁହିଁ ହୋଇଥିବା ସମୟରେ ଭାରତର ଜଣେ କମାଣ୍ଡିଂ ଅଫିସର ଏବଂ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ସେନା ଏକ ବିବୃତ୍ତିରେ କହିଥିଲା । ଚୀନ୍ ସେନାର କେତେକ ସୈନିକ ମଧ୍ୟ ଆହତ ହୋଇଥିବା କୁହାଯାଇଥିଲା । ଏହା ପୂର୍ବରୁ ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ବିପିନ ରାୱତ (Chief of Defenc Staff Gen Bipin rawat) ଏବଂ ସେନା ମୁଖ୍ୟ ଜେନେରାଲ ଏମ. ନାରଭାନେ (Army Chief Gen M Naravane) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ ।

ଏହି ହିଂସାତ୍ମକ ମୁହାଁମୁହିଁର ପ୍ରକୃତ ଛବି ଏ ପର୍ଯ୍ୟନ୍ତ ସାମନାକୁ ଆସି ନ ଥିବା ବେଳେ ସୂତ୍ରରୁ ପ୍ରକାଶ ଯେ ଏଥିରେ କୌଣସି ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇ ନ ଥିଲା । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି ଯେ ଭାରତ ସହ ସୀମାରେ କୌଣସି ଘଟଣା ହୋଇଥିବା ସେ ଜାଣି ନାହାଁନ୍ତି ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 16, 2020, 10:43 PM IST
corona virus btn
corona virus btn
Loading